Site icon Odisha.com

ବିଜୟ ପଟ୍ଟନାୟକ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ନୂଆ ଅଧ୍ୟକ୍ଷ

ବିଜୟ ପଟ୍ଟନାୟକ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ଵର ଏପ୍ରିଲ ୨୯ (ଓଡିଶା ଡଟ କମ) ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଅନିଲ ଅଗ୍ରୱାଲ ଫାଉଣ୍ଡେସନର ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ଓ ସ୍ମାର୍ଟ ସିଟି ପ୍ରକଳ୍ପର ପ୍ରେସିଡେଣ୍ଟ ଭାବେ ବୁଧବାର ଯୋଗଦାନ କରିଛନ୍ତି ।

ଭାରତୀୟ ପ୍ରଶାସନିକ ସେବା ୧୯୭୬ ବ୍ୟାଚର ପଟ୍ଟନାୟକ ୨୦୧୦ ରେ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେଇ ୨୦୧୩ରେ ଅବସର ଗ୍ରହଣ କରିଥିଲେ । ଏହା ପରେ ସରକାର ତାଙ୍କୁ ଓଡିଶା ଷ୍ଟାଫ ସିଲେକସନ କମିଶନର ଅଧ୍ୟକ୍ଷ ଓ ପରବର୍ତ୍ତୀ ସମୟରେ ରାଜ୍ୟ ମାନବାଧିକାର କମିଶନର ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲେ ।

ନିକଟରେ ଏହି ପଦବୀରୁ ସେ ଇସ୍ତଫା ଦେଇଥିଲେ । ଭୁବନେଶ୍ଵର ତାଙ୍କ ମୁଖ୍ୟ କର୍ମ ସ୍ଥଳ ରହିବା ସହ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ବେଦାନ୍ତ ଫାଉଣ୍ଡେସନର ଅନ୍ୟାନ୍ୟ କାର୍ଯ୍ୟକ୍ରମର ମଧ୍ୟ ସେ ତଦାରଖ କରିବେ, ବେଦାନ୍ତ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଓଡିଶା ଡଟ କମ

Exit mobile version