• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଆମ ରୋସେଇ ଘରୁ

ହଳଧର ନାଗ ଏବଂ ତାଙ୍କର ଲୋକପ୍ରିୟ କବିତା

March 31, 2016 by ନିଉଜ ଡେସ୍କ 1 Comment

ଦେବେନ୍ଦ୍ର ପୃଷ୍ଟି

ଅବହେଳିତ ପଶ୍ଚିମ ଓଡ଼ିଶାର ବରଗଡ଼। ଏଇ ଜିଲ୍ଲାର ଘେଁସ ହେଉଛି ଏକ ଐତିହାସିକ ଜମିଦାରୀ।

ବ୍ରିଟିଶ ଶାସନ ବିରୋଧରେ ଘେଁସ ଜମିଦାରଙ୍କ ବିଦ୍ରୋହ ଓ ବଳିଦାନର କଥା ଉପକୂଳ ଓଡ଼ିଶାର ଲୋକଙ୍କୁ ଅଜଣା ହୋଇପାରେ, ମାତ୍ର ତାହା ଥିଲା ପରାଧୀନ ଭାରତର ବୀରତ୍ଵ ଓ ବିଦ୍ରୋହର ବିଶାଳ ଐତିହ୍ୟ।

ଘେଁସର ତତ୍କାଳୀନ ଜମିଦାର ମାଧବ ସିଂହ ବରିହବା ଓରଫ ମାଧୋ ସିଂହ ବରିହା ଏବଂ ତାଙ୍କର ପୂରା ପରିବାର ବ୍ରିଟିଶ ସରକାର ବିରୋଧରେ ବିଦ୍ରୋହ କରି ପ୍ରାଣବଳି ଦେଇଥିଲେ।

haladharaସେଇ ମାଟିର ଲୋକ ହେଉଛନ୍ତି ହଳଧର ନାଗ, ଲୋକ କବି ରତ୍ନ। ପଦ୍ମଶ୍ରୀ ହଳଧର ନାଗ। ପନ୍ଦର ଦିନ ତଳ ପର୍ଯ୍ୟନ୍ତ ହଳଧର ନାଗ କିଏ ପଚାରିଲେ ଓଡ଼ିଶାର ନବେ ପ୍ରତିଶତ ହୁଏତ ଉତ୍ତର ଦେଇପାରି ନଥାନ୍ତେ। ଜଣେ ସାଧାରଣ ଜଳଖିଆ ଓ ଷ୍ଟେସନାରୀ ଦୋକାନୀଙ୍କୁ କିଏ କାହିଁକି ଜାଣିଥାନ୍ତେ?

ଏବେ କିନ୍ତୁ ଓଡ଼ିଶାର ଘରେ ଘରେ ନହେଲେ ମଧ୍ୟ ଶିକ୍ଷିତ ଓ ସମ୍ଭ୍ରାନ୍ତ ମହଲରେ ସେ ଏକ ପରିଚିତ ନାମ। ପଦ୍ମଶ୍ରୀ ହଳଧର ନାଗ। ବେଶଭୂଷା ସଂପୂର୍ଣ୍ଣ ସରଳ। ଚାଳିଚଳନ ଓ କଥାବାର୍ତ୍ତା ବି ସେଇଆ। ନିହାତି ଦେହାତି ମଣିଷ ଜଣେ।

ଜୀବନ ଯେମିତି କବିତା ବି ସେମିତି। ନିହାତି ସାଧାରଣ ଲୋକ ବୁଝିପାରିଲା ଭଳି ଭାଷାରେ ଲେଖନ୍ତି ହଳଧର। ନିଜେ ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଛନ୍ତି। ତେଣୁ ନିଜ ଅଂଚଳର କଥିତ ଭାଷାରେ ର୍ହି ଲେଖିଛନ୍ତି ନିଜର ଓ ଲୋକଙ୍କର କଥା। ସମ୍ବଲପୁରୀ ବା କୋଶଳୀ ହେଉଛି ପଶ୍ଚିମ ଓଡ଼ିଶାର କଥିତ ଭାଷା। ସେଇ ଭାଷାରେ ଅଜସ୍ର କାବ୍ୟ ଓ କବିତା ଲେଖି ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।

ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ବୟସ ତାଙ୍କ ବାପା ପରପୁରକୁ ଚାଲିଗଲେ। ବିଧବା ମା’ଙ୍କ ପକ୍ଷେ ତାଙ୍କୁ ପାଠ ପଢ଼ାଇବା କଷ୍ଟକର ହେଲା। ସେଇଠୁ ପାଠରେ ଡୋରି ବନ୍ଧାଗଲା। ହଳଧର ପାଠ ଛାଡ଼ି ଜୀବନ ସଂଗ୍ରାମରେ ଯୋଗଦେଲେ।haladhar-new

ଗୋଟେ ଜଳଖିଆ ଦୋକାନରେ ବାସନ ମାଜିବା ଥିଲା ତାଙ୍କର ପ୍ରଥମ କାମ। ସେଇଆ କରିବା ଭିତରେ କିଛି ବର୍ଷ ବିତିଗଲା। ଥରେ ତାଙ୍କ ଗାଁ ଅଂଚଳର ଜଣ ମୁଖିଆ ସ୍ଥାନୀୟ ଲୋକ ତାଙ୍କୁ ଡାକିନେଇ ଗୋଟେ ସ୍କୁଲରେ ମୁକରିର କରିଦେଲେ। କାମ ହେଉଛି ରୋଷେଇ।

ସ୍କୁଲ ରୋଷେୟା ଭାବରେ ସେ ପ୍ରାୟ ୧୬ ବର୍ଷ କାମ କଲେ। ସେତେବେଳଙ୍କୁ ତାଙ୍କ ଅଂଚଳରେ ଅନେକ ସ୍କୁଲ ଖୋଲିଲାଣି। ବହୁତ ପିଲା ପାଠ ପଢ଼ିଲେଣି। ସେ ୧୦୦୦ ଟଙ୍କା କରଜ କରି ସ୍କୁଲ ପିଲାଙ୍କ ପାଇଁ ଗୋଟେ ଦୋକାନ ଖୋଲିଲେ। ଦୋକାନ ମାନେ ପିଲାଙ୍କ ଦରକାରୀ ଖାତା, କଲମ, ପେନସିଲ ସହିତ କିଛି ଖାଇବା ଜିନିଷର ପସରା। ସେଇଥିରେ ଚଳିଗଳେ ହଳଧର।

କିନ୍ତୁ କେବଳ ଏଇଥିପାଇଁ ତ ସେ ଜନ୍ମ ହୋଇ ନଥିଲେ! ତାଙ୍କ ଆତ୍ମା ଡାକୁଥିଲା ଅନ୍ୟ କିଛି। ହୃଦୟ ଥିଲା ନରମ, ଦରଦୀ। ତେଣୁ କବିତାର ଭାବରେ ସେ ଅନେକ ସମୟରେ ବିଭୋର ରହୁଥିଲେ।

ମନ ଭିତରର ଭାବ ଓ ଭାବନାକୁ ଅଧିକ ଦିନ ଚାପି ନରଖି ସେ ନିଜର କଥିତ ଭାଷାରେ ଲେଖିବା ଆରମ୍ଭ କଲେ କବିତା, ଲୋକ ବୁଝିଲା ଭଳି କବିତା। ଇତିମଧ୍ୟରେ ସେ ଲେଖିସାରିଲେଣି ୨୦ ଖଣ୍ଡ କାବ୍ୟ ଓ ଅଗଣତି କବିତା। ସବୁ ତାଙ୍କ ମୁହଁରେ। କବିତାର ନାଁ ବା ବିଷୟ ନାଁ କହିଦେଲେ ଅନର୍ଗଳ ଆବୃତି କରିପାରନ୍ତି ହଳଧର।

ଜୀବନରେ କେବେ ବି ଚପଲ ପିନ୍ଧି ନାହାନ୍ତି ହଳଧର। ବୟସ ହେଲାଣି ୬୬। ଜନ୍ମ ୧୯୫୦ ମସିହାରେ। ଧଳା ରଙ୍ଗର ଧୋତି ଓ ଧଳା ଗଂଜିଟିଏ ହେଉଛି ତାଙ୍କର ନିତିଦିନିଆ ପୋଷାକ। ଚୁଲି ରୋଷେଇ, ମାଟିଘର। ଦାରିଦ୍ର୍ୟ ନୁହେଁ, ସରଳ ଜୀବନର ନିରାଡମ୍ବର ପରିପ୍ରକାଶ ହେଉଛି ହଳଧରଙ୍କ ଜୀବନ।

ଏଇ ନିକଟରେ ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ନିଜ ରଚନା ପାଇଁ ସେ କେବେ ବି ଓଡ଼ିଶା ସାହିତ୍ୟ ଏକାଡମୀ କିମ୍ବା ଓଡ଼ିଶାର ଅନ୍ୟ ବ‍ଡ଼ ବଡ଼ ସାହିତ୍ୟାନୁରାଗୀ ସଂସ୍ଥା ପ୍ରଦତ୍ତ ପୁରସ୍କାର ପାଇ ନାହାନ୍ତି। ଶାରଳା, ସାରଳା, ବିଷୁବ, ସାହିତ୍ୟ ଭାରତୀ ଆଦି ସମ୍ମାନ ଓ ପୁରସ୍କାର କ’ଣ ଜାଣନ୍ତି ନାହିଁ ହଳଧର, ଏସବୁ ପୁରସ୍କାର ବି ଜାଣନ୍ତି ନାହିଁ କିଏ ଏହି ହଳଧର।

ସେହିପରି ଓଡ଼ିଆର ଏକ ଉପଭାଷା ଭାବ ପରିଗୃହୀତ କୋଶଳୀକୁ ସାମ୍ବିଧାନିକ ମାନ୍ୟତା ମିଳି ନଥିବାରୁ  କେନ୍ଦ୍ର ସାହିତ୍ୟ ଏକାଡେମୀ ମଧ୍ୟ ହଳଧରିଙ୍କ ପ୍ରତିଭାକୁ ମାନ୍ୟତା ଦେଇନାହିଁ।

କିନ୍ତୁ ଭାରତ ସରକାର ତାଙ୍କୁ ପ୍ରଦାନ କରିଛନ୍ତି ପଦ୍ମଶ୍ରୀ ସମ୍ମାନ- ଭାରତ ରତ୍ନ, ପଦ୍ମ ବିଭୂଷଣ ଓ ପଦ୍ମ ଭୂଷଣ ପରେ ଭାରତର ଚତୁର୍ଥ ଶ୍ରେଷ୍ଠ ବେସାମରିକ ପୁରସ୍କାର। ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଥିବା ଏଇ ଲୋକଟି ଉପରେ ପିଏଚଡି କରିଛନ୍ତି ୫ ଜଣ ଅଧ୍ୟାପକ। ତାଙ୍କୁ ଯେତେବେଳେ

ତାଙ୍କ ଗ୍ରନ୍ଥ ପ୍ରକାଶନର ଦାୟିତ୍ଵ ନେଇଛି ସମ୍ବଲପୁର ବିଶ୍ଵବିଦ୍ୟାଳୟ। ଏବେ ପ୍ରତିଦିନ ପ୍ରାୟ ଚାରିଟି ଜାଗାରୁ ତାଙ୍କୁ ମିଳୁଛି କବିତା ଆବୃତିର ନିମନ୍ତ୍ରଣ। ଆଉ ଯୁବଗୋଷ୍ଠୀ ହିଁ ହେଉଛନ୍ତି ହଳଧରଙ୍କ କବିତାର ମୁଗ୍ଧ ଶ୍ରୋତା। ତାଙ୍କ କବିତାରେ ଅଛି ପ୍ରକୃତି ଓ ମାନବିକତାର କଥା। ଏହା ର୍ହି ତାଙ୍କ ଜୀବନର ଅନ୍ତଃସ୍ଵର।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଆମ ରୋସେଇ ଘରୁ, ସାହିତ୍ୟ Tagged With: କବି, ପଦ୍ମଶ୍ରୀ, ପୁରସ୍କାର, ସମ୍ମାନ, ହଲଧର ନାଗ

ଆରିସା ପିଠା

June 25, 2012 by ନିଉଜ ଡେସ୍କ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ:

ଅରୁଆ ଚାଉଳ- ୨୫୦ ଗ୍ରାମ, ଗୁଡ- ୨୫୦ ଗ୍ରାମ, ପାଣି ଦେଢ କପ, ଛଣିବା ପାଇଁ ରିଫାଇନ ତେଲ କିମ୍ବା ଡାଲଡା ଘିଅ,
ଚୋପା ଛଡା ରାଶି-୫୦ ଗ୍ରାମ ।

ପ୍ରସ୍ତୁତି ପ୍ରଣାଳୀ:

arisaଅରୁଆ ଚାଉଳକୁ ୧ ଘଣ୍ଟା ପାଣିରେ ବତୁରାନ୍ତୁ। ଚାଉଳ ବୁଡିଗଲେ ଚାଉଳକୁ ଭଲଭାବରେ ଧୋଇ ପାଣିରୁ ଛାଣି ଶୁଖାଇ ଦିଅନ୍ତୁ । ଚାଉଳକୁ ଗୁଣ୍ଡ କରି ଚଲାରେ ଚଲାଇ ରଖନ୍ତୁ ।

ଚୁଲିରେ କଡ଼ାଇ ବସାଇ ଦେଢ କପ ପାଣି ଦିଅନ୍ତୁ । ପାଣି ଫୁଟି ଗଲେ ସେଥିରେ ଗୁଡ ପକାନ୍ତୁ। ଗୁଡ ପକାଇ ଭଲ ଭାବରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଘାଣ୍ଟନ୍ତୁ ।

ଗୁଡ ବହଳିଆ ହୋଇଆସିଲେ ଗୋଟିଏ ପାତ୍ର ଅଳ୍ପ ଥଣ୍ଡା ପାଣି ନିଅନ୍ତୁ । ଫୁଟୁଥିବା ଗୁଡକୁ ବୁନ୍ଦା ବୁନ୍ଦା କରି ପାଣିରେ ପକାନ୍ତୁ । ପାଣି ତଳେ ଯଦି ଗୁଡ ବୁନ୍ଦା ଗୁଡିକ ବସିଯାଏ ତା’ହେଲେ ଗୁଡ ପାଗ ହୋଇଗଲାଣି ବୋଲି ଜାଣିବେ।

ବର୍ତ୍ତମାନ ପୂର୍ବରୁ ଗୁଣ୍ଡ କରି ରଖିଥିବା ଚାଉଳକୁ ଧିରେ ଧିରେ ଗୁଡ ଫୁଟୁଥିବା ଅବସ୍ଥାରେ ପକାଇ ଭଲ ଭାବରେ ଘାଣ୍ଟନ୍ତୁ । ଚାଉଳ ଭଲଭାବରେ ଗୁଡାରେ ମିଶିଗଲେ ଚୁଲିରୁ ଓହ୍ଲାଇ ଜନ୍ତଣିକୁ ପ୍ଳେଟରେ କାଢି ଥଣ୍ଡା କରନ୍ତୁ।

ଏକ କଡ଼ାଇରେ ରିଫାଇନ ତେଲ କିମ୍ବା ଡାଲଡା ଘିଅ ଦିଅନ୍ତୁ। ଜନ୍ତଣିକୁ ଛୋଟ ଛୋଟ ଗୁଳା କରି ହାତରେ ପୁରୀ ଆକାରରେ ଗଢି ରାଶି ଉପରେ ଗଡାଇ ତେଲରେ ପକାଇ ଲାଲ ହେବା ପର୍ଯ୍ୟନ୍ତ ଛାଣନ୍ତୁ । କଡ଼ାଇରୁ କାଢି ଥଣ୍ଡା କରି ପରିବେଷଣ କରନ୍ତୁ ଆରିସା ପିଠା ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଆମ ରୋସେଇ ଘରୁ Tagged With: ଆମ ରୋସେଇ ଘରୁ, ଆରିସା ପିଠା

ଭେଜିଟେବୁଲ ପ୍ୟାନ୍ କେକ୍

October 21, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ:

ବେସନ-୧୫୦ ଗ୍ରାମ, ସୁଜି-୫୦ ଗ୍ରାମ, ମଇା-୫୦ ଗ୍ରାମ, ଗାଜର- ୫୦ ଗ୍ରାମ, କ୍ୟାପସିକମ୍-୫୦ ଗ୍ରାମ, ବିନ୍- ୨୫ ଗ୍ରାମ, ପିଆଜ ଦୁଇଟା ବଡ଼, କଟା ଧନିଆ ପତ୍ର- ଅଳ୍ପ କିଛି, କଟା କଞ୍ଚାଲଙ୍କା-୨ ଚାମଚ(ଛୋଟ), ଭୃଷଙ୍ଗ ପତ୍ର ଅଳ୍ପ କିଛି, କଟା ଅଦା ଦୁଇ ଚାମଚ (ଛୋଟ), କରି ପାଉଡ଼ର ୧ ଚାମଚ (ଛୋଟ), ବଟର କିମ୍ବା ଘିଅ- ୪ ଚାମଚ(ବଡ଼) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ଉପରେ ଦିଆଯାଇଥିବା ସମସ୍ତ ପରିବାକୁ ଚୁନାଚୁନା କରି କାଟି ରଖନ୍ତୁ । ପିଆଜକୁ ମଧ୍ୟ ସେହିଭଳି ଭାବରେ କାଟି ରଖନ୍ତୁ । ସୁଜି,ମଇଦା,ବେସନ,ହଳଦି, ଲୁଣକୁ ଏକାଠି ଅଳ୍ପ ପାଣି ଦେଇ ଭଲ ଭାବରେ ମିଶାନ୍ତୁ ।

VegitablePanCake

କାଟି ରଖିଥିବା ପରିବା, ପିଆଜ, କଟା ଅଦା, କଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର, ଭୃଷଙ୍ଗ ପତ୍ର, କରି ପାଉଡ଼ର ପକାଇ ଭଲ ଭାବରେ ଗୋଳାନ୍ତୁ ଯଦି ଆବଶ୍ୟକ ହୁଏ ଅଳ୍ପ ପାଣି ଦେଇ ବହଳିଆ ଆଣ ପ୍ରସ୍ତୁତ କରି ରଖନ୍ତୁ ।

ତାୱାକୁ ଚୂଲିରେ ବସାଇ ଅଳ୍ପ ବଟର କିମ୍ବା ଘିଅ ପକାନ୍ତୁ । ଆଣରୁ ଦୁଇ ଚାମଚ ଦେଇ ଗୋଲ ପିଠା ଆକାରର ପ୍ରସ୍ତୁତ କରନ୍ତୁ ।

କଡ଼ାଇରେ ବଟର ଦେଇ ପିଠାକୁ ଓଲଟାଇ ବାଦାମି ରଂଗ ହେବା ପର୍ଯ୍ୟନ୍ତ ଭାଜନ୍ତ । ସସ୍ କିମ୍ବା ଚଟଣି ସହିତ ଗରମ ଗରମ ପପରିବେଷଣ କରନ୍ତୁ ଭେଜିଟେବୁଲ ପ୍ୟାନକେକ୍ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ Tagged With: ବର୍ଣ୍ଣିକା ପଟ୍ଟନାୟକ, ଭେଜିଟେବୁଲ ପ୍ୟାନ୍ କେକ୍, ରୋଷେଇ

ରାଇସ ପକୁଡି

October 20, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ବଳିଥିବା ରନ୍ଧା ଅରୁଆ ଭାତ-ଦୁଇ କପ, ଚାଉଳ ଗୁଣ୍ଡ-୪ ରୁ ୫ ଚାମଚ(ଛୋଟ), ପିଆଜ-ଦୁଇଟା (ବଡ), କଟା କଞ୍ଚାଲଙ୍କା-ଦୁଇ ଚାମଚ(ଛୋଟ), ଧନିଆପତ୍ର କଟା- ଦୁଇ ଚାମଚ(ଛୋଟ), ଭଜା ବାଦାମ ମଞ୍ଜି-୨/୪ ଚାମଚ(ଛୋଟ)ଭୃଷଙ୍ଗ ପତ୍ର-ଅଳ୍ପ କିଛି, ସ୍ୱାଦ ଅନୁସାରେ ଲୁଣ, ଛାଣିବା ପାଇଁ ରିଫାଇନ ତେଲ, ଲେମ୍ବୁ ରସ-ଦୁଇ ଚାମଚ(ଛୋଟ)

ପ୍ରସ୍ତୁତ ପ୍ରଣାଳୀ:Rice-Pakudi

ରନ୍ଧା ଭାତକୁ ଭଲ ଭାବରେ ଚକଟି ରଖନ୍ତୁ । ପିଆଜକୁ ଚୁନା ଚୁନା କରି କାଟି ରଖନ୍ତୁ । ବର୍ତ୍ତମାନ ଚକଟି ରଖିଥିବା ଭାତରେ ପିଆଜ, କଞ୍ଚାଲଙ୍କା, ଲେମ୍ବୁ ରସ, ଧନିଆପତ୍ର, ଭଜା ବାଦାମ ମଞ୍ଜି, ଭୃଷଙ୍ଗପତ୍ର,ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ ।

ବର୍ତ୍ତମାନ ଏଥିରେ ଚାଉଳଗୁଣ୍ଡ ପକାଇ ଗୋଳାଇ ରଖନ୍ତୁ । କଡାଇରେ ତେଲ ଗରମ କରି ପକୁଡି କିମ୍ବା ପିଆଜି ଆକାରରେ ଛୋଟ ଛୋଟ ବାଦାମି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ । କଡାଇରୁ ଗରମ ଗରମ କାଢି ସସ୍ କିମ୍ବା ପୋଦିନା ଚଟଣି ସହିତ ପରିବେଷଣ କରନ୍ତୁ ରାଇସ୍ ପକୁଡି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ Tagged With: ବର୍ଣ୍ଣିକା ପଟ୍ଟନାୟକ, ରାଇସ ପକୁଡି, ରୋଷେଇ

ଚିଙ୍ଗୁଡ଼ି ପଲାଉ

October 19, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ:

ବଡ଼ ଚିଙ୍ଗୁଡ଼ି-୨୫୦ ଗ୍ରାମ, ବାସୁମତି ଅରୁଆ ଚାଉଳ-୫୦୦ ଗ୍ରାମ, କ୍ୟାପ୍ସିକମ୍-୧୦୦ ଗ୍ରାମ, ଗାଜର-୫୦ ଗ୍ରାମ, ଅଦା-୧ଖଣ୍ଡ, ପିଆଜ-୨ଟା (ବଡ଼), ଗୋଟା ଗରମ ମସଲା ଅଳ୍ପ କିଛି, ତେଜପତ୍ର-୨ଟା, ଲେମ୍ବୁରସ-୧ ଚାମଚ(ବଡ଼), ରିଫାଇନ ତେଲ- ୨ଚାମଚ(ବଡ଼), ବଟର-୧ ଚାମଚ ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

 

Prawn-Palauଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଧୋଇ ଲୁଣ ଓ ଲେମ୍ବୁରସ ଗୋଳାଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜ ଓ ଆକୁ ପତଳା ପତଳା ଲମ୍ବା ଲମ୍ବା କାଟି ରଖନ୍ତୁ । ଗାଜର ଓ କ୍ୟାପସିକମ୍ କୁ ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ ।

ପ୍ରେସର କୁକର୍ ରେ କିମ୍ବା ଗୋଟିଏ ବଡ ପାତ୍ରରେ ତେଲ ଓ ବଟର ମିଶାଇ ଗରମ କରନ୍ତୁ । ସେଥିରେ ତେଜପତ୍ର ଓ ଗୋଟା ଗରମ ମସଲା( ଡାଲଚିନି, ଲବଙ୍ଗ, ଗୁଜୁରାତି) ପକାନ୍ତୁ । କଟା ପିଆଜ, କଟା ଅଦା, କଟା ପରିବା ପକାଇ ଅଳ୍ପ ସମୟ ଭାଜି ଗୋଳାଇ ରଖିଥିବା ଚିଙ୍ଗୁଡିକୁ ପକାନ୍ତୁ ।

ବର୍ତ୍ତମାନ ଏଥିରେ ଧୋଇ ରଖିଥିବା ଚାଉଳ ପକାଇ ଭଲଭାବରେ ଗୋଳାଇ ଚାଉଳରଦୁଇଗୁଣା ପାଣି ଦେଇ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବରେ ଗୋଳାଇ ଢାଙ୍କୁଣି ଘୋଡାଇ ଧିମି ଆଞ୍ଚରେ ଚାଉଳ ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ ।

ଚୁଲିରୁ ଓହ୍ଲାଇ ଉପରେ ଗରମ ମସଲା ଗୁଣ୍ଡ ଓ ଏକ ଚାମଚ ବଟର ପକାଇ ପ୍ଲେଟ୍ ରେ କାଢି ପରିବେଷଣ କରନ୍ତୁ ଚିଙ୍ଗୁଡି ପଲାଉ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ Tagged With: "ଚିଙ୍ଗୁଡ଼ି ପଲାଉ", ବର୍ଣ୍ଣିକା ପଟ୍ଟନାୟକ, ରୋସେଇ

ପାଳଙ୍ଗ ପକୁଡ଼ି

October 18, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ:

ପାଳଙ୍ଗ ଶାଗ-୨ବିଡ଼, ପିଆଜ-୧ଟା(ବଡ଼), ରସୁଣ-୩/୪ କେିଲା, ଅଦା କଟା- ୨ ଚାମଚ(ଛୋଟ), ଗୋଟା ଜିରା -୧ ଚାମଚ(ଛୋଟ), କଞ୍ଚାଲଙ୍କା କଟା- ୨ଚାମଚ(ଛୋଟ), କରିପାଉଡ଼ର- ୧ ଚାମଚ (ଛୋଟ), ବେସନ-୧ କପ୍, କର୍ଣ୍ଣଫ୍ଲୋର-୨ ଚାମଚ(ବଡ଼), ସ୍ଵାଦ ଅନୁସାରେ ଲୁଣ, ଛାଣିବା ପାଇଁ ରିଫାଇନ୍ ତେଲ।

ପ୍ରସ୍ତୁତି ପ୍ରଣାଳୀ:

 

Palak-Pakudiଶାଗକୁ ଧୋଇ ଲମ୍ବା ଲମ୍ବା କାଟି ରଖନ୍ତୁ । ପିଆଜ,ରସୁଣ, ଅଦା ଓ କଞ୍ଚା ଲଙ୍କା ଲମ୍ବା ଲମ୍ବା କାଟି ରଖନ୍ତୁ । ଗୋଟିଏ ବଡ଼ ପାତ୍ରରେ ପାଳଙ୍ଗ ଶାଗ, କଟା ପିଆଜ, କଟା ରସୁଣ, କଟା ଅଦା,କଟା କଞ୍ଚାଲଙ୍କା ଓ କଟା ଧନିଆପତ୍ର ନିଅନ୍ତୁ ।

ଏଥିରେ ବେସନ, କର୍ଣ୍ଣଫ୍ଲୋର, କରିପାଉଡ଼ର ଓ ବେକିଙ୍ଗ ପାଉଡ଼ର ପକାନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାଇ ଏହି ସମସ୍ତ ସାମଗ୍ରୀକୁ ଅଳ୍ପ ପାଣି ଦେଇ ଗୋଳାଇ ରଖନ୍ତୁ ।

କଡ଼ାଇରେ ତେଲ ଗରମ କରି ପକୁଡ଼ି ପରି ଛାଣନ୍ତୁ । ଲାଲ ହୋଇଗଲେ କଡ଼ାଇରୁ କାଢି ଗରମ ଗରମ ସସ୍ କିମ୍ବା ଚଟଣି ସହିତ ପରିବେଷଣ କରନ୍ତୁ ପାଳଙ୍ଗ ପକୁଡ଼ି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ Tagged With: ପାଳଙ୍ଗ ପକୁଡ଼ି, ବର୍ଣ୍ଣିକା ପଟ୍ଟନାୟକ, ରୋସେଇ

“ଏଗ୍ ଡ଼୍ରପ ସୁପ୍” ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

October 17, 2011 by ଓଡିଶା ଡଟ କମ Leave a Comment

“ଏଗ୍ ଡ଼୍ରପ ସୁପ୍” ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ମସରୁମ(ଛତୁ) ଦୁଇଟି ଛୋଟ, କଞ୍ଚା ମଟର ଦାନା- ୨ ଚାମଚ(ଛୋଟ), ଚୋପା ଛଡ଼ା ହୋଇଥିବା ଟମାଟୋ ଦୁଇଟି (ଛୋଟ), ବୋନଲେସ୍ ସ୍ରେଡ଼େଡ଼୍ ଚିକେନ- ୨ ଚାମଚ, ଅଣ୍ଡା-୨ଟା, ଚିକେନ୍ ଷ୍ଟକ- ଦେଢ କପ୍, ଅଜିନୋ ମଟୋ- ୧/୨
ଚାମଚ(ଛୋଟ), ସ୍ରେଡ଼େଡ଼ ଜିଞ୍ଜର- ୧ ଚାମଚ(ଛୋଟ) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

EggDropSoup-1jpgସ୍ରେଡ଼େଡ଼୍ ଚିକେନ ବା ସ୍ରେଡ଼େଡ଼୍ ଜିଞ୍ଜରର ଅର୍ଥ ଚୋପାଛଡ଼ା ହୋଇ ପତଳା ପତଳା ଲମ୍ବା ଲମ୍ବା କଟାଯାଇଥିବା ଚିକେନ୍ ବା ଅଦା । ପ୍ରଥମେ ଛତୁ, ଟମାଟୋ ଓ ଚିକେନ୍ ଲମ୍ବାଲମ୍ବା ପତଳାପତଳା କାଟି ରଖନ୍ତୁ ।

ଅଣ୍ଡାକୁ ଭାଙ୍ଗି କେଶର ଅଲଗା କରି ଅଣ୍ଡାର ଧଳା ଅଠାକୁ ଫେଣ୍ଟି ଅଲଗା ରଖନ୍ତୁ । ଚିକେନ୍ ଷ୍ଟକକୁ ଗୋଟିଏ ପାତ୍ରରେ ଚୂଲିରେ ବସାନ୍ତୁ । ଚିକେନ୍ ଷ୍ଟକ ଫୁଲି ଆସିଲେ ସେଥିରେ ଛତୁ, ଚିକେନ୍, ଟମାଟୋ ଓ ମଟର ଦାନା ପକାନ୍ତୁ ।

ବର୍ତ୍ତମାନ ସ୍ୱାଦ ଅନୁସାରେ ଲୁଣ ଅଜିନୋ ମଟୋ ଓ କଟା ଅଦା ପକାଇ ୫ ମିନିଟ ଫୁଟାନ୍ତୁ । ଶେଷରେ ଅଣ୍ଡାର ଧଳା ଅଂଶକୁ ଫୁଟୁଥିବା ସୁପ୍ ଉପରେ ଧିରେଧିରେ ଢାଳନ୍ତୁ ଓ ଘାଣ୍ଟନ୍ତୁ ।

ବେଶି ସମୟ ଫୁଟାନ୍ତୁ ନାହିଁ । ଫୁଟୁଥିବା ଅବସ୍ଥାରେ ଚୂଲିରୁ ଓହ୍ଲାଇ ସ୍ୱାଦ ଅନୁସାରେ ସସ୍ ପକାଇ ଗରମ ଗରମ ପରିବେଷଣ
କରନ୍ତୁ ଏଗ୍ ଡ଼୍ରପ୍ ସୁପ୍ ।

ଓଡ଼ିଶା ଡ଼ଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ Tagged With: ଏଗ୍ ଡ଼୍ରପ ସୁପ୍, ବର୍ଣ୍ଣିକା ପଟ୍ଟନାୟକ, ରୋସେଇ

ନବରତ୍ନ ପଲାଉ

October 12, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ:

ବାସୁମତୀ ଅରୁଆ ଚାଉଳ, ଆଳୁ:୨୦ ଗ୍ରାମ୍, ଫୁଲକୋବି-୨୫ ଗ୍ରାମ୍, ଗାଜର:୨୦ ଗ୍ରାମ୍, ବିନ୍-୨୦ ଗ୍ରାମ୍, ମଟର ଦାନା-୨୦ ଗ୍ରାମ୍, ପନିର-୨୦ ଗ୍ରାମ୍, ପିଆଜ-୨ଟା(ବଡ) , ଅଦା-୧ଇଞ୍ଚ(ଏକ ଖଣ୍ଡ), ରସୁଣ-୫/୬ କୋଲା, କଞ୍ଚାଲଙ୍କା-୨/୩ଟା, ସାହାଜିରା-୧ଚାମଚ, ଡାଲଚିନି-୨ ଖଣ୍ଡ, ଗୁଜୁରାତି-୩/୪ଟା, ଅଳେଇଚ-୨ଟା, ତେଜପତ୍ର-୨ଟାଗୋଟା ଗୋଲମରିଚ-୧ ଚାମଚ(ଛୋଟ), ହଳୀଗୁଣ୍ଡ-୧/୨ଚାମଚ (ଛୋଟ), ଘିଅ-୩ ଚାମଚ(ବଡ), ଚିନି-୧ ଚାମଚ(ଛୋଟ), ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ:

 

NabaratnPalauପରିବା ଗୁଡିକୁ ଲମ୍ବାଲମ୍ବା କାଟି ଧୋଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜକୁ ବଡ ବଡ ଚାରିକୋଣିଆ, ଖଣ୍ଡ କରି କାଟି ରଖନ୍ତୁ । ପନିରକୁ ଛୋଟ ଛୋଟ ଖଣ୍ଡ କରି କାଟି ତେଲରେ ଭାଜି ରଖନ୍ତୁ । କଡାଇରେ ତେଲ ଦେଇ ପରିବା ଗୁଡିକୁ ଭାଜି ରଖନ୍ତୁ । ଅଦା, ରସୁଣ, କଞ୍ଚାଲଙ୍କାକୁ ଛେଚି ରଖନ୍ତୁ ।

ଗୋଟିଏ ପାତ୍ରରେ ଘିଅ ଗରମ କରି ସେଥିରେ ତେଜପତ୍ର ଓ ସାହାଜିରା ପକାନ୍ତୁ । ଡାଲଚିନି, ଗୁଜୁରାତି ଓ ଅଳେଇଚ ଛେଚି ପକାନ୍ତୁ । ବର୍ତ୍ତମାନ କଟା ପିଆଜ ପକାନ୍ତୁ । ପିଆଜ ଅଳ୍ପ ଭାଜି ହୋଇ ଆସିଲେ ଅଦା, ରସୁଣ ଓ କଞ୍ଚାଲଙ୍କା ଛେଚି ପକାନ୍ତୁ ।

ଭଲ ଭାବରେ ଗୋଳାଇ ଧୋଇ ରଖିଥିବା ଚାଉଳ ଓ ଗୋଟା ଗୋଲମରିଚ ପକାନ୍ତୁ । ହଳଦି ଗୁଣ୍ଡ ପକାଇ ଭଲ ଭାବରେ ଗୋଳାନ୍ତୁ । ବର୍ତ୍ତମାନ ଭାଜି ରଖିଥିବା ପରିବା ଓ ପନିର ପକାଇ ଭଲଭାବରେ ଗୋଳାନ୍ତୁ ।

ଚାଉଳରଦୁଇଗୁଣା ପାଣି ଦେଇ ସ୍ୱାଦ ଅନୁସାରେ ଲୁଣ ଓ ୧ ଚାମଚ ଚିନି ପକାଇ ଭଲ ଭାବରେ ଗୋଳାଇ ଢାଙ୍କୁଣି ଘୋଡାଇ ଧିମି ଆଞ୍ଚରେ ଭାତ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ପଳାଉ ହୋଇଗଲେ ଚୁଲିରୁ ଓହ୍ଲାଇ ଉପରେ ଏକ ଚାମଚ ଘିଅ ଓ ୨ ଚାମଚ ଲେମ୍ବୁରସ ଦେଇ ପରଷନ୍ତୁ ନବରତ୍ନ ପଲାଉ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ Tagged With: "ନବରତ୍ନ ପଲାଉ", ବର୍ଣ୍ଣିକା ପଟ୍ଟନାୟକ, ରୋସେଇ

“ଚକଲେଟ୍ ଲେୟାର କେକ୍” ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

September 30, 2011 by ଓଡିଶା ଡଟ କମ Leave a Comment

ଆବଶ୍ୟକ ସାମଗ୍ରୀ:

ମଇଦା – ୬ ଚାମଚ(ବଡ), ବଟର- ୪ ଚାମଚ(ବଡ), ( ବଜାରରେ ମିଳୁଥିବା ) କାସଟର୍ ସୁଗାର- ୫ ଚାମଚ(ବଡ), ଅଣ୍ଡା- ୩ଟା, ( ବଜାରରେ ମିଳୁଥିବା ) କୋକୋ ପାଉଡର-୧/୨ ଚାମଚ(ବଡ), ବେକିଙ୍ଗ ପାଉଡର- ୩ ଚାମଚ(ଛୋଟ), ଭ୍ୟାନିଲା ଏସଏନସ୍- ୨ ଚାମଚ (ଛୋଟ), କ୍ଷୀର- ୧ ଚାମଚ (ବଡ)।

ପ୍ରସ୍ତୁତି ପ୍ରଣାଳୀ:

 

ChacolateLayerCakeବଟରକୁ ଗରମ କରି ସେଥିରେ ଚିନି ମିଶାଇ ଭଲ ଭାବରେ ଗୋଳାନ୍ତୁ । ଅଣ୍ଡାକୁ ଭାଙ୍ଗି ଅଲଗା ଭଲ ଭାବରେ ଫେଣ୍ଟି ଚିନି ଓ ବଟର ସହିତ ମିଶାନ୍ତୁ ।

କୋକୋ ପାଉଡର, ମଇଦା ଓ ବେକିଙ୍ଗ ପାଉଡରକୁ ଏକାଠି ମିଶାଇ ରଖନ୍ତୁ । ପୂର୍ବରୁ ଫେଣ୍ଟି ରଖିଥିବା ଅଣ୍ଡା ମିଶ୍ରଣରେ ମଇଦାକୁ ଗୋଟେ ଗୋଟେ ଚାମଚ ପକାଇ ଭଲ ଭାବରେ ଗୋଳାନ୍ତୁ ।

ମିଶ୍ରଣ ନରମ ଓ ହାଲକା ହେବା ପର୍ଯ୍ୟନ୍ତ ଗୋଳାନ୍ତୁ । ଶେଷରେ ୧ ଚାମଚ କ୍ଷୀର ମିଶାଇ ଗୋଳାନ୍ତୁ । ବର୍ତ୍ତମାନ ଭ୍ୟାନିଲା ଏସ୍ଏନସ୍ ପକାଇ ଗୋଳାଇ ରଖନ୍ତୁ ।

ଗୋଟିଏ ଗୋଲାକାର ପାତ୍ରରେ ବଜାରରେ ମିଳୁଥିବା ବଟର ପେପର ଦେଇ ସେଥିରେ ବଟର ଲଗାଇ କେକ୍ ମିଶ୍ରଣକୁ ଧିରେ ଧିରେ ଢାଳନ୍ତୁ । ଓଭାନ ଗରମ କରି ୩୫୦ ଡିଗ୍ରି ସେଣ୍ଟିଗ୍ରେଡ୍ ରେ ୨୫ ମିନିଟ୍ ବେକ୍ କରନ୍ତୁ । କେକ୍ ହୋଇଗଲେ ଓଭାନରୁ କାଢି ଥଣ୍ଡା କରନ୍ତୁ ।

ଗୋଟିଏ ପ୍ଲେଟ୍ ରେ ପାତ୍ରଟିକୁ ଓଲାଟାଇ ଦିଅନ୍ତୁ । କେକ୍ ଉପରୁ ବଟର ପେପରକୁ କାଢି କେକ୍ ର ମଝିଭାଗରୁ କାଟି ଗୋଟିଏ ପରସ୍ତ କାଢି ଅନ୍ୟ ଏକ ପ୍ଲେଟ୍ ର ରଖନ୍ତୁ ।

କ୍ରିମ୍ ଓ ବଟରକୁ ଏକାଠି ଫେଣ୍ଟି କେକ୍ ଉପରେ ଲଗାଇ ଦେଇ କାଟି ରଖିଥିବା ଅନ୍ୟ ଭାଗଟିକୁ ତାଉପରେ ରଖି ଆଇସିଙ୍ଗ ସୁଗାରରେ ସଜାଇ ପରିବେଷଣ କରନ୍ତୁ ଚକଲେଟ୍ ଲେୟାର କେକ୍ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ Tagged With: "ଚକଲେଟ୍ ଲେୟାର କେକ୍", ବର୍ଣ୍ଣିକା ପଟ୍ଟନାୟକ, ରୋସେଇ

“ବନ୍ଧା କୋବି ପକୁଡ଼ି” ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

September 28, 2011 by ଓଡିଶା ଡଟ କମ Leave a Comment

ଆବଶ୍ୟକ ସାମଗ୍ରୀ:

କଟା ବନ୍ଧାକୋବି-୨,ପିଆଜ-୧ଟା(ବଡ଼), କଟା ଧନିଆପତ୍ର ଅଳ୍ପକିଛ, କଟା କଞ୍ଚା ଲଙ୍କା -୨ ଚାମଚ(ଛୋଟ), କଟା ଅଦା-୨ ଚାମଚ(ଛୋଟ),ମଇଦା-୧/୨ କପ୍, କିର୍ଣ୍ଣେଫ୍ଲୋର-୨ ଚାମଜ(ବଡ଼),ସ୍ୱାଦ ଅନୁସାରେ ଲୁଣ, ଛାଣିବା ପାଇଁ ରିଫାଇନ୍ ତେଲ ।

ପ୍ରସ୍ତୁତି ପ୍ରଣାଳୀ:

BandhaGobi-Pakudiବନ୍ଧାକୋବିକୁ ପତଳା ପତଳା ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ । ପିଆଜ, ଅଦା ଓ କଞ୍ଚାଲଙ୍କାକୁ ଲମ୍ବା ଲମ୍ବା କାଟି ରଖନ୍ତୁ । ବଡ଼ ପାତ୍ରରେ କଟା ବନ୍ଧା କୋବି, ପିଆଜ କଟା, ଅଦା କଟା, କଞ୍ଚାଲଙ୍କା ଏକାଠି ନିଅନ୍ତୁ ।

 

ବର୍ତ୍ତମାନ ଏଥିରେ ମଇଦା ଓ କର୍ଣ୍ଣଫ୍ଲୋର ପକାଇ ସ୍ୱାଦ ଅନୁସାରେ ଲୁଣ ଓ କଟା ଧନିଆପତ୍ର ପକାଇ ଭଲଭାବରେ ଗୋଳାନ୍ତୁ ।

ଏଥିରେ ପାଣି ଦିଅନ୍ତୁ ନାହିଁ, କାରଣ ବନ୍ଧା କୋବିରେ ଲୁଣ ପକାଇଲେ ଏଥିରୁ ପାଣି ବାହାରି ଥାଏ । ଏହିମିଶ୍ରଣକୁ ଭଲ ଭାବରେ ଗୋଳାଇ ରଖନ୍ତୁ ।

କଡ଼େଇରେ ତେଲ ଗରମ କରି ଏହାକୁ ପକୁଡ଼ି କିମ୍ବା ପିଆଜି ଆକାରରେ ଛାଣି ରଖନ୍ତୁ । ଗରମ ଗରମ ସସ୍ସହିତ ପରିବେଷଣ କରନ୍ତୁ ବନ୍ଧାକୋବି ପକୁଡ଼ି ।

ଓଡ଼ିଶା ଡ଼ଟ୍ କମ୍

 

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ Tagged With: "ବନ୍ଧା କୋବି ପକୁଡ଼ି", ବର୍ଣ୍ଣିକା ପଟ୍ଟନାୟକ, ରୋସେଇ

  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ