ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୨୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଖାଲି ପଡ଼ୁଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ବିଜେଡ଼ିର ଦୁଇ ପ୍ରାର୍ଥୀ ଏବଂ ଜଣେ ବିଜେଡ଼ି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ନି୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ, ନୟାଗଡ଼ ବିଜେଡ଼ି ଜିଲ୍ଲା ସଭାପତି ରବି ମହାପାତ୍ର ଏବଂ ସମାଜସେବୀ ଏ.ଭି. ସ୍ୱାମୀ ନିର୍ବାଚିତ ହୋଇଥିବା ରିଟର୍ଣ୍ଣିଂ ଅଫିସର ତଥା ବିଧାନସଭା ସଚିବ ଗୁରୁବାର ଏସଂପର୍କରେ ଘାଷଣା କରିଛନ୍ତି ।
ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ନବନିର୍ବାଚିତ ତିନିଜଣ ସଦସ୍ୟ ନିର୍ବାଚନ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି ।
ନାମାଙ୍କନପତ୍ର ଦାଖଲ କରିଥିବା ଅନ୍ୟ ଚାରିଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ଆବଶ୍ୟକ ସଂଖ୍ୟକ ପ୍ରସ୍ତାବକ
ନଥିବାରୁ ସେମାନଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା ।
ଉଭୟ କଂଗ୍ରେସ ଓ ବିଜେପି ବିଧାନସଭାରେ ଆବଶ୍ୟକ ସଂଖ୍ୟକ ବିଧାୟକ ନଥିବା ଦର୍ଶାଇ ପ୍ରାର୍ଥୀ
ଦେଇନଥିବାରୁ ସଂପୃକ୍ତ ତିନି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ବିଜେଡ଼ି ରାଜ୍ୟସଭା ସଦସ୍ୟ କିଶୋର ମହାନ୍ତି, କଂଗେସର ସୁଶୀଳା ତିରିଆ ଏବଂ ବିଜେପିର ରୁଦ୍ର ପାଣିଙ୍କ କାର୍ଯ୍ୟକାଳ ଅପ୍ରେଲ ୨ରେ ଶେଷ ହେଉଥିବାରୁ ଏହି ଆସନ ପାଇଁ ନିର୍ବାଚନ ଘୋଷଣା କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍