ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ଉତ୍କଳ ଉଦ୍ୟୋଗୀତା ଏବଂ ବୃତ୍ତି ହବ୍ (ୟୁ.ଇ.ସି.ଏଚ.) ଓ ରୁସା ତରଫରୁ ଏକ କୌଶଳ ବିକାଶ କାର୍ଯ୍ୟକ୍ରମ ଯାଜପୁର ଛତିଆ ସ୍ଥିତ ଏମ.ଏଚ.ଡି ମହାବିଦ୍ୟାଳୟରେ ବିଶ୍ଵ ଛାତ୍ର ଦିବସ ଅବସରରେ ଆଜି ଅନୁଷ୍ଠିତ ହୋଇଯାଇଛି ।
ପ୍ରଶିକ୍ଷଣ ପ୍ରଦାନକରି, ୟୁ.ଇ.ସି.ଏଚର ନିର୍ଦ୍ଦେଶକ ପ୍ରଫେସର ଆବିଦ ଅଲ୍ଲୀ ଖାନ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ |

ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ବ ଛାତ୍ର ଦିବସ ଉପଲକ୍ଷେ ଦକ୍ଷତା, କ୍ଷମତା ଓ କୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା। ଛାତ୍ରଛାତ୍ରୀମାନେ ଏକ ପ୍ରଶ୍ନ ଉତ୍ତର ପର୍ଯ୍ୟାୟ ଜରିଆରେ କୌଶଳ ବିଦ୍ୟା ଗ୍ରହଣ କରିବାର ଉପାୟ ମାନ ଆଲୋଚନା କରିଥିଲେ।

ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଶୁଭଦର୍ଶୀନୀ ମହାନ୍ତି, ଇଂରାଜୀ ବିଭାଗର ରିଡର୍ ଡ. ବିଶ୍ଵନାଥ ଦାସ, ପଦାର୍ଥ ବିଜ୍ଞାନର ରିଡର୍ ମନୋଜ କୁମାର ମିଶ୍ର, ବାଣିଜ୍ୟ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ନିରଞ୍ଜନ ପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ରୁସା ପ୍ରୋଗ୍ରାମ ମ୍ୟାନେଜର (ଯୁବ ବ୍ୟାପାର) ସ୍ଵାତି ପ୍ରିୟଦର୍ଶିନୀ ଆଚାର୍ଯ୍ୟ ତଥା ଅନ୍ୟ ବିଭାଗର ଶିକ୍ଷକ ଶିକ୍ଷୟତ୍ରୀ ଓ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ଶେଷରେ ପଦାର୍ଥ ବିଜ୍ଞାନର ରିଡର୍ ମନୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।




ଏହି ପୁରୁଣା କପଡା ରେ କଳା ପଟ। ସଫା କରିବା ,ବର୍ଷା ଦିନ ଶ୍ରେଣୀ ଗୃହରେ ପାଣି ଗଳିବା ,ଖରା ଦିନେ ଖରା ଆଲୁଅ ଶ୍ରେଣୀ ରେ ପଡିବ ,ପାନୀୟ ଜଳ ଉପଲବ୍ଧ ନ ହେବ। ଏପରିକି ଶୌଚାଳୟ ପାଇଁ ଆମେ ସବୁ ପାଖ ପୋଖରୀ କୁ ଯିବ ଅତି ସାଧାରଣ କଥା ଥିଲା । ଅନାକର୍ଷଣୀୟ ବିଦ୍ୟାଳୟ ପରିବେଶ ଓ ଆବଶ୍ୟକୀୟ ଭିତ୍ତିଭୂମି ଅନେକ ପିଲାମାନଙ୍କ ପାଇଁ ଅଧାରୁ ତ୍ୟାଗ କରିବ। ଏକ ସ୍ୱାଭାବିକ ପ୍ରକ୍ରିୟା ଥିଲା ଏହିପରି ଦୁରବସ୍ଥା ରୁ ” ବିଦ୍ୟାଳୟ ରୁପନ୍ତରୀକରଣ” ଅନ୍ତର୍ଗତ ଆଜିର ସ୍ମାର୍ଟ ଶ୍ରେଣୀ ଗୃହ,ସ୍ମାର୍ଟ ବେଞ୍ଚ ,ଏ-ଲାଇଵ୍ରରୀ,ବିଜ୍ଞାନ ପରୀକ୍ଷା ଗାର ,ସୁନ୍ଦର ବିଦ୍ୟାଳୟ ପରିବେଶ ଯିଏ ଆଖିରେ ଦେଖିଛେ ସିଏ ନିହାତି ଆଖିଦୃଶିଆ ସ୍ଥାନାନ୍ତରଣରେ ଖୁସି ଅନୁଭବ କରିବ।