ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅପ୍ରେଲ ୧୯(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ହ୍ୱିଲର ଦ୍ୱୀପରୁ ଆନ୍ତମହାଶେୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି ୫ର ସଫଳ ପରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ିଆର୍ଡ଼ିଓ ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଦେଶର ପ୍ରତିରକ୍ଷା ଓ ସୁରକ୍ଷା ବ୍ୟବସ୍ଥାକୁ ପ୍ରତିରକ୍ଷା ବିଜ୍ଞାନୀମାନେ ଏକ ନୂତନ ସୋପାନକୁ ନେଇପାରିଛନ୍ତି ଓ ଭାରତ ପାଂଚଟି ଏଲିଟ୍ ଦେଶ ସହିତ ସାମିଲ ହୋଇ ପାରିଛି, ସେ କହିଛନ୍ତି ।
ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ସଫଳତା ଦ୍ୱାରାଆମର ବୈଜ୍ଞାନିକମାନେ ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରି ପାରିଛନ୍ତି । ଶେ ଏହି ବୈଜ୍ଞାନିକ ମାନଙ୍କ ପାଇଁ ଗର୍ବିତ ବୋଲି ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍