ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଶନିବାର ସଚିବ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଥିବା ବେଳେ ଅପରାଜିତା ଷଡ଼ଙ୍ଗୀଙ୍କୁ ଉଚ୍ଚଶିକ୍ଷା ସଚିବ ଭାବେ ବଳି କରିଛନ୍ତି ।
ଅବକାରୀ ବିଭାଗ ସଚିବ ପି.ଆର. ସାହାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପୋନ୍ନତି ଦିଆଯାଇ କେବିକେର ମୁଖ୍ୟ ପ୍ରଶାସକ କରାଯାଇଥିବା ବେଳେ ତିନି ଜଣ ଆଇଏଏସ୍ଙ୍କୁ ପ୍ରମୁଖ ସଚିବପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।
ସେହିପରି ସୂଚନା ଓ ଲୋକ ସଂପର୍କ ବିଭାଗ ସଚିବ ନିକୁଞ୍ଜ ସୁନ୍ଦରରାୟଙ୍କୁ ମାଇକ୍ରୋ, କ୍ଷ୍ରୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଅତିରିକ୍ତ ଦ।ୟି୍ତ୍ୱ ଦିଆଯାଇଛି । ଦିଲ୍ଲୀରୁ ଫେରିବା ପରେ ରାଜେଶ ବର୍ମାଙ୍କୁ ବ୍ୟିାଳୟ ଓଗଣଶିକ୍ଷା ବିଭାଗ ସଚିବ ଭାବେ ବଳି କରାଯାଇଛି ।
ଉଚ୍ଚଶିକ୍ଷା ବିଭାଗ ସଚିବ ଚନ୍ଦ୍ରଶେଖର କୁମାରଙ୍କୁ ବୈଷୟିକ ଶିକ୍ଷା, ନିଯୁକ୍ତି ଓ ତାଲିମ ବିଭାଗ ସଚିବ,ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ ଆର.କେ. ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ସହ ଅବକାରୀ ବିଭାଗ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।
ଦିଲ୍ଲୀରୁ ଫେରିବା ପରେ ତାରା ତ୍ତଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ, ଶିଳ୍ପ ବିଭାଗସଚିବ ଟି.ରାମଚନ୍ଦ୍ରୁଙ୍କୁ ଇଡ୍କଲ ସିଏମ୍ଡି, ରାଜ୍ୟପାଳଙ୍କ ସଚିବ ପରାଗ ଗୁପ୍ତାଙ୍କୁ ଶିଳ୍ପ ବିଭାଗର ଅତିରିକ୍ତଦାୟିତ୍ୱ ଦିଆଯାଇଛି ।
ଖଣି ଓ ଇସ୍ପାତ ବିଭାଗ ସଚିବ ମନୋଜ ଆହୁଜାଙ୍କୁ କ୍ରୀଡା ଓ ଯୁବ ସେବା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପଂଚାୟତ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିବାରୁ ନିର୍ବାଚନ କମିଶନଙ୍କ ଅନୁମତି ପରେ ଏହା କାର୍ଯ୍ୟକାରୀ ହେବ ।
ଓଡ଼ିଶା ଡ଼ଟ୍ କମ୍