ଡାକ୍ତର ରୋଗର ସମସ୍ତ କାଗଜାତ ଦେଖି କହିଲେ ଏହା ‘ରୋଗର ନୁହେଁ ବରଂ ଶୋଷଣର ଇତିହାସ’ । ଜଣେ ଡାକ୍ତର ଆଉ ଜଣେ ଡାକ୍ତରଙ୍କ ଚିକିତ୍ସାକୁ ନେଇ ଦେଇଥିବା ଏହି ମତ ଚିକିତ୍ସା ସେବାରେ ଥିବା ଭଲ ଓ ମନ୍ଦ ଉଭୟ ପ୍ରକାର ଲୋକ ଚରିତ୍ରକୁ ଉନ୍ମୁକ୍ତ କରୁଛି । ଜଣେ ପରୀକ୍ଷା, ଔଷଧ ନାଁରେ ଲମ୍ବା ତାଲିକା ଦେଇଥିବା ବେଳେ ଆଉ ଜଣେ ଏହାକୁ ନାପସନ୍ଦ କରିଛନ୍ତି ।
ନିକଟରେ ବୁର୍ଲା ସ୍ଥିତ ଭୀମସାରରେ ଘଟିଥିବା ଘଟଣା ଏହାକୁ ଆହୁରି ପୃଷ୍ଟ କରିଛି । ଗତ ଦୁଇ ଦଶନ୍ଧି ଭିତରେରେ ଆମ ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଯୋଜନା ବଦ୍ଧ ଭାବରେ ବେପାରୀଙ୍କ ହାତକୁ ଟେକି ଦିଆଯାଇଛି । ପାରମ୍ପରିକ ଚିକିତ୍ସାକୁ ମୁର୍ଖ ବଦ୍ୟ ଯମ ସମ କହି ଅବହେଳା କରାଗଲା । ଫଳରେ ପାରମ୍ପରିକ ଜ୍ଞାନ ଲୋପ ପାଇ ବଜାରବାଦି ଏଲୋପାଥି ଚିକିତ୍ସା ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଲା ।
ରାଜ୍ୟରେ ଗତ ପାଞ୍ଚ ବର୍ଷ ଭିତରେ ସରକାରୀ ଡାକ୍ତରଖାନା ମାନଙ୍କରେ ଗୋଟିଏ ବି ଶଯ୍ୟା ବୃଦ୍ଧି ପାଇଁ ବ୍ୟୟ ବରାଦ ହେଲା ନାହିଁ । ଅପର ପକ୍ଷରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନକୁ ଅଣଦେଖା କରାଯାଇ ବେସରକାରୀ ଡାକ୍ତରଖାନାକୁ ପ୍ରୋତ୍ସାହିତ କରାଯାଉଛି । ସ୍ଥିତି ଏପରି ହୋଇଛି ଯେ, ସରକାରୀ ତୁଳନାରେ ବେସରକାରୀ ଡାକ୍ତରଖାନାରେ ଅଧିକ ଶଯ୍ୟା ଅଛି ଓ ସେହି ଅନୁସାରେ ଲୋକଙ୍କର ନିର୍ଭରଶୀଳତା ବଢିଛି ।
ମରିବାକୁ ଭୟ କରୁଥିବା ମଣିଷ ପାଇଁ ସ୍ୱାସ୍ଥ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଓ ଏହା ସାଧାରଣ ଲୋକଙ୍କ ପାଇଁ ଅବୁଝା ବିଷୟ । ଏଣୁ ଯେତେ ଖର୍ଚ୍ଚ ହେଉ ପଛକେ ଡାକ୍ତର ଯାହା ପରାମର୍ଶ ଦେବେ ବିନା ପ୍ରଶ୍ନରେ ସେସବୁ କରିବାକୁ ପଡେ । ଏହି ମାନସିକତାର ଫାଇଦା ଡାକ୍ତର ଓ ବେସରକାରୀ ଡାକ୍ତରଖାନା ନେଉଛନ୍ତି । ଗୋଟିଏ ଡାକ୍ତର କରେଇଥିବା ସ୍ୱାସ୍ଥ୍ୟ ପରୀକ୍ଷା ଆଉ ଗୋଟିଏ ଡାକ୍ତରଙ୍କ ପସନ୍ଦ ହୁଏ ନାହିଁ ।
ଅନେକ ଡାକ୍ତର ନିଜ ପସନ୍ଦର ପାରୀକ୍ଷାଗାର, ଔଷଧ ଦୋକାନକୁ ଯିବା ପାଇଁ ବାଧ୍ୟ କରିଥାନ୍ତି । ସରକାରୀ ଡାକ୍ତରଖାନା ଖରାପ ଏମିତି ଏକ ମାନସିକତା ଇତି ମଧ୍ୟରେ ତିଆରି କରାହୋଇ ସାରିଛି । ଏଣୁ ଡାକ୍ତର ସରକାରୀ ହୋଇଥିବେ ଅଥଚ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସାଧାରଣ ଘଟଣା ହେଲାଣି । ସ୍ୱାସ୍ଥ ପରୀକ୍ଷା, ଔଷଧ ଓ ଚିକିତ୍ସା କେବଳ ଡାକ୍ତରଙ୍କ ଇଚ୍ଛା ଓ ରୋଗୀର ଆବଶ୍ୟକତାରେ ହେଉଛି ତାହା ନୁହେଁ ।
ବେପାରୀମାନେ ଡକ୍ତରଙ୍କୁ କେତେ ଭାଗ ଦେବେ ତାରି ଆଧାରରେ ବି ରୋଗୀର ଭାଗ୍ୟ ନିର୍ଦ୍ଧାରଣ ହେଉଛି । ଏଥିପାଇଁ ହୁଏତ ଅନେକଙ୍କୁ ଜମିବାଡି ବିକ୍ରି କରିବାକୁ ପଡିଥାଇ ପାରେ ବା ଧାର କରଜ କରି ମହାଜନ ପାଖରେ ଗୋତି ହେବାକୁ ପଡିପାରେ । ଇତି ମଧ୍ୟରେ ଭୀମସାରକୁ ନେଇ ଆନ୍ଦୋଳନ ପ୍ରଶମିତ ହୋଇଛି । ହେଲେ ଯେଉଁ ମୌଳିକ ପ୍ରଶ୍ନରୁ ଏହା ଆରମ୍ଭ ହୋଇଥିଲା ତାହା ଏବେବି ଅସମାହିତ ରହିଛି ।
ବ୍ରହ୍ମପୁର, ବୁର୍ଲା ଓ କଟକ ଡାକ୍ତରଖାନାକୁ ଲୋକେ ବଡ ଡାକ୍ତରଖାନା ବୋଲି ଭାବନ୍ତି । ଏଣୁ ଏଠିକାର ଚିକିତ୍ସା ଓ ଡାକ୍ତରଙ୍କ ଉପରେ ସେମାନଙ୍କର ଅଧିକ ଭରସା ଥାଏ । ଅଲଗା କେଉଁଠି ରୋଗ ଉପସମ ନହେଲେ ସେମାନେ ଏଠାକୁ ଆସନ୍ତି । କିଛି ବର୍ଷ ଭିତରେ ରାଜ୍ୟରେ ବେସ କିଛି ବେସରକାରୀ ଡାକ୍ତରଖାନା ପ୍ରତି ିତ ହୋଇଛି । ଫଳରେ ଏହିସବୁ ବଡ ଡାକ୍ତରଖାନାକୁ ଆଉ ସମସ୍ତେ ଆସୁ ନାହାନ୍ତି ।
ପଇସାବାଲା ଓ ଗରୀବଙ୍କ ଡାକ୍ତରଖାନ ଅଲଗା ହୋଇଯାଇଛି । ହେଲେ ଡାକ୍ତର ଅଲଗା ନୁହନ୍ତି । ସାଧାରଣ ଲୋକଙ୍କ ଟିକସରୁ ଦରମା ନେଉଥିବା ସରକାରୀ ଡାକ୍ତର ଗରୀବଙ୍କୁ ସେବା ଯୋଗେଇବା ସମୟରେ କର୍ତ୍ତବରେ ଅବହେଳା କରି ଅଧିକ ଅର୍ଥ ଲାଳସାରେ ଥିଲାବାଲାଙ୍କୁ ଘରୋଇ ଚିକିତ୍ସା କରୁଛନ୍ତି । ସରକାରି ଡାକ୍ତରଖାନାରେ ଅବହେଳିତ ଗରୀବ ରୋଗୀ ନିଜର କ୍ଷୀଣ ସ୍ୱରରେ କେତେ ପ୍ରତିବାଦ କରିବ ? କିଛି କର୍ମ ଆଦରି ପଡିରହିଲେ ଓ କିଛି ସର୍ବସ୍ୱାନ୍ତ ହୋଇ ଘରୋଇ ଚିକିତ୍ସାଳୟର ସରଣ ପଶିବାକୁ ବାଧ୍ୟ ହେଲେ ।
ଭୀମସାରର ନୂତନ ନର୍ଦ୍ଦେଶକ ଏଦିଗରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଲେ । ସ୍ଥାଣୁ ହୋଇପଡିଥିବା ସରକାରୀ ଚିକିତ୍ସା ବ୍ୟବସ୍ଥାରେ ଏହା ହଲଚଲ ସୃଷ୍ଟି କଲା । ଦାୟୀତ୍ୱରେ ଅବହେଳା କରୁଥିବା ଡାକ୍ତରମାନେ ତାଙ୍କର ଉତ୍ତରଦାୟୀତ୍ୱକୁ ନେଇ କେବେ କଇଫତ ଦେବାରେ ଅଭ୍ୟସ୍ତ ନଥିଲେ । ହଠାତ ନିର୍ଦ୍ଦେଶକଙ୍କ ଚଢାଉ ସେମାନଙ୍କର ପରକିୟାପ୍ରିତିକୁ ପଦାରେ ପକେଇଦେବା ହେତୁ ଅପଦସ୍ତ ଓ ଅପମାନିତ ହୋଇଥାଇପାରନ୍ତି ।
ହେଲେ ନିଜକୁ ସୁଧାରି ନେବା ବଦଳରେ ଚୋର ମୁହଁ ଟାଣ ଭଳି ପରକିୟାପ୍ରତିକୁ ଘୋଡାଇବା ପାଇଁ ପ୍ରତିକ୍ରୟାଶୀଳ ହୋଇପଡିଲେ । ନିଜକୁ କ୍ଷମତାଶାଳୀ ମନେକରୁଥିବା କତିପୟ ଲୋକ ଅଉ ଜଣେ ତାଙ୍କ ଉପରେ କ୍ଷମତା ଜାହିର କରୁ ଏକଥା ହଜମ ହେଲାନାହିଁ ବୋଧହୁଏ । ଅପରପକ୍ଷରେ ଦିର୍ଘ ଦିନର ଅବହେଳାକୁ ବରଦାସ୍ତ କରିଆସୁଥିବା ଲୋକେ କେହି ଜଣେ ବିରାଡି ବେକରେ ଘଣ୍ଟି ବାନ୍ଧି ବାକୁ ସକ୍ଷମ ହେବାର ଦେଖି ନିଜର ଅବଦମୀତ କ୍ରୋଧକୁ ଜାହିର କରିଥିଲେ ।
ସମଗ୍ର ପଶ୍ଚିମାଞ୍ଚଳରେ ନିର୍ଦ୍ଦେଶକଙ୍କ ସପକ୍ଷରେ ଦଳମତ ନିର୍ବିଷେଶରେ ଉଠିଥିବା ସମର୍ଥନର ସ୍ୱର ପ୍ରକୃତପକ୍ଷେ ସ୍ୱାସ୍ଥ୍ୟ ସେବାରେ ଥିବା ଦୁର୍ନିତି ବିରୁଦ୍ଧରେ ଏକ ଜନ ଆନ୍ଦୋଳନ ଥିଲା । ଭୀମସାର ନିର୍ଦ୍ଦେଶକ ନେଇଥିବା ପଦକ୍ଷେପ ତାଙ୍କ ଦାୟୀତ୍ୱ ବୋଧର ପରିଚାୟକ ମାତ୍ର । ରାଜ୍ୟରେ ପିସି କାରବାରକୁ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଥିବା ସରକାର ପ୍ରତ୍ୟେକ ଅନୁ ।ନର ମୂଖ୍ୟଙ୍କୁ ଏମିତି ଦାୟୀତ୍ୱ ସଚେତନ କରିପାରିଲେ ଦୁର୍ନିତୀମୁକ୍ତ ଶାସନତନ୍ତ୍ର ସମ୍ଭବ ।
ଡାକ୍ତମାନେ କର୍ତ୍ତବ୍ୟ ପରାୟଣ ହେଲେ ନିଜର ସମ୍ମାନ ଫେରି ପାଇବେ । ସହିପରି ପ୍ରତ୍ୟେକ ସାଧାରଣ ମଣିଷ ନିଜର ହକ ପାଇଁ କ୍ଷମତା କେନ୍ଦ୍ରକୁ ପ୍ରଶ୍ନ କରିବା ଶିଖିଲେ ଉଭୟଙ୍କ ପାଇଁ ଶୋଷଣ ମୁକ୍ତ ସେବା ପ୍ରତିଷ୍ଠିତ ହେବ ।


ଯେଉଁ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରୁନାହିଁ ସେଠାରେ ପ୍ରଥମେ ଗଣମାଧ୍ୟମ ପହଞ୍ଚି ପାରୁଛି । ଲୋକଙ୍କ ସୁବିଧା ଅସୁବିଧା ଲୋକଙ୍କ ନିକଟରୁ ଆଣି ପାରୁଛି , ଡ଼ି॰ଆର॰ଡ଼ି॰ଏ॰ସମ୍ମିଳନୀ ଗୃହରେ ମ।ତୃ, ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଗଣମାଧ୍ୟମ କର୍ମଶାଳା ରେ ମୂଖ୍ୟ ଅତିଥିଭାବେ ଯୋଗଦେଇ ସେ ଏହା କହିଛନ୍ତି ।
ପୂର୍ବ ଭାରତରେ ମଲ୍ଟି ସ୍ପେସିଆଲିଟି ହେଲ୍ଥ କେୟାର ସୁବିଧା ପ୍ରଦାନ କରୁଥିବା ଆମ୍ରି ହସ୍ପିଟାଲ୍ସରେ ରହିଛି ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଯଥା ଅଙ୍କୋଲୋଜି, ନୁ୍ୟରୋସାଇନ୍ସେସ୍, କାର୍ଡିଆକ୍ ସାଇନ୍ସେସ୍, ଅର୍ଥୋପେଡିକ୍ସ, ଏମ୍ରଜେନ୍ସି ଏବଂ ଟ୍ରାଉମା କେୟାର, ଗାଏନୋକୋଲୋଜି ଓ ଚାଇଲ୍ଡ କେୟାର ପରି ସୁବିଧା ।
ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ସେ କୋରାପୁଟ, ବଲାଙ୍ଗିର, ପୁରୀ, ବାଲେଶ୍ଵର, ଓ ବାରିପଦା ଠାରେ ସମୁଦାୟ ୨୪୫୦.୯୦ କୋଟି ଟଙ୍କା ବ୍ୟୟରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଅନୁମତି ଦେବା ପାଇଁ ଅନୁରୋଧ କରିଛନ୍ତି ।