ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ମଇ ୧୨(ଓଡ଼ିଶା ଡ଼ଟ୍ କମ୍) ଆଜିକାଲି ଖରାଦିନରେ ବଜାରରେ ବିଭିନ୍ନ କମ୍ପାନୀର ମୃଦ୍ୟୁ ପାନୀୟ ଉପଲବ୍ଧ ହେଉଥିବା ବେଳେ ଶନିବାର ଭଦ୍ରକ ସହରରେ ଏଭଳି ଥଣ୍ଡା ବୋତଲରେ ମୃତ ଝିଟିପିଟି ରହିଥିବା ଦେଖିବାକୁ ମିଳିଛି ।
ଜଗନ୍ନାଥପୁର ଗ୍ରାମର ଯୁବ ସମାଜସେବୀ ପ୍ରସନ୍ନ ମହାପାତ୍ର ନିଜ ସାଙ୍ଗ ସହ ବନ୍ତ ଛକସ୍ଥିତ ଏକ ଦୋକାନକୁ ଯାଇ ଥଣ୍ଡା ପାନୀୟ ମାଗିଥିଲେ ।
ଦୋକାନୀ ଦୁଇ ଜଣଙ୍କୁ ଦୁଇଟି ଥମ୍ପସ୍-ଅପ ବୋତଲ ଦେଇଥିଲେ । ମାତ୍ର ପ୍ରସନ୍ନ ଉକ୍ତ ବୋତଲରୁ ଦୁଇ ଢ଼ୋକ ପିଇବାପରେ ତାଙ୍କ ମୁଣ୍ଡ ବୁଲାଇଥିଲା ।
ଫଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବୋତଲକୁ ପରୀକ୍ଷା କରି ଦେଖିବାରୁ ତା’ଭିତରେ ଏକ ମୃତ ଝିଟିପିଟି ଖେିବାକୁ ମିଳିଥିଲା ଏହି ଘଟଣାପରେ ପ୍ରସନ୍ନ ନିଜକୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସେଠାରୁ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍