ଦେବେନ୍ଦ୍ର ପୃଷ୍ଟି
ଅବହେଳିତ ପଶ୍ଚିମ ଓଡ଼ିଶାର ବରଗଡ଼। ଏଇ ଜିଲ୍ଲାର ଘେଁସ ହେଉଛି ଏକ ଐତିହାସିକ ଜମିଦାରୀ।
ବ୍ରିଟିଶ ଶାସନ ବିରୋଧରେ ଘେଁସ ଜମିଦାରଙ୍କ ବିଦ୍ରୋହ ଓ ବଳିଦାନର କଥା ଉପକୂଳ ଓଡ଼ିଶାର ଲୋକଙ୍କୁ ଅଜଣା ହୋଇପାରେ, ମାତ୍ର ତାହା ଥିଲା ପରାଧୀନ ଭାରତର ବୀରତ୍ଵ ଓ ବିଦ୍ରୋହର ବିଶାଳ ଐତିହ୍ୟ।
ଘେଁସର ତତ୍କାଳୀନ ଜମିଦାର ମାଧବ ସିଂହ ବରିହବା ଓରଫ ମାଧୋ ସିଂହ ବରିହା ଏବଂ ତାଙ୍କର ପୂରା ପରିବାର ବ୍ରିଟିଶ ସରକାର ବିରୋଧରେ ବିଦ୍ରୋହ କରି ପ୍ରାଣବଳି ଦେଇଥିଲେ।
ସେଇ ମାଟିର ଲୋକ ହେଉଛନ୍ତି ହଳଧର ନାଗ, ଲୋକ କବି ରତ୍ନ। ପଦ୍ମଶ୍ରୀ ହଳଧର ନାଗ। ପନ୍ଦର ଦିନ ତଳ ପର୍ଯ୍ୟନ୍ତ ହଳଧର ନାଗ କିଏ ପଚାରିଲେ ଓଡ଼ିଶାର ନବେ ପ୍ରତିଶତ ହୁଏତ ଉତ୍ତର ଦେଇପାରି ନଥାନ୍ତେ। ଜଣେ ସାଧାରଣ ଜଳଖିଆ ଓ ଷ୍ଟେସନାରୀ ଦୋକାନୀଙ୍କୁ କିଏ କାହିଁକି ଜାଣିଥାନ୍ତେ?
ଏବେ କିନ୍ତୁ ଓଡ଼ିଶାର ଘରେ ଘରେ ନହେଲେ ମଧ୍ୟ ଶିକ୍ଷିତ ଓ ସମ୍ଭ୍ରାନ୍ତ ମହଲରେ ସେ ଏକ ପରିଚିତ ନାମ। ପଦ୍ମଶ୍ରୀ ହଳଧର ନାଗ। ବେଶଭୂଷା ସଂପୂର୍ଣ୍ଣ ସରଳ। ଚାଳିଚଳନ ଓ କଥାବାର୍ତ୍ତା ବି ସେଇଆ। ନିହାତି ଦେହାତି ମଣିଷ ଜଣେ।
ଜୀବନ ଯେମିତି କବିତା ବି ସେମିତି। ନିହାତି ସାଧାରଣ ଲୋକ ବୁଝିପାରିଲା ଭଳି ଭାଷାରେ ଲେଖନ୍ତି ହଳଧର। ନିଜେ ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଛନ୍ତି। ତେଣୁ ନିଜ ଅଂଚଳର କଥିତ ଭାଷାରେ ର୍ହି ଲେଖିଛନ୍ତି ନିଜର ଓ ଲୋକଙ୍କର କଥା। ସମ୍ବଲପୁରୀ ବା କୋଶଳୀ ହେଉଛି ପଶ୍ଚିମ ଓଡ଼ିଶାର କଥିତ ଭାଷା। ସେଇ ଭାଷାରେ ଅଜସ୍ର କାବ୍ୟ ଓ କବିତା ଲେଖି ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।
ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ବୟସ ତାଙ୍କ ବାପା ପରପୁରକୁ ଚାଲିଗଲେ। ବିଧବା ମା’ଙ୍କ ପକ୍ଷେ ତାଙ୍କୁ ପାଠ ପଢ଼ାଇବା କଷ୍ଟକର ହେଲା। ସେଇଠୁ ପାଠରେ ଡୋରି ବନ୍ଧାଗଲା। ହଳଧର ପାଠ ଛାଡ଼ି ଜୀବନ ସଂଗ୍ରାମରେ ଯୋଗଦେଲେ।
ଗୋଟେ ଜଳଖିଆ ଦୋକାନରେ ବାସନ ମାଜିବା ଥିଲା ତାଙ୍କର ପ୍ରଥମ କାମ। ସେଇଆ କରିବା ଭିତରେ କିଛି ବର୍ଷ ବିତିଗଲା। ଥରେ ତାଙ୍କ ଗାଁ ଅଂଚଳର ଜଣ ମୁଖିଆ ସ୍ଥାନୀୟ ଲୋକ ତାଙ୍କୁ ଡାକିନେଇ ଗୋଟେ ସ୍କୁଲରେ ମୁକରିର କରିଦେଲେ। କାମ ହେଉଛି ରୋଷେଇ।
ସ୍କୁଲ ରୋଷେୟା ଭାବରେ ସେ ପ୍ରାୟ ୧୬ ବର୍ଷ କାମ କଲେ। ସେତେବେଳଙ୍କୁ ତାଙ୍କ ଅଂଚଳରେ ଅନେକ ସ୍କୁଲ ଖୋଲିଲାଣି। ବହୁତ ପିଲା ପାଠ ପଢ଼ିଲେଣି। ସେ ୧୦୦୦ ଟଙ୍କା କରଜ କରି ସ୍କୁଲ ପିଲାଙ୍କ ପାଇଁ ଗୋଟେ ଦୋକାନ ଖୋଲିଲେ। ଦୋକାନ ମାନେ ପିଲାଙ୍କ ଦରକାରୀ ଖାତା, କଲମ, ପେନସିଲ ସହିତ କିଛି ଖାଇବା ଜିନିଷର ପସରା। ସେଇଥିରେ ଚଳିଗଳେ ହଳଧର।
କିନ୍ତୁ କେବଳ ଏଇଥିପାଇଁ ତ ସେ ଜନ୍ମ ହୋଇ ନଥିଲେ! ତାଙ୍କ ଆତ୍ମା ଡାକୁଥିଲା ଅନ୍ୟ କିଛି। ହୃଦୟ ଥିଲା ନରମ, ଦରଦୀ। ତେଣୁ କବିତାର ଭାବରେ ସେ ଅନେକ ସମୟରେ ବିଭୋର ରହୁଥିଲେ।
ମନ ଭିତରର ଭାବ ଓ ଭାବନାକୁ ଅଧିକ ଦିନ ଚାପି ନରଖି ସେ ନିଜର କଥିତ ଭାଷାରେ ଲେଖିବା ଆରମ୍ଭ କଲେ କବିତା, ଲୋକ ବୁଝିଲା ଭଳି କବିତା। ଇତିମଧ୍ୟରେ ସେ ଲେଖିସାରିଲେଣି ୨୦ ଖଣ୍ଡ କାବ୍ୟ ଓ ଅଗଣତି କବିତା। ସବୁ ତାଙ୍କ ମୁହଁରେ। କବିତାର ନାଁ ବା ବିଷୟ ନାଁ କହିଦେଲେ ଅନର୍ଗଳ ଆବୃତି କରିପାରନ୍ତି ହଳଧର।
ଜୀବନରେ କେବେ ବି ଚପଲ ପିନ୍ଧି ନାହାନ୍ତି ହଳଧର। ବୟସ ହେଲାଣି ୬୬। ଜନ୍ମ ୧୯୫୦ ମସିହାରେ। ଧଳା ରଙ୍ଗର ଧୋତି ଓ ଧଳା ଗଂଜିଟିଏ ହେଉଛି ତାଙ୍କର ନିତିଦିନିଆ ପୋଷାକ। ଚୁଲି ରୋଷେଇ, ମାଟିଘର। ଦାରିଦ୍ର୍ୟ ନୁହେଁ, ସରଳ ଜୀବନର ନିରାଡମ୍ବର ପରିପ୍ରକାଶ ହେଉଛି ହଳଧରଙ୍କ ଜୀବନ।
ଏଇ ନିକଟରେ ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ନିଜ ରଚନା ପାଇଁ ସେ କେବେ ବି ଓଡ଼ିଶା ସାହିତ୍ୟ ଏକାଡମୀ କିମ୍ବା ଓଡ଼ିଶାର ଅନ୍ୟ ବଡ଼ ବଡ଼ ସାହିତ୍ୟାନୁରାଗୀ ସଂସ୍ଥା ପ୍ରଦତ୍ତ ପୁରସ୍କାର ପାଇ ନାହାନ୍ତି। ଶାରଳା, ସାରଳା, ବିଷୁବ, ସାହିତ୍ୟ ଭାରତୀ ଆଦି ସମ୍ମାନ ଓ ପୁରସ୍କାର କ’ଣ ଜାଣନ୍ତି ନାହିଁ ହଳଧର, ଏସବୁ ପୁରସ୍କାର ବି ଜାଣନ୍ତି ନାହିଁ କିଏ ଏହି ହଳଧର।
ସେହିପରି ଓଡ଼ିଆର ଏକ ଉପଭାଷା ଭାବ ପରିଗୃହୀତ କୋଶଳୀକୁ ସାମ୍ବିଧାନିକ ମାନ୍ୟତା ମିଳି ନଥିବାରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ମଧ୍ୟ ହଳଧରିଙ୍କ ପ୍ରତିଭାକୁ ମାନ୍ୟତା ଦେଇନାହିଁ।
କିନ୍ତୁ ଭାରତ ସରକାର ତାଙ୍କୁ ପ୍ରଦାନ କରିଛନ୍ତି ପଦ୍ମଶ୍ରୀ ସମ୍ମାନ- ଭାରତ ରତ୍ନ, ପଦ୍ମ ବିଭୂଷଣ ଓ ପଦ୍ମ ଭୂଷଣ ପରେ ଭାରତର ଚତୁର୍ଥ ଶ୍ରେଷ୍ଠ ବେସାମରିକ ପୁରସ୍କାର। ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଥିବା ଏଇ ଲୋକଟି ଉପରେ ପିଏଚଡି କରିଛନ୍ତି ୫ ଜଣ ଅଧ୍ୟାପକ। ତାଙ୍କୁ ଯେତେବେଳେ
ତାଙ୍କ ଗ୍ରନ୍ଥ ପ୍ରକାଶନର ଦାୟିତ୍ଵ ନେଇଛି ସମ୍ବଲପୁର ବିଶ୍ଵବିଦ୍ୟାଳୟ। ଏବେ ପ୍ରତିଦିନ ପ୍ରାୟ ଚାରିଟି ଜାଗାରୁ ତାଙ୍କୁ ମିଳୁଛି କବିତା ଆବୃତିର ନିମନ୍ତ୍ରଣ। ଆଉ ଯୁବଗୋଷ୍ଠୀ ହିଁ ହେଉଛନ୍ତି ହଳଧରଙ୍କ କବିତାର ମୁଗ୍ଧ ଶ୍ରୋତା। ତାଙ୍କ କବିତାରେ ଅଛି ପ୍ରକୃତି ଓ ମାନବିକତାର କଥା। ଏହା ର୍ହି ତାଙ୍କ ଜୀବନର ଅନ୍ତଃସ୍ଵର।
ଓଡିଶା ଡଟ କମ

ଅରୁଆ ଚାଉଳକୁ ୧ ଘଣ୍ଟା ପାଣିରେ ବତୁରାନ୍ତୁ। ଚାଉଳ ବୁଡିଗଲେ ଚାଉଳକୁ ଭଲଭାବରେ ଧୋଇ ପାଣିରୁ ଛାଣି ଶୁଖାଇ ଦିଅନ୍ତୁ । ଚାଉଳକୁ ଗୁଣ୍ଡ କରି ଚଲାରେ ଚଲାଇ ରଖନ୍ତୁ ।

ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଧୋଇ ଲୁଣ ଓ ଲେମ୍ବୁରସ ଗୋଳାଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜ ଓ ଆକୁ ପତଳା ପତଳା ଲମ୍ବା ଲମ୍ବା କାଟି ରଖନ୍ତୁ । ଗାଜର ଓ କ୍ୟାପସିକମ୍ କୁ ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ ।
ଶାଗକୁ ଧୋଇ ଲମ୍ବା ଲମ୍ବା କାଟି ରଖନ୍ତୁ । ପିଆଜ,ରସୁଣ, ଅଦା ଓ କଞ୍ଚା ଲଙ୍କା ଲମ୍ବା ଲମ୍ବା କାଟି ରଖନ୍ତୁ । ଗୋଟିଏ ବଡ଼ ପାତ୍ରରେ ପାଳଙ୍ଗ ଶାଗ, କଟା ପିଆଜ, କଟା ରସୁଣ, କଟା ଅଦା,କଟା କଞ୍ଚାଲଙ୍କା ଓ କଟା ଧନିଆପତ୍ର ନିଅନ୍ତୁ ।
ସ୍ରେଡ଼େଡ଼୍ ଚିକେନ ବା ସ୍ରେଡ଼େଡ଼୍ ଜିଞ୍ଜରର ଅର୍ଥ ଚୋପାଛଡ଼ା ହୋଇ ପତଳା ପତଳା ଲମ୍ବା ଲମ୍ବା କଟାଯାଇଥିବା ଚିକେନ୍ ବା ଅଦା । ପ୍ରଥମେ ଛତୁ, ଟମାଟୋ ଓ ଚିକେନ୍ ଲମ୍ବାଲମ୍ବା ପତଳାପତଳା କାଟି ରଖନ୍ତୁ ।
ପରିବା ଗୁଡିକୁ ଲମ୍ବାଲମ୍ବା କାଟି ଧୋଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜକୁ ବଡ ବଡ ଚାରିକୋଣିଆ, ଖଣ୍ଡ କରି କାଟି ରଖନ୍ତୁ । ପନିରକୁ ଛୋଟ ଛୋଟ ଖଣ୍ଡ କରି କାଟି ତେଲରେ ଭାଜି ରଖନ୍ତୁ । କଡାଇରେ ତେଲ ଦେଇ ପରିବା ଗୁଡିକୁ ଭାଜି ରଖନ୍ତୁ । ଅଦା, ରସୁଣ, କଞ୍ଚାଲଙ୍କାକୁ ଛେଚି ରଖନ୍ତୁ ।
ବଟରକୁ ଗରମ କରି ସେଥିରେ ଚିନି ମିଶାଇ ଭଲ ଭାବରେ ଗୋଳାନ୍ତୁ । ଅଣ୍ଡାକୁ ଭାଙ୍ଗି ଅଲଗା ଭଲ ଭାବରେ ଫେଣ୍ଟି ଚିନି ଓ ବଟର ସହିତ ମିଶାନ୍ତୁ ।
ବନ୍ଧାକୋବିକୁ ପତଳା ପତଳା ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ । ପିଆଜ, ଅଦା ଓ କଞ୍ଚାଲଙ୍କାକୁ ଲମ୍ବା ଲମ୍ବା କାଟି ରଖନ୍ତୁ । ବଡ଼ ପାତ୍ରରେ କଟା ବନ୍ଧା କୋବି, ପିଆଜ କଟା, ଅଦା କଟା, କଞ୍ଚାଲଙ୍କା ଏକାଠି ନିଅନ୍ତୁ ।