• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ସେବା ନା ଶୋଷଣ

May 14, 2018 by ଘାସିରାମ ପଣ୍ଡା Leave a Comment

ଡାକ୍ତର ରୋଗର ସମସ୍ତ କାଗଜାତ ଦେଖି କହିଲେ ଏହା ‘ରୋଗର ନୁହେଁ ବରଂ ଶୋଷଣର ଇତିହାସ’ । ଜଣେ ଡାକ୍ତର ଆଉ ଜଣେ ଡାକ୍ତରଙ୍କ ଚିକିତ୍ସାକୁ ନେଇ ଦେଇଥିବା ଏହି ମତ ଚିକିତ୍ସା ସେବାରେ ଥିବା ଭଲ ଓ ମନ୍ଦ ଉଭୟ ପ୍ରକାର ଲୋକ ଚରିତ୍ରକୁ ଉନ୍ମୁକ୍ତ କରୁଛି । ଜଣେ ପରୀକ୍ଷା, ଔଷଧ ନାଁରେ ଲମ୍ବା ତାଲିକା ଦେଇଥିବା ବେଳେ ଆଉ ଜଣେ ଏହାକୁ ନାପସନ୍ଦ କରିଛନ୍ତି ।

ନିକଟରେ ବୁର୍ଲା ସ୍ଥିତ ଭୀମସାରରେ ଘଟିଥିବା ଘଟଣା ଏହାକୁ ଆହୁରି ପୃଷ୍ଟ କରିଛି । ଗତ ଦୁଇ ଦଶନ୍ଧି ଭିତରେରେ ଆମ ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଯୋଜନା ବଦ୍ଧ ଭାବରେ ବେପାରୀଙ୍କ ହାତକୁ ଟେକି ଦିଆଯାଇଛି । ପାରମ୍ପରିକ ଚିକିତ୍ସାକୁ ମୁର୍ଖ ବଦ୍ୟ ଯମ ସମ କହି ଅବହେଳା କରାଗଲା । ଫଳରେ ପାରମ୍ପରିକ ଜ୍ଞାନ ଲୋପ ପାଇ ବଜାରବାଦି ଏଲୋପାଥି ଚିକିତ୍ସା ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଲା ।

ରାଜ୍ୟରେ ଗତ ପାଞ୍ଚ ବର୍ଷ ଭିତରେ ସରକାରୀ ଡାକ୍ତରଖାନା ମାନଙ୍କରେ ଗୋଟିଏ ବି ଶଯ୍ୟା ବୃଦ୍ଧି ପାଇଁ ବ୍ୟୟ ବରାଦ ହେଲା ନାହିଁ । ଅପର ପକ୍ଷରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନକୁ ଅଣଦେଖା କରାଯାଇ ବେସରକାରୀ ଡାକ୍ତରଖାନାକୁ ପ୍ରୋତ୍ସାହିତ କରାଯାଉଛି । ସ୍ଥିତି ଏପରି ହୋଇଛି ଯେ, ସରକାରୀ ତୁଳନାରେ ବେସରକାରୀ ଡାକ୍ତରଖାନାରେ ଅଧିକ ଶଯ୍ୟା ଅଛି ଓ ସେହି ଅନୁସାରେ ଲୋକଙ୍କର ନିର୍ଭରଶୀଳତା ବଢିଛି ।

ମରିବାକୁ ଭୟ କରୁଥିବା ମଣିଷ ପାଇଁ ସ୍ୱାସ୍ଥ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଓ ଏହା ସାଧାରଣ ଲୋକଙ୍କ ପାଇଁ ଅବୁଝା ବିଷୟ । ଏଣୁ ଯେତେ ଖର୍ଚ୍ଚ ହେଉ ପଛକେ ଡାକ୍ତର ଯାହା ପରାମର୍ଶ ଦେବେ ବିନା ପ୍ରଶ୍ନରେ ସେସବୁ କରିବାକୁ ପଡେ । ଏହି ମାନସିକତାର ଫାଇଦା ଡାକ୍ତର ଓ ବେସରକାରୀ ଡାକ୍ତରଖାନା ନେଉଛନ୍ତି । ଗୋଟିଏ ଡାକ୍ତର କରେଇଥିବା ସ୍ୱାସ୍ଥ୍ୟ ପରୀକ୍ଷା ଆଉ ଗୋଟିଏ ଡାକ୍ତରଙ୍କ ପସନ୍ଦ ହୁଏ ନାହିଁ ।

ଅନେକ ଡାକ୍ତର ନିଜ ପସନ୍ଦର ପାରୀକ୍ଷାଗାର, ଔଷଧ ଦୋକାନକୁ ଯିବା ପାଇଁ ବାଧ୍ୟ କରିଥାନ୍ତି । ସରକାରୀ ଡାକ୍ତରଖାନା ଖରାପ ଏମିତି ଏକ ମାନସିକତା ଇତି ମଧ୍ୟରେ ତିଆରି କରାହୋଇ ସାରିଛି । ଏଣୁ ଡାକ୍ତର ସରକାରୀ ହୋଇଥିବେ ଅଥଚ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସାଧାରଣ ଘଟଣା ହେଲାଣି । ସ୍ୱାସ୍ଥ ପରୀକ୍ଷା, ଔଷଧ ଓ ଚିକିତ୍ସା କେବଳ ଡାକ୍ତରଙ୍କ ଇଚ୍ଛା ଓ ରୋଗୀର ଆବଶ୍ୟକତାରେ ହେଉଛି ତାହା ନୁହେଁ ।

ବେପାରୀମାନେ ଡକ୍ତରଙ୍କୁ କେତେ ଭାଗ ଦେବେ ତାରି ଆଧାରରେ ବି ରୋଗୀର ଭାଗ୍ୟ ନିର୍ଦ୍ଧାରଣ ହେଉଛି । ଏଥିପାଇଁ ହୁଏତ ଅନେକଙ୍କୁ ଜମିବାଡି ବିକ୍ରି କରିବାକୁ ପଡିଥାଇ ପାରେ ବା ଧାର କରଜ କରି ମହାଜନ ପାଖରେ ଗୋତି ହେବାକୁ ପଡିପାରେ । ଇତି ମଧ୍ୟରେ ଭୀମସାରକୁ ନେଇ ଆନ୍ଦୋଳନ ପ୍ରଶମିତ ହୋଇଛି । ହେଲେ ଯେଉଁ ମୌଳିକ ପ୍ରଶ୍ନରୁ ଏହା ଆରମ୍ଭ ହୋଇଥିଲା ତାହା ଏବେବି ଅସମାହିତ ରହିଛି ।

ବ୍ରହ୍ମପୁର, ବୁର୍ଲା ଓ କଟକ ଡାକ୍ତରଖାନାକୁ ଲୋକେ ବଡ ଡାକ୍ତରଖାନା ବୋଲି ଭାବନ୍ତି । ଏଣୁ ଏଠିକାର ଚିକିତ୍ସା ଓ ଡାକ୍ତରଙ୍କ ଉପରେ ସେମାନଙ୍କର ଅଧିକ ଭରସା ଥାଏ । ଅଲଗା କେଉଁଠି ରୋଗ ଉପସମ ନହେଲେ ସେମାନେ ଏଠାକୁ ଆସନ୍ତି । କିଛି ବର୍ଷ ଭିତରେ ରାଜ୍ୟରେ ବେସ କିଛି ବେସରକାରୀ ଡାକ୍ତରଖାନା ପ୍ରତି ିତ ହୋଇଛି । ଫଳରେ ଏହିସବୁ ବଡ ଡାକ୍ତରଖାନାକୁ ଆଉ ସମସ୍ତେ ଆସୁ ନାହାନ୍ତି ।

ପଇସାବାଲା ଓ ଗରୀବଙ୍କ ଡାକ୍ତରଖାନ ଅଲଗା ହୋଇଯାଇଛି । ହେଲେ ଡାକ୍ତର ଅଲଗା ନୁହନ୍ତି । ସାଧାରଣ ଲୋକଙ୍କ ଟିକସରୁ ଦରମା ନେଉଥିବା ସରକାରୀ ଡାକ୍ତର ଗରୀବଙ୍କୁ ସେବା ଯୋଗେଇବା ସମୟରେ କର୍ତ୍ତବରେ ଅବହେଳା କରି ଅଧିକ ଅର୍ଥ ଲାଳସାରେ ଥିଲାବାଲାଙ୍କୁ ଘରୋଇ ଚିକିତ୍ସା କରୁଛନ୍ତି । ସରକାରି ଡାକ୍ତରଖାନାରେ ଅବହେଳିତ ଗରୀବ ରୋଗୀ ନିଜର କ୍ଷୀଣ ସ୍ୱରରେ କେତେ ପ୍ରତିବାଦ କରିବ ? କିଛି କର୍ମ ଆଦରି ପଡିରହିଲେ ଓ କିଛି ସର୍ବସ୍ୱାନ୍ତ ହୋଇ ଘରୋଇ ଚିକିତ୍ସାଳୟର ସରଣ ପଶିବାକୁ ବାଧ୍ୟ ହେଲେ ।

ଭୀମସାରର ନୂତନ ନର୍ଦ୍ଦେଶକ ଏଦିଗରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଲେ । ସ୍ଥାଣୁ ହୋଇପଡିଥିବା ସରକାରୀ ଚିକିତ୍ସା ବ୍ୟବସ୍ଥାରେ ଏହା ହଲଚଲ ସୃଷ୍ଟି କଲା । ଦାୟୀତ୍ୱରେ ଅବହେଳା କରୁଥିବା ଡାକ୍ତରମାନେ ତାଙ୍କର ଉତ୍ତରଦାୟୀତ୍ୱକୁ ନେଇ କେବେ କଇଫତ ଦେବାରେ ଅଭ୍ୟସ୍ତ ନଥିଲେ । ହଠାତ ନିର୍ଦ୍ଦେଶକଙ୍କ ଚଢାଉ ସେମାନଙ୍କର ପରକିୟାପ୍ରିତିକୁ ପଦାରେ ପକେଇଦେବା ହେତୁ ଅପଦସ୍ତ ଓ ଅପମାନିତ ହୋଇଥାଇପାରନ୍ତି ।

ହେଲେ ନିଜକୁ ସୁଧାରି ନେବା ବଦଳରେ ଚୋର ମୁହଁ ଟାଣ ଭଳି ପରକିୟାପ୍ରତିକୁ ଘୋଡାଇବା ପାଇଁ ପ୍ରତିକ୍ରୟାଶୀଳ ହୋଇପଡିଲେ । ନିଜକୁ କ୍ଷମତାଶାଳୀ ମନେକରୁଥିବା କତିପୟ ଲୋକ ଅଉ ଜଣେ ତାଙ୍କ ଉପରେ କ୍ଷମତା ଜାହିର କରୁ ଏକଥା ହଜମ ହେଲାନାହିଁ ବୋଧହୁଏ । ଅପରପକ୍ଷରେ ଦିର୍ଘ ଦିନର ଅବହେଳାକୁ ବରଦାସ୍ତ କରିଆସୁଥିବା ଲୋକେ କେହି ଜଣେ ବିରାଡି ବେକରେ ଘଣ୍ଟି ବାନ୍ଧି ବାକୁ ସକ୍ଷମ ହେବାର ଦେଖି ନିଜର ଅବଦମୀତ କ୍ରୋଧକୁ ଜାହିର କରିଥିଲେ ।

ସମଗ୍ର ପଶ୍ଚିମାଞ୍ଚଳରେ ନିର୍ଦ୍ଦେଶକଙ୍କ ସପକ୍ଷରେ ଦଳମତ ନିର୍ବିଷେଶରେ ଉଠିଥିବା ସମର୍ଥନର ସ୍ୱର ପ୍ରକୃତପକ୍ଷେ ସ୍ୱାସ୍ଥ୍ୟ ସେବାରେ ଥିବା ଦୁର୍ନିତି ବିରୁଦ୍ଧରେ ଏକ ଜନ ଆନ୍ଦୋଳନ ଥିଲା । ଭୀମସାର ନିର୍ଦ୍ଦେଶକ ନେଇଥିବା ପଦକ୍ଷେପ ତାଙ୍କ ଦାୟୀତ୍ୱ ବୋଧର ପରିଚାୟକ ମାତ୍ର । ରାଜ୍ୟରେ ପିସି କାରବାରକୁ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଥିବା ସରକାର ପ୍ରତ୍ୟେକ ଅନୁ ।ନର ମୂଖ୍ୟଙ୍କୁ ଏମିତି ଦାୟୀତ୍ୱ ସଚେତନ କରିପାରିଲେ ଦୁର୍ନିତୀମୁକ୍ତ ଶାସନତନ୍ତ୍ର ସମ୍ଭବ ।

ଡାକ୍ତମାନେ କର୍ତ୍ତବ୍ୟ ପରାୟଣ ହେଲେ ନିଜର ସମ୍ମାନ ଫେରି ପାଇବେ । ସହିପରି ପ୍ରତ୍ୟେକ ସାଧାରଣ ମଣିଷ ନିଜର ହକ ପାଇଁ କ୍ଷମତା କେନ୍ଦ୍ରକୁ ପ୍ରଶ୍ନ କରିବା ଶିଖିଲେ ଉଭୟଙ୍କ ପାଇଁ ଶୋଷଣ ମୁକ୍ତ ସେବା ପ୍ରତିଷ୍ଠିତ ହେବ ।

ଘାସିରାମ ପଣ୍ଡା

Filed Under: ସ୍ୱାସ୍ଥ୍ୟ Tagged With: ଶୋଷଣ, ସ୍ୱାସ୍ଥ୍ୟ

ଅଧାରୁ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହ

April 28, 2018 by ଓଡିଶା ଡଟ କମ Leave a Comment


ଘାସିରାମ ପଣ୍ଡା

ରାୟଗଡା ଜିଲ୍ଲା ଗୁଡାରି ବ୍ଲକର ଏକ ନିପଟ ମଫସଲ ଗାଁ ସିଲିମି । ଗାଁର ଦଳିତ ସାହିରେ ପ୍ରାୟ ୬୫ ପରିବାର । ସାହିରେ ବାଲ୍ୟ ବିବାହକୁ ନେଇ ଅଲୋଚନା ଚାଲିଥିଲା ବେଳେ ଆଖି ଆଗରେ ବସିଥିଲେ ୩୦ଟି ବାଳିକା ବଧୁ ।

ସମସ୍ତଙ୍କ କୋଳରେ ଗୋଟିଏ, ଦୁଇଟି ପିଲା । ତାଙ୍କ ଭିତରୁ କେହି କେହି ବିଲକୁଲ ପଢି ନାହାନ୍ତି, ଆଉ କେହି କେହି ଅଧାରୁ ପାଠ ଛାଡିଛନ୍ତି ।

ନିଜ ସାହି ବସ୍ତି ବା ପାଖ ଗାଁର କେଉଁ ଏକ ପିଲାକୁ ଭଲ ପାଇ ଉଧୁଲିଆ ଯାଇଥିଲେ । ପରେ ସାମାଜିକ ସ୍ୱୀକୃତିରେ ବାହା ହୋଇ ଘରକୁ ଫେରିଛନ୍ତି । ଗତ ଦୁଇ ବର୍ଷ ଭିତରେ ଏମାନଙ୍କ ଭଳି କମ ବୟସରେ ବାହା ହୋଇଥିବା ଏହି ବସ୍ତିର ୬ ଜଣ ମହିଳଙ୍କ ଗର୍ଭାବସ୍ଥା ବା ପ୍ରସବ ସମୟରେ ମୃତ୍ୟୁ ଘଟି ସାରିଛି ।

ଏହି ସବୁ କଥା ସେମାନଙ୍କ ସହ ଆଲୋଚନା କଲାବେଳେ ସେଠି ବସିଥିବା ଜଣେ ମାଁ ଗୋଟେ ଛୋଟ ଝିଅ ଆଡକୁ ଆଙ୍ଗୁଠି ଦେଖେଇ କହିଲେ, ଝିଅ ମୋର ଏଥର ଅଷ୍ଟମ ଶ୍ରେଣୀ ପାସ କଲା, ଏବେ ନବମ ପଢିବାକୁ ଦୂର ଗାଁକୁ ଯିବାକୁ ପଡିବ । ତାର ପଢିବାର ବହୁତ ଇଚ୍ଛା ।

ହେଲେ ବାପା ତାର ମଦୁଆ – ରୋଜଗାର ବୋଲି କିଛି ନାହିଁ । ମୁ ଏକା ପାଇଟି କରି କେତେ ରୋଜଗାର କରି ପାରିବି? ଆମର ତ ଘର ନାହିଁ ଯେ, ଜରି ଘେରା କରି ରହୁଛୁ । ସେଥିରେ ନାଁ ଲେଖେଇବାକୁ ମୋ ପାଖରେ ପଇସା କାହିଁ ଯେ ସେ ପଢି ପାରିବ! ଆଇନଗତ ଆବଶ୍ୟକତା ଓ ଶିଶୁ ଅଧିକାରକୁ ସ୧ାନ ଦେଇ ପିଲାର ପରିଚୟକୁ ଗୋପନ ରଖୁଛି ।

କହିବା ବାହୁଲ୍ୟ ଏହା କେବଳ ଗୋଟିଏ ପିଲାର କଥା ନୁହେଁ । ଏମିତି ଅନେକ ଶିଶୁଙ୍କ ସ୍ୱପ୍ନ ଦଳି ମକଚି ହୋଇ ଯାଉଛି ଦାରିଦ୍ର୍ୟ ଓ ସୁଯୋଗ ଅଭାବ କାରଣରୁ । ପାଠରେ ଡୋରି ବନ୍ଧା ହେଲା ପରେ ବାହା ହେବାର ଏକମାତ୍ର ବାଟ ଯାହା ସେମାନଙ୍କ ପାଇଁ ଉନ୍ମୁକ୍ତ ଥାଏ ।

ଆମ ରାଜ୍ୟରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡା ପ୍ରଭୃତି ଜିଲ୍ଲା ବାଲ୍ୟ ବିବାହ ପ୍ରବଣ ଅଟେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ବାଲ୍ୟ ବିବାହର ଜାତୀୟ ହାର ୨୬.୮ ଶତକଡା ଥିବା ବେଳେ ଏହିସବୁ ଜିଲ୍ଲାରେ ଯଥାକ୍ରମେ ୩୯.୩, ୩୭.୯, ୩୪.୭ ଓ ୩୪.୪ ଶତକଡା ରହିଛି । ଏହା ଜାତୀୟ ହାର ଠାରୁ ଯଥେଷ୍ଟ ଉଦ୍ଧ୍ୱର୍ରେ ।

ଏହି ସର୍ବେକ୍ଷଣ ଅନୁଯାୟୀ ମାଲକାନଗିରିରେ ୧୧.୮, ନବରଙ୍ଗପୁରରେ ୧୦.୭, କୋରାପୁଟରେ ୧୪.୫ ଓ ରାୟଗଡାରେ ୧୨.୭ ପ୍ରତିଶତ ମାତ୍ର ମହିଳା ଦଶମ ବା ତଦୁର୍ଦ୍ଧ ପାଠ ପଢି ପାରିଛନ୍ତି । ଅଧା ବାଟରେ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହର ସମ୍ପର୍କକୁ ଏହି ତଥ୍ୟ ପୁଷ୍ଟ କରୁଛି ।

୨୦୧୧ ଜନଗଣନା ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ୫ମ ଠାରୁ କମ ପାଠ ପଢିଥିବା ଝିଅ ପିଲା ମାନଙ୍କ ଭିତରୁ ୫୨.୧ ଭାଗ ୧୮ ବର୍ଷ ପୁର୍ବରୁ ବିବାହ କରୁଥିବା ବେଳେ ୫ମ ରୁ ୯ମ ଶ୍ରେଣୀ ପଢିଥିବା ଝିଅଙ୍କ କ୍ଷେତ୍ରରେ ଏହା ୨୯.୮ ପ୍ରତିଶତ ଓ ୧୦ମରୁ ତଦ୍ଦୁର୍ଦ୍ଧଙ୍କ କ୍ଷେତ୍ରରେ ଏହା ମାତ୍ର ୯.୩ ପ୍ରତିଶତ ହୋଇଥାଏ ।

ଏଣୁ ଶିକ୍ଷାର ସୁଯୋଗ ସୃଷ୍ଟି କରାଯାଇ ପାରିଲେ ବାଲ୍ୟ ବିବାହକୁ ଅନେକାଂଶରେ ରୋକାଯାଇ ପାରିବ ବୋଲି ଦୃଢତାର ସହ କୁହାଯାଇ ପାରିବ । ହେଲେ ଏ କ୍ଷେତ୍ରରେ ଦୁଇଟି ପ୍ରତିବନ୍ଧକ ରହିଛି ।

ପ୍ରଥମଟି ହେଲା ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଲକ ଶିକ୍ଷା ବ୍ୟବସ୍ଥା ଥିଲେବି ଇଚ୍ଛା ଓ ଆଗ୍ରହ ଅଭାବରୁ ଏହାର ସଠିକ କାର୍ଯ୍ୟାନ୍ୱୟନ ହୋଇପାରୁ ନାହିଁ ।

ଏପର୍ଯ୍ୟନ୍ତ ବିଦ୍ୟାଳୟ ବାହାରେ ଓ ଭିତରେ କେତେ ପିଲା ତାର ସଠିକ ହିସାବ ଶିକ୍ଷା ବିଭାଗ ଠଉରାଇ ପାରିନାହିଁ । ୨୦୧୪ – ୧୫ ରେ ସମଗ୍ର ରାଜ୍ୟରେ ୬ ରୁ ୧୪ ବର୍ଷର ମାତ୍ର ୫୧୫୨ ପିଲା ବିଦ୍ୟାଳୟ ବାହରେ ଥିବା ଓପେପା ୱେବସାଇଟରେ ଉଲ୍ଲେଖ ଅଛି । ଏବେ ଏହା ୪୧ ହଜାର ବୋଲି କୁହାଯାଇଛି ।

ତେବେ ଉଭୟ ତଥ୍ୟକୁ ବିଶ୍ୱାସକୁ ନେବା କଷ୍ଟ । ନିକଟରେ ମିଳିମିଳା ଓ ରୁବେଲା ଟିକା କରଣ ବେଳେ ନୂଆପଡା ଜିଲ୍ଲାରେ ୯୯୧୪ ପିଲାଙ୍କ ହିସାବ ମିଳି ନାହିଁ । ଜାପାନି ଜ୍ୱର ଟିକା କରଣ ସମୟରେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏପରି ବ୍ୟତିକ୍ରମ ନଜରକୁ ଆସିଥିଲା ।

ୟୁଡାଇସ, ଏସଡିଏମଆଇଏସ, ଆଧାର ପଞୀକରଣରେ ପିଲାଙ୍କ ସଂଖ୍ୟାର ତାଳମେଳ ନାହିଁ । ୧୦ ବା ୧୦ରୁ କମ ଉପସ୍ଥାନ ଥିବା ଅନେକ ବିଦ୍ୟାଳୟ ଇତି ମଧ୍ୟରେ ବନ୍ଧ ହେବା ଯୋଗୁଁ ମଧ୍ୟ କିଛି ପିଲା ବିଦ୍ୟାଳୟ ବାହରେ ରହିବାକୁ ବାଧ୍ୟ ହୋଇଛନ୍ତି ।

ଏ ପରିସ୍ଥିତିରେ ଆମେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଚିହ୍ନଟ କରି ଶିକ୍ଷାର ପରିଧିକୁ ଆଣିବା କିପରି? ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଶିଶୁ ବୋଲି ସଜ୍ଞା ନିରୁପିତ ହୋଇଥିଲେ ହେଁ ଶିକ୍ଷା ଅଧିକାର ଆଇନରେ ଶିଶୁ କହିଲେ ୧୪ ବର୍ଷ ଧରି ନିଆଯାଇଛି । ଫଳରେ ୧୪ ବର୍ଷ ପରେ ଶିଶୁର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରତି ସରକାରଙ୍କ ଅଇନଗତ ଉତ୍ତରଦାୟୀତ୍ୱ ନାହିଁ ।

ଏଣୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପଢୁଥିବା ଝିଅମାନେ ଅଷ୍ଟମ ଶ୍ରେଣୀ ପରେ ସୁଯୋଗ ଅଭାବରୁ ପ୍ରାୟ ଆଉ ପଢୁ ନାହାନ୍ତି । ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ଉଚ୍ଚ ବିଦ୍ୟାଳୟକୁ ଯିବାକୁ ହେଲେ ୫ -୭ କିମି ଦୂର ବଣ, ପାହାଡ, ଝରଣା ଡେଇଁ ଯିବାକୁ ପଡୁଛି ।

ଆଶ୍ରମ ବିଦ୍ୟାଳୟ ମାନଙ୍କରେ ସ୍ଥାନ ଓ ଆବଶ୍ୟକୀୟ ଭିତ୍ତିଭୂମୀର ଅଭାବ ତଥା ଶିଶୁ ମାନଙ୍କ ପ୍ରତି ଶୋଷଣର ଖବର ଅଭିଭାବକମାନଙ୍କୁ ନିରୁତ୍ସାହିତ କରୁଛି । ଅତିକମରେ ୧୮ ବର୍ଷ ପର୍ଯ୍ୟନ୍ତ ଶିକ୍ଷାକୁ ସୁନିଶ୍ଚିତ କରାଯାଇ ପାରିଲେ ପ୍ରତ୍ୟେକ ଶିଶୁ ମନରେ ଥିବା ସ୍ୱପ୍ନ ସବୁ ଅଙ୍କୁରିତ ହେବା ପାଇଁ ସୁଯୋଗ ପାଇବେ । ମନର ଅଭିବ୍ୟକ୍ତିକୁ ପ୍ରକାଶ କରିବାରେ ଶିକ୍ଷା ସହାୟକ ହୁଏ ।

ଉପଯୁକ୍ତ ଶିକ୍ଷା ପାଇଥିଲେ ସ୍ୱାଧିନ ମତବ୍ୟକ୍ତ କରିବାର ସାହସ ଆସେ । ଏଣୁ ପିଲାଙ୍କ ଶିକ୍ଷା ସୁନି୧⁄୨ିତ କରାଯାଇ ପାରିଲେ ବାଲ୍ୟ ବିବାହ ବିରୁଦ୍ଧରେ ନିଜେ ନିଜ ପାଇଁ ସ୍ୱର ଉେ ।ଳନ କରି ପାରିବେ । ଏହା ସମାଜିକ ପରିବର୍ତ୍ତନର ଏକ ବଡ ମାଇଲଖୁ ସାବ୍ୟସ୍ତ ହେବ ।

ଛବି: ପ୍ରତୀକାତ୍ମକ

ଘାସିରାମ ପଣ୍ଡା
ସୁବର୍ଣ୍ଣପୁର
୯୪୩୮୩୪୧୭୯୪
ghasirampanda@gmail.com

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ବାଲ୍ୟ ବିବାହ, ରୋଜଗାର, ଶିକ୍ଷା, ଶୈଶବ, ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ସେବାର ଅଧିକାର

April 2, 2017 by ଓଡିଶା ଡଟ କମ Leave a Comment

ଜାତୀୟ ସ୍ୱାସ୍ଥ୍ୟ ନୀତି ପ୍ରାଥମିକ ଭାବେ ଅଭିପ୍ରାୟକୁ ନେଇ ଗୋଟିଏ ବକ୍ତବ୍ୟ । ଏକଥାଟିକୁ ୨୦୧୭ ମସିହାର ଜାତୀୟ ସ୍ୱାସ୍ଥ୍ୟ ନୀତି ସାବ୍ୟସ୍ତ କରିଛି । ଏତିକି କଲାବେଳେ ବି ଏବଂ ତାକୁ କାର୍ଯ୍ୟରେ ରୂପାୟନ କରିବା ପାଇଁ ଢାଂଚାଟିଏ ପ୍ରସ୍ତୁତ କଲାବେଳେ ଅନେକ ଦିଗରୁ ଏହି ନୀତିରେ ଅଭାବ ଦେଖାଯାଉଛି ।

ଯେଉଁ କଥାଟି ବିଭ୍ରାନ୍ତ କରୁଛି ତାହା ହେଉଛି ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଘରୋଇ ସଂସ୍ଥାମାନଙ୍କର ମାତ୍ରାଧିକ ଭୂମିକା । ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହେଇଥିବା ଆଲ୍ମା ଆଟ୍ଟା ଘୋଷଣାନାମା ପରେ ଭାରତ ପ୍ରଥମଥର ପାଇଁ ୧୯୮୩ ମସିହାରେ ଜାତୀୟ ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତ କରିଥିଲା, ଯାହାର ପରବର୍ତୀ ସ୍ୱାସ୍ଥ୍ୟ ନୀତିଟି ୨୦୦୨ ମସିହାରେ ଗ୍ରହଣ କରାଯାଇଥିଲା ।

ଯଦିଓ ବିଶେଷକରି ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପ୍ରତିଷ୍ଠା ୨୦୦୫ରେ ହେବା ପରଠାରୁ ମୃତ୍ୟୁହାର, ପରମାୟୁ ଏବଂ ରୋଗ ପ୍ରଚଳନ ହାର ଭଳି ସ୍ୱାସ୍ଥ୍ୟ ସୂଚକାଙ୍କ ଗୁଡ଼ିକରେ ଉନ୍ନତି ଆସିଛି, ତେବେ ସେସବୁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟଗୁଡ଼ିକର ପହଂଚ ବାହାରେ ।

ଆଶାନୁରୂପକ, ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭ କେବଳ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଦିନଗୁଡ଼ିକୁ ବଢ଼େଇ ଦେଇଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତରେ ବଜେଟ୍ରେ ଯାହା ପ୍ରାବଧାନ କରାଯାଇଛି ବିଶ୍ୱରେ ତାହା ସର୍ବନିମ୍ନ ମୂଳ ଘରୋଇ ଉତ୍ପାଦନର ଶତକଡ଼ା ୧.୩ ଭାଗ ।

ଏଥିରୁ ଆମକୁ ବିଶ୍ୱାସ କଲାଭଳି କୌଣସି ପ୍ରେରଣା ମିଳୁନାହିଁ ଯେ ସ୍ୱାସ୍ଥ୍ୟକ୍ଷେତ୍ରରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟଗୁଡ଼ିକୁ ନିକଟରେ ପୂରଣ କରାଯାଇପାରିବ । ୧୫ବର୍ଷ ପରେ ଆସିଥିବା ଏବଂ ନିକଟରେ କ୍ୟାବିନେଟ୍ ମଞ୍ଜୁରି ପାଇଥିବା ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭ ଲକ୍ଷ୍ୟ ରଖିଛି ଯେ, ୨୦୨୫ ସୁଦ୍ଧା ଏହି ଖର୍ଚ୍ଚ ଭାଗଟି ଶତକଡ଼ା ୨୫ରେ ପହଂଚିଯିବ ।

ରାଜ୍ୟମାନେ ୨୦୨୦ ସୁଦ୍ଧା ନିଜ ବଜେଟର ଶତକଡ଼ା ୮ଭାଗ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କରିବେ । ଏହି ସ୍ୱାସ୍ଥ୍ୟ ନୀତିଟି ଯୁକ୍ତି ରଖିଛି ଯେ ସ୍ୱାସ୍ଥ୍ୟ ବଜେଟର ୩ଭାଗରୁ ୨ଭାଗ ବା ତାହାଠାରୁ ଅଧିକ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏବଂ ଅବଶିଷ୍ଟ ମାଧ୍ୟମିକ ଏବଂ ତା’ପର ସ୍ତରର ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ କରାଯାଉ ।

ଜାତୀୟ ସ୍ୱାସ୍ଥ୍ୟ ନୀତି କହିବା ମୁତାବକ ପ୍ରାଥମିକ ସ୍ତରରେ ସାମଗ୍ରିକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବାବେଳେ, ମାଧ୍ୟମିକ ଓ ତା’ପର ସ୍ତରରେ ସରକାରୀ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ବୀମା ମିଳିବା ସହ ଘରୋଇ ସ୍ୱାସ୍ଥ୍ୟ ସେବା କିଣା ଯାଇପାରିବ ।

ଯଦିଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ସାମଗ୍ରିକ ଭାବେ ଯୋଗାଇଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, ତେବେ ସ୍ୱାସ୍ଥ୍ୟ ପାଇଁ ଅର୍ଥ ପ୍ରାବଧାନ ଯଦି ଶତକଡ଼ା ୨.୫ ଭାଗ ରହେ, ତେବେ ତାହା ଯଥେଷ୍ଟ ନୁହେଁ । ଅନ୍ୟାନ୍ୟ ବିକାଶୋନ୍ମୁଖିରେ ଦେଶଗୁଡ଼ିକ ଅପେକ୍ଷା ଆମେ କମ୍ ଖର୍ଚ୍ଚ କରୁଛେ ।

ନୂତନ ସ୍ୱାସ୍ଥ୍ୟନୀତିର ଅନ୍ୟ ଏକ ସକାରାତ୍ମକ ଦିଗ ହେଉଛି ଯେ ସବୁ ରାଜ୍ୟମାନଙ୍କରେ ଜନସ୍ୱାସ୍ଥ୍ୟ ପରିଚାଳନା ପାଇଁ କ୍ୟାଡ଼ର ସୃଷ୍ଟି କରିବା । ଏହି କ୍ୟାଡ଼ରରେ ଭିନ୍ନ ଭିନ୍ନ ପେଷାଦାର ବୃତିର ଲୋକଙ୍କୁ ନିଆଯିବ ଯଥା ସମାଜତତ୍ୱ, ଅର୍ଥଶାସ୍ତ୍ର, ନର୍ସିଂ ସେବା, ଡାକ୍ତରଖାନା ପରିଚାଳନା ଇତ୍ୟାଦି ।

ଯାହା ପୂର୍ବରୁ ରହିଆସିଥିଲା ଯେ, କେବଳ ସ୍ୱାସ୍ଥ୍ୟକ୍ଷେତ୍ରର ପେଷାଦାରମାନେ ନିଯୁକ୍ତି ପାଇବେ, ତାହା ରହିବ ନାହିଁ । ଆଉ ଗୋଟିଏ ସ୍ୱାଗତଯୋଗ୍ୟ ପ୍ରସ୍ତାବ ହେଉଛି ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଡାକ୍ତରଖାନାଗୁଡ଼ିକୁ ସୁଦୃଢ଼ କରିବା ଏବଂ କେତେକ ଜିଲ୍ଲା ହସପିଟାଲକୁ ଶିକ୍ଷାଦାନ କ୍ଷେତ୍ରରେ ରୂପାନ୍ତରିତ କରିବାର ଯୋଜନା ।

ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ରଖି, ଜାତୀୟ ସ୍ୱାସ୍ଥ୍ୟନୀତି ଏହି କଥା ମଧ୍ୟ କହୁଛି ଯେ, ଆୟୁଷ ଡାକ୍ତରମାନଙ୍କୁ ମୁଖ୍ୟସ୍ରୋତକୁ ଆଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହ ମିଶାଇଦେବେ ମଧ୍ୟମ ସ୍ତରର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ହିସାବରେ ।

ଅନ୍ୟ ସବୁ ଅର୍ଦ୍ଧ-ଡାକ୍ତରୀ ସେବା ପ୍ରଦାନକାରୀଙ୍କୁ କ୍ଷେତ୍ରରେ ମଧ୍ୟ ଏହା କରାଯିବ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିବର୍ଦ୍ଧିତ କରି ସେଥିରେ ‘ଭଲରେ ରହିବା’ କଥାଟିକୁ ସାମିଲ କରାଯିବ ଏବଂ ‘ପ୍ରତିରୋଧକ ଓ ମଙ୍ଗଳକାରୀ’ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।

ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ରେ ଡାକ୍ତରମାନଙ୍କ ପାଇଁ ଗ୍ରାମାଂଚଳରେ ନିଯୁକ୍ତି ବାଧ୍ୟତାମୂଳକ କରାଯିବା କଥା କୁହାଯାଇଥିବା ବେଳେ, ପାରିବାରିକ ଔଷଧ ଓ ସାଧାରଣ ସ୍ୱାସ୍ଥ୍ୟ ସେବାରେ ଏମ୍.ଡି. ପାଠ୍ୟକ୍ରମ ପାଇଁ ମଧ୍ୟ ପ୍ରାବଧାନ କରାଯାଇଛି ।

ଏହି ନୀତିଗତ ପରାମର୍ଶଗୁଡ଼ିକ, ଯଦି ନିଷ୍ଠାର ସହ କାର୍ଯ୍ୟକାରୀ କରାଯାଏ, ତେବେ ଗ୍ରାମାଂଚଳରେ ସବୁପ୍ରକାର ସ୍ୱାସ୍ଥ୍ୟ ସେବା ବ୍ୟାପକ ଭାବେ ଯୋଗାଇଦେବା କ୍ଷେତ୍ରରେ ବହୁତ ଉପଯୋଗୀ ହେବ ।

ଯେଉଁ ଗୋଟିଏ ସୁପାରିଶ ଚିନ୍ତାର କାରଣ ହେଉଛି ତାହାହେଲା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜନସ୍ୱାସ୍ଥ୍ୟ ସେବାର କିଛି ବିଭାଗ ଘରୋଇ ସଂସ୍ଥାକୁ ହାତରେ ଦେଇଦେବା ସହ ଅଧିକ କ୍ଷେତ୍ରରେ ଘରୋଇ ସଂସ୍ଥାମାନଙ୍କର ପ୍ରବେଶ ଏବଂ ସ୍ୱାସ୍ଥ୍ୟ ବୀମା ଓ ସ୍ୱାସ୍ଥ୍ୟସେବାର ‘କୌଶଳଭିତିକ କ୍ରୟ’ ।

ଯଦିଓ ସାଧାରଣ ଟିକସ ବ୍ୟବସ୍ଥାରୁ ସ୍ୱାସ୍ଥ୍ୟସେବାର ମୂଳ ଅର୍ଥଟି ଆସିବ ତେବେ ରାଷ୍ଟ୍ରାୟତ୍ତ କ୍ଷେତ୍ରରୁ ସ୍ୱାସ୍ଥ୍ୟ ସେବା କିଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି, ଯାହା ପ୍ରଥମେ ସ୍ୱେଚ୍ଛାସେବୀ ସଂସ୍ଥାଙ୍କୁ ଅନ୍ତର୍ଭୁକ୍ତ କରିବ ଏବଂ ପରେ ଘରୋଇ କ୍ଷେତ୍ର ହାତକୁ ଯିବ ।

ଘରୋଇ କ୍ଷେତ୍ରଟିକୁ ଗ୍ରହଣ କରିହେବ ଯେତେଦିନ ଯାଏଁ ରାଷ୍ଟ୍ରର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଖର୍ଚ୍ଚକାଟ କରିବା ପାଇଁ ଏହା ଏକ ସୁବିଧାଜନକ ବାଟ ହିସାବରେ ଦେଖାନଯାଏ । ଯଦି ଅର୍ଥ ଖର୍ଚ୍ଚ ନକରେ, ସାଧାରଣ ସ୍ୱାସ୍ଥ୍ୟସେବା ଆଗକୁ ଯାଇପାରିବନି ।

ଦୁର୍ଭାଗ୍ୟର କଥା ଯେ, ଶିକ୍ଷା ଅଧିକାର ଓ ଖାଦ୍ୟ ଅଧିକାର ଢାଂଚାରେ ସ୍ୱାସ୍ଥ୍ୟ ସେବାର ଅଧିକାର ଆଣିବା ପାଇଁ ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭ର କୌଣସି ପ୍ରତିବଦ୍ଧତା ନାହିଁ । ଜାତୀୟ ସ୍ୱାସ୍ଥ୍ୟ ନୀତିକୁ ନେଇ ୨୦୧୫ ମସିହାରେ ହେଇଥିବା ଚିଠାରେ ଯେଉଁ ଜାତୀୟ ସ୍ୱାସ୍ଥ୍ୟ ଅଧିକାର ଆଇନ କଥା କୁହା ଯାଇଥିଲା ସେ ସମ୍ପର୍କିତ ସମସ୍ତ ତଥ୍ୟ ଓ ଉଲ୍ଲେଖଗୁଡ଼ିକୁ ନୂତନ ସ୍ୱାସ୍ଥ୍ୟ ନୀତିରୁ ହଟେଇ ଦିଆଯାଇଛି ।

ନୂତନ ନୀତିଟି କେବଳ ଏତିକି କହି ସୀମାରେଖାଟିଏ ଟାଣି ଦେଇଛି ଯେ, ‘ଭବିଷ୍ୟତରେ ସ୍ୱାସ୍ଥ୍ୟସେବାକୁ ଅଧିକାର ହିସାବରେ ପାଇବା ପାଇଁ ଯେଉଁ ଅନୁକୂଳ ପରିବେଶ ଦରକାର ତାକୁ ସୃଷ୍ଟି କରିବା ପାଇଁ ଗୋଟିଏ ‘ପ୍ରଗତିଶୀଳ କିସ୍ତିଭିତିକ ପ୍ରତିଶ୍ରୁତି’ ଆଧାରିତ ଏବଂ ନିଶ୍ଚିତଭାବେ ଅର୍ଥ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ପାଇଁ ନୂତନ ନୀତିରେ ଯୁକ୍ତି ରଖାଯାଇଛି ।

ମୌଳିକ ସ୍ୱାସ୍ଥ୍ୟ ସେବାର ଭିତିଭୂମି ସର୍ବନିମ୍ନ ସ୍ତରରେ ପହଂଚାଇବା ଜରୁରୀ ଯଦି ସ୍ୱାସ୍ଥ୍ୟ ଅଧିକାରକୁ ନିଶ୍ଚିତ କରାଯିବ, ଏକଥା ମଧ୍ୟ କୁହାଯାଇଛି । ଏଭଳି ଏକ କାରଣ ଯଥେଷ୍ଟ ନୁହେଁ ଏବଂ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଜନଗଣଙ୍କ ମୌଳିକ ଅଧିକାରର ସ୍ଥାନ ନେଇପାରିବ ନାହିଁ ।

ଯଦି ସ୍ୱାସ୍ଥ୍ୟସେବାଟିକୁ ଗୋଟିଏ ଅଧିକାର ହିସାବରେ ଆମେ ମାନିବା ନାହିଁ ତେବେ ସର୍ବନିମ୍ନ ସ୍ତରରେ ସ୍ୱାସ୍ଥ୍ୟ ଭିତିଭୂମି ଠିଆ କରାଇବା ପାଇଁ ଯେଉଁ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ଅଛି ତାକୁ ଯୋଗାଡ଼ କରିପାରିବା ନାହିଁ ।

ସାଧାରଣ ସ୍ୱାସ୍ଥ୍ୟସେବାରେ କରାଯାଉଥିବା ଖର୍ଚ୍ଚ କ୍ଷେତ୍ରରେ, ନାଗରିକମାନେ ସ୍ୱାସ୍ଥ୍ୟ ସେବା ପାଇପାରିବା କ୍ଷେତ୍ରରେ ଏବଂ ସ୍ୱାସ୍ଥ୍ୟର ସୂଚକାଙ୍କମାନଙ୍କୁ ଦେଖିଲେ ଭାରତ, ଥାଇଲାଣ୍ଡ, ଶ୍ରୀଲଙ୍କା ସମେତ ଅନ୍ୟ ବ୍ରିକ୍ସସଦସ୍ୟ ଦେଶ ଯଥା ବ୍ରାଜିଲ, ରୁଷିଆ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ତୁଳନାରେ ବହୁତ ପଛରେ ଅଛି ।

ସେମାନେ ଭାରତକୁ ଅତିକ୍ରମ କରି ନିଜର ସ୍ୱାସ୍ଥ୍ୟ ଲକ୍ଷ୍ୟ ପୂରଣ କରିସାରିଛନ୍ତି, ଯେତେବେଳେ କି ଆମେ ଆମର ସ୍ୱାସ୍ଥ୍ୟ ଲକ୍ଷ୍ୟଗୁଡ଼ିକ ହାସଲ କରିବା ଏବଂ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପହଂଚାଇବା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରିଆସିଛେ ।

ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ହାସଲ କରାଯିବା କେତେ ଜରୁରୀ ତାକୁ ବୁଝିବାରେ ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭ ବିଫଳ ହେଇଛି । ସ୍ୱାସ୍ଥ୍ୟକୁ ଉଲ୍ଲଂଘନ ନକରିପାରିବା ଭଳି ଏକ ଅଧିକାର ହିସାବରେ ସ୍ୱୀକାର କରିବା ପାଇଁ ଦିଆଯାଇଆସିଥିବା ବଳିଷ୍ଠ ଯୁକ୍ତିକୁ ଅଣଦେଖା କରି ନୂତନ ସ୍ୱାସ୍ଥ୍ୟ ନୀତି ନିଶ୍ଚିତ କରୁଛି ଯେ, ଭାରତ ଏସବୁ ଦେଶମାନଙ୍କ ପଛରେ ହିଁ ରହିବ ।

 

March 25, 2017 VOL L11 NO 12 EPW -2 (Right to Health Care)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ସ୍ୱାସ୍ଥ୍ୟ

ମାଲକାନଗିରିରେ ମାନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା

July 2, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ମାଲକାନଗିରି , ଜୁଲାଇ ୨ (ଓଡିଶା ଡଟ କମ) ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ଏବଂ ମାଲକାନଗିରି ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାପାଇଁ ଗଣମାଧ୍ୟମ, ପ୍ରଶାସନ ତଥା ସମସ୍ତଙ୍କ ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମାଲକାନଗିରି ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମୀ ଏଠାରେ ମା,ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ କର୍ମଶାଳା ଯୋଗ ଦେଇ କହିଛନ୍ତି ।

PHOTO-2ଯେଉଁ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରୁନାହିଁ ସେଠାରେ ପ୍ରଥମେ ଗଣମାଧ୍ୟମ ପହଞ୍ଚି ପାରୁଛି । ଲୋକଙ୍କ ସୁବିଧା ଅସୁବିଧା ଲୋକଙ୍କ ନିକଟରୁ ଆଣି ପାରୁଛି , ଡ଼ି॰ଆର॰ଡ଼ି॰ଏ॰ସମ୍ମିଳନୀ ଗୃହରେ ମ।ତୃ, ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଗଣମାଧ୍ୟମ କର୍ମଶାଳା ରେ ମୂଖ୍ୟ ଅତିଥିଭାବେ ଯୋଗଦେଇ ସେ ଏହା କହିଛନ୍ତି ।

ସ୍ଵେଚ୍ଛାସେବୀ ସଂସ୍ଥା ପିପୁଲ୍ସସ କଲ୍ଚରାଲ ସେଣ୍ଟର,(ପିକକ),ନେସନଲ ସେଣ୍ଟର ଫର ଚାଇଲ୍ଡ ରାଇଟସ ଓ ୟୁନିସେଫ ପକ୍ଷରୁ ମିଳିତ ଭାବେ ଆୟୋଜିତ ଆୟୋଜିତ ଏହି କର୍ମଶାଳାରେ ପିକକ ର ସମ୍ପାଦକ ରଞ୍ଜନ ମହାନ୍ତି ସ୍ଵାଗତ ଭାଷଣ ଦେଇ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ ।

ସେ କହିଥିଲେ ଯେ ସରକାରଙ୍କ ଯୋଜନା କିଭଳି ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଆବଶ୍ୟକ । ୟୁନିସେଫ ର ରୁଦ୍ରପ୍ରସନ୍ନ ରଥ ଗଠନମୂଳକ ସମ୍ବାଦ ପରିବେଷଣ ପାଇଁ କହିଥିଲେ ।

ୟୁନିସେଫ ର ଡକ୍ଟର ଆଶିଷ ସେନ ରାଜ୍ୟର ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସଂକ୍ରାନ୍ତ ରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିବାବେଳେ ଜିଲ୍ଳା ମୁଖ୍ୟ ଚିକିତ୍ସ। ଅଧିକାରୀ ଡକ୍ଟର ଉଦୟ ଶଙ୍କର ମିଶ୍ର ଜିଲ୍ଲାର ସ୍ଵାସ୍ଥ୍ୟସେବା ଉପରେ ଆଲୋକପାତ କରି କହିଥିଲେଯେ ଗଣମାଧ୍ୟମ ସହଯୋଗ ଯୋଗୁଁ ଇନ୍ଦ୍ରଧନୁସ ଯୋଜନାରେ ମାଲକାନଗିରି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାରକରିଛି।

ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ ସ୍ୱାସ୍ଥ୍ୟ ସେବାର ଫଳପ୍ରଦ କାର୍ଯ୍ୟକାରିତ। ପାଇଁ ଜିଲ୍ଳା ପ୍ରଶାସନ ସଦ।ସର୍ବଦା ଚେଷ୍ଟିତ ବୋଲି କହିଥିଲେ ।

ଜିଲ୍ଲାପରିଷଦ ଅଧ୍ୟକ୍ଷ୍ୟ। ପଦ୍ମିନୀ ମୁଦୁଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟୟର ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ମତଦେଇଥିଲେ। ଏନ॰ଏଚ॰ଏମ ର ପ୍ରକଳ୍ପ ଅଧିକାରୀ ଶୁଭାକାନ୍ତ ଗନ୍ତାୟତ,ଏଡ଼ିଏମଓ (ପରିବାରକଲ୍ୟାଣ)ଡାଃ ଅଜୟ କୁମାର ବଇଠାରୁ,ଇଉନିସେଫ ର ଅଲୋକ ମହାନ୍ତି,ପପୁଲାର ର ସଞ୍ଜୁକ୍ତା ପ୍ରଧାନ, ସାମ୍ବାଦିକ ମାଧବ ବେହୁରା ଓ ହିମାଂଶୁ ପ୍ରସାଦ ସିଂହ ପ୍ରମୁଖ କର୍ମଶାଳାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ର ଉନ୍ନତି ପାଇଁ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାର ଗାନ୍ଧୀପଲ୍ଲୀ ଓ ଗୌଡଗୁଡା ଗ୍ରାମ ରେ ଟୀକାକରଣ କେନ୍ଦ୍ର ପରିଦର୍ଶନକରୀ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଓ ମା ମାନଙ୍କସହ ଆଲୋଚନା କରିଥିଲେ । ଶେଷରେ ପିକକର ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାକୁ ପିକକର ଜ୍ୟୋତି ମହାପାତ୍ର ଓ ତେଞ୍ଜିଙ୍ଗ ସଭାପତି ପରିଚାଳନା କରିଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: କର୍ମଶାଳା, ପିକକ, ସ୍ୱାସ୍ଥ୍ୟ

ଆମ୍ରି ହସ୍ପିଟାଲ୍ ଦ୍ଵାରା ଅଗ୍ନିଶମ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ୍

July 1, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ୧ ଜୁଲାଇ (ଓଡିଶା ଡଟ୍ କମ୍): ଭୁବନେଶ୍ଵରରେ ସ୍ଥିତ ଆମ୍ରି ହସ୍ପିଟାଲ୍ ଚାଳିଶ ରୁ ଊର୍ଦ୍ଧ୍ଵ ଅଗ୍ନିଶମ କର୍ମଚାରୀଙ୍କୁ ମୌଳିକ ଜୀବନ ସହାୟତା ଓ ପ୍ରାଥମିକ ଚିକିତ୍ସା ତାଲିମ୍ ପ୍ରଦାନ କରିଛି ।

ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ତଥା ଅଗ୍ନିଶମ ସେବା ମୁଖ୍ୟ ଶ୍ରୀ ଏମ୍. ନାଗେଶ୍ୱର ରାଓଙ୍କ ଦ୍ଵାରା ଉଦଘାଟିତ ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ କର୍ମଚାରୀମାନଙ୍କୁ ପ୍ରାଥମିକ ଚିକିତ୍ସା ଏବଂ କାର୍ଡିଓପୁଲମୋନାରୀ ରିସସପିଟେସନ, ବିପର୍ଯ୍ୟୟ ସମୟରେ ବା ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କୌଶଳ ସମ୍ବନ୍ଧରେ ଶିକ୍ଷା ଦିଆଯାଇଥିଲା ।

ଏହାକୁ ଆମ୍ରି ହସ୍ପିଟାଲ୍, ଭୁବନେଶ୍ୱରର ଡାକ୍ତରମାନେ ପରିଚାଳନା କରିଥିଲେ ।

????????????????????????????????????

ଏହି ଅବସରରେ ଶ୍ରୀ ରାଓ କହିଥିଲେ ଯେ ଏଭଳି ଉପାଦେୟ କାର୍ଯ୍ୟକ୍ରମ ପାଇଁ ଆମ୍ରି ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପଟି ସତରେ ଅତି ଚମତ୍କାର । ମାନବ ଜୀବନ ହେଉଛି ମୂଲ୍ୟବାନ ।  ଡାକ୍ତରଙ୍କ ପରି ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ଲୋକମାନଙ୍କର ଜୀବନ ସୁରକ୍ଷା ପ୍ରତି ଦାୟୀତ୍ୱବାନ୍ ହୋଇଥାନ୍ତି ।

ଏହି କାର୍ଯ୍ୟକ୍ରମରୁ ଆହରଣ କରାଯାଇଥିବା ଜ୍ଞାନକୌଶଳକୁ ସେମାନେ ନିଜ ବନ୍ଧୁମାନଙ୍କ ମଧ୍ୟରେ ବାଣ୍ଟିପାରିବେ । ଏହା ହେଉଛି କେବଳ ଆରମ୍ଭ ମାତ୍ର । ଆମ୍ରି ହସ୍ପିଟାଲ୍ ସହିତ ଆମର ସହଭାଗୀତ ଜରିରହିବା ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିରୂପେ ଯୋଗଦାନ କରି ଶ୍ରୀ ଅବସର ପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ଏସ.ଏନ.ତିୱାରୀ କହିଥିଲେ ଯେ ଆମ୍ରି ହସ୍ପିଟାଲ୍ ଦ୍ୱାରା ଗ୍ରହଣ କରାଯାଇଥିବା ଏ ପ୍ରକାର ଉଦ୍ୟମ ପ୍ରଶଂସନୀୟ ।

ଆଡମିରାଲ ତଥା ହସପିଟାଲର ଉପାଧ୍ୟକ୍ଷ ଡାକ୍ତର ସଲିଲ୍ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ସେ ହସ୍ପିଟାଲର ସମାଜ ପାଇଁ ରହିଥିବା ଉତ୍ତର ଦାୟିତ୍ଵ ତଥା ସ୍ୱାସ୍ଥ୍ୟ ସେବା ସମ୍ବନ୍ଧରେ ସୂଚନା ପ୍ରଦାନ କରି ହସ୍ପିଟାଲ୍ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ADG Fire services interacting with the Doctorsପୂର୍ବ ଭାରତରେ ମଲ୍ଟି ସ୍ପେସିଆଲିଟି ହେଲ୍ଥ କେୟାର ସୁବିଧା ପ୍ରଦାନ କରୁଥିବା ଆମ୍ରି ହସ୍ପିଟାଲ୍ସରେ ରହିଛି ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଯଥା ଅଙ୍କୋଲୋଜି, ନୁ୍ୟରୋସାଇନ୍ସେସ୍, କାର୍ଡିଆକ୍ ସାଇନ୍ସେସ୍,  ଅର୍ଥୋପେଡିକ୍ସ, ଏମ୍ରଜେନ୍ସି ଏବଂ ଟ୍ରାଉମା କେୟାର, ଗାଏନୋକୋଲୋଜି ଓ ଚାଇଲ୍ଡ କେୟାର ପରି ସୁବିଧା ।

ସୂଚନା ଯୋଗ୍ୟ ଯେ  ଅତ୍ୟାଧୁନିକ ଓ ଉନ୍ନତ ଉପକରଣ ସାଙ୍ଗକୁ ଆଧୁନିକ ମାନର ସେବା ବ୍ୟବସ୍ଥା ଦ୍ୱାରା ଆମ୍ରି ପୂର୍ବ ଭାରତର ଲୋକମାନଙ୍କୁ  ଉଚ୍ଚମାନର ଚିକିତ୍ସା ସେବା ଯୋଗାଇ ଆସୁଛି ।

ଆମ୍ରି ହସ୍ପିଟାଲ୍ ହେଉଛି ଇମାମି ଗ୍ରୁପ୍ ଅଫ୍ କମ୍ପାନିର ଏକ ଅଂଶ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ସ୍ୱାସ୍ଥ୍ୟ Tagged With: ଆମ୍ରି ହସ୍ପିଟାଲ୍, ସ୍ୱାସ୍ଥ୍ୟ

ପାଞ୍ଚୋଟି ନୂଆ ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

May 8, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆ ଦିଲ୍ଲୀ, ମଇ ୮ (ଓଡିଶା ଡଟ କମ) ରାଜ୍ୟରେ ପାଞ୍ଚୋଟି ନୂଆ ମେଡିକାଲ କଲେଜ ସ୍ଥାପନ ପାଇଁ ମଞ୍ଜୁରୀ ଦେବା ସହ ଆବଶ୍ୟକୀୟ ଆର୍ଥିକ ଅନୁଦାନ ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

CMନୂଆ ଦିଲ୍ଲୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ସେ କୋରାପୁଟ, ବଲାଙ୍ଗିର, ପୁରୀ, ବାଲେଶ୍ଵର, ଓ ବାରିପଦା ଠାରେ ସମୁଦାୟ ୨୪୫୦.୯୦ କୋଟି ଟଙ୍କା ବ୍ୟୟରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଅନୁମତି ଦେବା ପାଇଁ ଅନୁରୋଧ କରିଛନ୍ତି ।

ଏ ସଂକ୍ରାନ୍ତରେ ରାଜ୍ୟସରକାର ଏକ ସଂଶୋଧିତ ପ୍ରକଳ୍ପ ରିପୋର୍ଟ ଦାଖଲ କରିଥିବା ସେ କହିଥିଲେ ।

କଟକ ଠାରେ ଦେଶର ପୂର୍ବାଞ୍ଚଳ ପାଇଁ ବାଙ୍ଗାଲୋରରେ ଥିବା ନିମହାନସ ଢାଞ୍ଚ। ରେ ମେନଟାଲ ହେଲଥ ଓ ନ୍ୟୁରୋ ସାଇନସର ଏକ ସୁପର ସ୍ପେସାଲିଟି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା କରିବାର ଆବଶ୍ୟକତା ଦର୍ଶାଇ ସେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି ।

ରାଜ୍ୟ ସରକାର ଏଥିପାଇଁ କଟକ ଜିଲ୍ଲାର ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର ଠାରେ ଆବଶ୍ୟକ ଥିବା ୧୮.୩୩ ଏକର ଜମି ଚିହ୍ନଟ କରିଥିବା ତାଙ୍କୁ କହିଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି, ସ୍ୱାସ୍ଥ୍ୟ Tagged With: ମୁଖ୍ୟମନ୍ତ୍ରୀ, ମେଡିକାଲ କଲେଜ, ସ୍ୱାସ୍ଥ୍ୟ

ରଥଯାତ୍ରା ପାଇଁ ୬୦ ଡ଼ାକ୍ତର, ୫୪ ଫାର୍ମାଶିଷ୍ଟ

May 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୦(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ବିପୁଳ ଜନ ସମାଗମକୁ ଦୃଷ୍ଟିରେ ରଖି ଚିକିତ୍ସା ପ୍ରଦାନ ପାଇଁ ୬୦ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯିବ ବୋଲି ଗୁରୁବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଏହାବ୍ୟତୀତ ୫୪ ଜଣ ଫାର୍ମାଶିଷ୍ଟ , ୭୭ ଜଣ ସ୍ୱାସ୍ଥ୍ୟ କର୍ମୀ , ୨୦ ଜଣ ସେବିକା ଏବଂ ୨୮ ଜଣ ଓା୍ୱର୍ଡ ଆଟେଣ୍ଡାନ୍ଟ ନିୟୋଜିତ ହେବେ ।

ପୁରୀ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି । ୧୦୦ ୟୁନିଟ୍ ରକ୍ତ ମହଜୁଦ ସମେତ ୨୦ଟି ସରକାରୀ ଆମ୍ବୁଲାନ୍ସ ରଖାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କୁହାଯାଇଛି ।

ରଥଯାତ୍ରା ସମୟରେ ଦେଶ ବିଦେଶରୁ ଦଶ ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ଦୃଷ୍ଟିରୁ ମାହାମାରୀ
ନିରାକରଣ ପାଇଁ ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ପୌରପରିଷଦ ଅଞ୍ଚଳରେ ଥିବା ପାନୀୟ ଜଳ ଉତ୍ସଗୁଡିକୁ ତିନୋଟି ପର୍ଯ୍ୟାୟରେ ବିଶୋଧନ କରାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି ।

ପୁରୀ ସଂକ୍ରାମକ ରୋଗ ଡାକ୍ତରଖାନାରେ ଝାଡାବାନ୍ତି ରୋଗୀ ମାନଙ୍କ ମଳ ନମୂନାର ବିଶେଷ ପରୀକ୍ଷା କରାଯାଇ ଯଦି କୌଣସି ହଇଜା ରୋଗ ଜୀବାଣୁ ବାହାରିବ ତାହା ହେଲେ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ଓ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରାଯିବ ।

ସେହିପରି ପୁରୀ ସହର ଏବଂ ଏହାକୁ ସଂଯୋଗ କରୁଥିବା ରାଜପଥ ପାର୍ଶ୍ଵରେ ସରକାରଙ୍କ ପକ୍ଷରୁ ୨୧ଟିଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ । ଏହି ଆଶୁ ଚିକିତ୍ସା କେନ୍ଦ୍ର ଗୁଡିକ ଆସନ୍ତା ଜୁନ୍ ୧୮ରୁ ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ ।

ଖାଦ୍ୟପେୟ ଅପମିଶ୍ରଣ ପ୍ରତିରୋଧ ପାଇଁ ଖାଦ୍ୟ ନିରୀକ୍ଷକଙ୍କୁ ମୁତୟନ କରାଯିବା ସହିତ ଭ୍ରାମ୍ୟମାଣ ଅଦାଲତ, ରଥ ଟଣା ସମୟରେ ପ୍ରତି ରଥ ଘେର ମଧ୍ୟରେ ଆଶୁ ଚିକିତ୍ସା ବ୍ୟବସ୍ଥା କରାଯିବ ।

ଏହି ସମୟରେ ଦୁର୍ଘଟଣା, ଝାଡାବାନ୍ତି, ହୃଦରୋଗ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗର ପ୍ରତିରୋଧ ପାଇଁ ଯଥେଷ୍ଟ ପରିମାଣର ଆବଶ୍ୟକୀୟ ଔଷଧ ଓ ବିଶୋଧକ ମହଜୁଦ ରଖାଯିବ ।

ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ପାଇଁ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର ସହ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ମଣ୍ଡପ ଖୋଲାଯିବ । ଏହି ମଣ୍ଡପରେ ପ୍ରତ୍ୟେକଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ବନ୍ଧୀୟ ସଚେତନା ମୂଳକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ସ୍ଥିର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆମ୍ବୁଲାନ୍ସ, ଧନୁଯାତ୍ରା, ସ୍ୱାସ୍ଥ୍ୟ

ଉଦାସୀ ସାହୁ ପାଇବେ ଫ୍ଲୋରେନ୍ସ ନାଇଟାଙ୍ଗଲ୍ ପୁରସ୍କାର

May 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୯(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ମହିଳା ସ୍ୱାସ୍ଥ୍ୟ କର୍ମୀ ଉଦାସୀ ସାହୁ ଚଳିତ ବର୍ଷ ସମ୍ମାନଜନକ ଜାତୀୟ ଫ୍ଲୋରେନ୍ସ ନାଇଟାଙ୍ଗଲ୍ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଚଳିତ ମାସ ୧୨ ତାରିଖ ନୂଆଦିଲ୍ଲୀ ଠାରେ ଆୟୋଜିତ ଉତ୍ସବରେ ଭାରତର ରାଷ୍ଟ୍ରପତି ପ୍ରତିଭା ଦେବୀସିଂହ ପାଟିଲ ତାଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରିବେ ।

ଶେଷରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ନର୍ସ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସେମାନଙ୍କର ସେବାର ସର୍ବୋଚ୍ଚ ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ଦିଆଯାଇଥାଏ ।

ପୁରସ୍କାର ବାବଦକୁ ନଗଦ ୫୦ ହଜାର ଟଙ୍କା , ମାନପତ୍ର ଓ ଏକ ମେଡାଲ ପ୍ରଦାନ କରାଯିବ । ମଇ ମାସ ୧୨ ତାରିଖ ଫ୍ଲୋରେନ୍ସ ନାଇଟାଙ୍ଗଲ୍ ଙ୍କ  ଜନ୍ମଦିନକୁ ଆନ୍ତର୍ଜାତିକ ସେବିକା ଦିବସ ଭାବେ ପାଳନ କରାଯାଉଛି ।

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ପାଟନା ବ୍ଲକ୍ ଅନ୍ତର୍ଗତ ଚିଦିଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ୪୨ ବର୍ଷ ବୟସ୍କା ସାହୁ କୁଶଳୀ ପ୍ରସବ ସହାୟିକା, ନବଜାତ ଓ ଶିଶୁଙ୍କ ସ୍ୱାସ୍ଥ୍ୟର ସମନ୍ୱିତ ପରିଚାଳନା ଏବଂ ନବଜାତ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ତାଲିମ ପାଇଛନ୍ତି ।

ଗତ ଏକ ବର୍ଷ ମଧ୍ୟରେ ସେ ୩୦୯ ଜଣଙ୍କର ଆନୁଷ୍ଠାନିକ ପ୍ରସବ କରାଇବା ସହିତ ୩୪ ଜଣ ଜଟିଳ ଗର୍ଭବତୀଙ୍କୁ ଚିହ୍ନଟ କରି ୩୨ ଜଣଙ୍କର ନିଜେ ପ୍ରସବ କରାଇ ପାରିଛନ୍ତି ।

ସେ ଦଶଟି ନବଜାତ ଶିଶୁଙ୍କର ଜୀବନ ରକ୍ଷା ମଧ୍ୟ କରାଇ ପାରିଛନ୍ତି । ଗ୍ରାମାଞ୍ଚଳରେ ଗର୍ଭବତୀ ମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବା ସହିତ ନିୟମିତ ଡାକ୍ତରଙ୍କ ପାଖରେ ପରୀକ୍ଷା କରାଇବାର ସୁବିଧା କରାଇ ପାରିଛନ୍ତି ।

ଏହି ଜାତୀୟ ପୁରସ୍କାର ପାଇଁ ସେ ମନୋନୀତ ହୋଇଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ, ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜାତୀୟ ପୁରସ୍କାର, ଫ୍ଲୋରେନ୍ସ ନାଇଟାଙ୍ଗଲ୍, ସ୍ୱାସ୍ଥ୍ୟ

ସେପ୍ଟେମ୍ବରରୁ ଭୁବନେଶ୍ୱର ଏମ୍ସରେ ଡ଼ାକ୍ତରୀ ପାଠ୍ୟକ୍ରମ

May 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୬(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ସିଜୁଆ ଠାରେ ନିର୍ମାଣଧିନ ଏମ୍ସରେ ଡାକ୍ତରୀ ପାଠ୍ୟକ୍ରମରେ ଶିକ୍ଷାଦାନ ଆରମ୍ଭ ହେବ ବୋଲି ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଗୁଲାମନବୀ ଆଜା କହିଛନ୍ତି ।

ବର୍ତମାନ ଏହି ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଏହାକୁ ତ୍ୱରାନ୍ନିତ କରାଯାଉଛି । ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ଆଜା ନିର୍ମାଣାଧିନ ଏମ୍ସ ପରିଦର୍ଶନ ପରେ କହିଛନ୍ତି ।

ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ଆଜା ରାଜ୍ୟ ଅତିଥି ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ବିଭାଗର ବରିଷ୍ଠ ପଦାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଟୀକା କରଣ ଏବଂ ନୂତନ ଭାବେ ଆରମ୍ଭ କରାଯାଇଥିବା ଏନ୍.ସି.ଡି କାର୍ଯ୍ୟକ୍ରମ ଆଦିରେ ବ୍ଲକ୍ ଓ ଜିଲ୍ଲାସ୍ତରରୁ ଆସୁଥିବା ରିପୋର୍ଟ ଗୁଡିକୁ ରାଜ୍ୟ ସରକାର ନିଜର ବିପିଓ ମାଧ୍ୟମରେ ତନଖିକରି ଡାଟାବେସ୍ କରିବା ସହିତ ତାର କପି କେନ୍ଦ୍ରକୁ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଶେଷରେ ବିଭିନ୍ନ ରାଜ୍ୟର ଏହି ସବୁ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାର ସେହି ସବୁ ଯୋଜନାକୁ ଅଧିକ ସୁଦୃଢ ଏବଂ ସହାୟତା ଆଦି ପାଇଁ ବ୍ୟବସ୍ଥା କରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରରେ ଏକ ଜାତୀୟ କର୍କଟ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯିବା ଏବଂ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହିତ ଯୋଗ ଓ ନେଚରପାଥି କେନ୍ଦ୍ରୀୟ ପ୍ରତିଷ୍ଠାନ ସ୍ଥାପନ କରିବା, ରାଜ୍ୟରପଛୁଆ ଜିଲ୍ଲା ମାନଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକର ଉନ୍ନତି କରଣ ପାଇଁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ଅର୍ଥ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।

ସେହିପରି ଶେଷରେ ବୟସ୍କ ଲେକଙ୍କ ପାଇଁ ୮ ଟି ଆଞ୍ଚଳିକ ଜେରିଆଟିକ୍ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଥିବାରୁ ସେଥିରୁ ଗୋଟିଏ ଓଡିଶାରେ କରିବା ପାଇଁ ଆଜାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଏମ୍ସ, ସ୍ୱାସ୍ଥ୍ୟ

ସମ୍ବଲପୁରରେ ସୁପର ସ୍ପେସିଆଲିଟିି ହସ୍ପିଟାଲ

April 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅପ୍ରେଲ ୨୩(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସମ୍ବଲପୁର ଠାରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି ।

ସରକାରୀ-ବେସରକାରୀ ଭାଗୀାରିତାରେ ଏହି ହସ୍ପିଟାଲ ପ୍ରତିଷ୍ଠା କରାଯିବ । କୋଲକାତାର ଶେୁନ୍ ହସ୍ପିଟାଲ ଓ ହାର୍ଟ ପ୍ରତିଷ୍ଠାନ ଏହି ହସପିଟାଲ ପ୍ରତିଷ୍ଠା କରିବାକୁ ଯାଉଛି ।

ଏଥି ପାଇଁ ସଂସ୍ଥା ପକ୍ଷରୁ ପ୍ରାରମ୍ଭିକ ଭାବେ ୧୭୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ୩ ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ରାଜ୍ୟ ସରକାର ଉଚିତ ମୂଲ୍ୟରେ ସାତ ଏକର ଜମି ଯୋଗାଇ ଦେବେ ।

ରାଜ୍ୟ ସରକାର ଏହି ସଂସ୍ଥାକୁ ଏନ୍.ଓ.ସି ପ୍ରଦାନ କରିଛନ୍ତି । ସଂସ୍ଥା ଏଥି ପାଇଁ ସରକାରଙ୍କୁ ଆବେନ କରିଥିଲା ଏବଂ ଏହା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ଅନୁମୋନ ପରେ ଏହି ପ୍ରମାଣପତ୍ର ପ୍ରଦାନ କରାଯାଉଛି ।

ଏହି ହସ୍ପିଟାଲରେ ୨୪ଟି ବିଭାଗ ସହିତ ୩୦ ଟି ଅପରେସନ ଥିଏଟର ,ଦୁଇଟି ଡିଜିଟାଲ କାଥ୍ଲାବ ସହିତ ରୋଗ ନିରୂପଣ ସହାୟକ ପାଥୋଲୋଜି, ଇମେଜିଂ କାର୍ଡିଓଲୋଜି ଏବଂ ନ୍ୟୁରୋଲୋଜି ପ୍ରଭୃତିର ବ୍ୟବସ୍ଥା ରହିବ ।

ଏହାବ୍ୟତୀତ ଏଠାରେ ଜିଏନ୍ଏମ୍ ସ୍କୁଲ , ପାରାମେଡିକାଲ ତାଲିମ୍ କେନ୍ଦ୍ର , ପିଜିଡିସିସି ଏବଂ
ଡି.ଏନ୍.ବି ପାଠ୍ୟକ୍ରମ ମଧ୍ୟ ରହିବ ଏବଂ ଏଥିରେ ପ୍ରାୟ ୮୦୦ ଲୋକ ନିଯୁକ୍ତି ପାଇବେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପଶ୍ଚିମ ଓଡ଼ିଶା, ସ୍ୱାସ୍ଥ୍ୟ

  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ