ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ଜୁନ୍ ୨(ଓଡ଼ିଶା ଡ଼ଟ୍ କମ୍) ମରାମତି କାର୍ଯ୍ୟ ଯୋଗୁଁ ଦୀର୍ଘ ଦୁଇ ସପ୍ତାହରୁ ଅଧିକଦିନ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିରର ସିଂହଦ୍ୱାର ଶନିବାର ଠାରୁ ପୁଣି ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି ।
ଗୁମୁଟରେ ଖଞ୍ଜାଯାଇଥିବା ଲୁହା ପାଇପ ଖୋଲାଯାଇଥିବା ବେଳେ ଏଡି ବାଟ ଦେଇ ଭକ୍ତମାନେ ମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ କରିଛନ୍ତି । ଗୁମୁଟ ଉପରେ ଥିବା ପଥରକୁ ଯୋଡ଼ାଇଯାଇ ସେଥିରେ ଲୁହା ସପୋର୍ଟ ଦିଆଯାଇଛି ।
ରଥଯାତ୍ରା ପୂର୍ବରୁ ଗୁମୁଟ ମରାମତି କାର୍ଯ୍ୟ ଶେଷ କରାଯିବ ଏବଂ ସିଂହଦ୍ୱାରକୁ ସର୍ବସାଧାରଣଙ୍କ ଯାତାୟତ ପାଇଁ ଉନ୍ମୁକ୍ତ କରାଯିବ ବୋଲି ଭାରତୀୟ ପ୍ରତନତତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଥିଲା ।
ତେବେ ନୀତି ସଂପାଦନ ପାଇଁ ସିଂହଦ୍ୱାର ଦେଇ ଯାତାୟତ ଜରୁରୀ ହୋଇଥିବାରରୁ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାରକୁ ଉନ୍ମୁକ୍ତ କରିବା ପାଇଁ ନିଷ୍ପତି ନେଇଥିଲେ । ବୈଷୟିକ କମିଟିର ତାରଖରେ ଏସବୁ କାର୍ଯ୍ୟ କରାଯାଇ ସିଂହଦ୍ୱାରକୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି ।
ଓଡ଼ିଶା ଡ଼ଟ୍ କମ୍