ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅପ୍ରେଲ ୩(ଓଡ଼ିଶା ଡ଼ଟ୍ କମ୍) ରୋଇଂ ତାରକା ତଥା ଏସିଆଡ଼ ପଦକ ବିଜେତା ପ୍ରତିମା ପୁହାଣଙ୍କୁ ସମ୍ମାନଜନକ ୧୯ ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ଅବସରରେ ସୋମବାର ଆୟୋଜିତ ଏକ ଉତ୍ସବରେ ତାଙ୍କୁ ପୁରସ୍କାର ସ୍ୱରୂପ ୧ଲକ୍ଷ ୫୦ହଜାର ଟଙ୍କା ଅର୍ଥରାଶି ସହିତ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଛି ।
ପ୍ରତିମା ୨୦୧୦ରେ ଚୀନରେ ଅନୁଷ୍ଠିତ ଏସିଆନ ଗେମ୍ସରେ ବ୍ରୋଞ୍ଜ ପ୍ରକ ହାସଲ କରିଥିବା ବେଳେ୨୦୧୧ ଫେବୃୟାରୀରେ ଧାନବା ଠାରେ ଅନୁଷ୍ଠିତ ୩୪ ତମ ଜାତୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରିଥିଲେ ।
ସେହିପରି ୩୧ ତମ ଓପନ ଜାତୀୟ ରୋଇଂ ଚମ୍ପିଆନସିପରେ ୩ଟି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଏହି ଅବସରରେ ଅନ୍ୟତମ ରୋଇଂ ରାଣୀ ପ୍ରମିଳା ପ୍ରଭା ମିଞ୍ଜ ଏବଂ ମହିଳା ଫୁଟବଲ ତାରକା ସସ୍ମିତା ମଲ୍ଲିକଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଛି ।
ପୁରସ୍କାର ବାବଦରେ ଉଭୟଙ୍କୁ ୨୫ହଜାର ଟଙ୍କା ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ଇମ୍ପାକ୍ଟ ପକ୍ଷରୁ ପ୍ରତିବର୍ଷ ଜଣେ କ୍ରୀଡ଼ାବିତ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଏ ।
ଓଡ଼ିଶା ଡ଼ଟ୍ କମ୍