ଓଡ଼ିଶା ଡ଼ଟ୍ କମ୍ ସ୍ନିଗ୍ଧା ରାୟ
ଭଦ୍ରକ, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ଶନିବାର ଗୁଳିଚାଳନା ଅଭ୍ୟାସ କରୁଥିବା ଜଣେ କନେଷ୍ଟବଲଙ୍କ ଏୟାର ଗନରୁ ଗୁଳି ଲକ୍ଷଭ୍ରଷ୍ଟ ହୋଇ ମହିଳା ଆହତ ହୋଇଛନ୍ତି ।
ପୁରୁଣା ବଜାର ଥାନା ଅଧିନସ୍ଥ ସନ୍ଥିଆ ନିଳକଣ୍ଠପୁରରେ ଘରଭଡ଼ା ନେଇ ରହୁଥିବା ସଂପୃକ୍ତ ଥାନାର କନେଷ୍ଟବଲ ଲକ୍ଷ୍ମଣ ରାଉତ ଏୟାର ଗନରୁ ଲକ୍ଷଭେଦ ଅଭ୍ୟାସ କରୁଥିଲା ।
ହଠାତ ଗୁଳି ଲକ୍ଷଭ୍ରଷ୍ଟ ହୋଇ ପଡ଼ୋଶୀ ସେକ ଆମଙ୍କ ପତ୍ନୀ ଅମୀନା ବିବିଙ୍କ ଉପରେ ବାଜିଥିଲା । ଫଳରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।
ତେବେ ଆହତ ମହିଳାଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ ।
ଓଡ଼ିଶା ଡ଼ଟ୍ କମ୍