ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୨୧(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଉପକଣ୍ଠସ୍ଥ କିସ୍ ପରିସରରେ ଶ୍ରୀବାଣୀ କ୍ଷେତ୍ରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁରୁବାର ମହାସମାରୋହରେ ରଥଯାତ୍ରା ପାଳିତ ହୋଇଛି ।
ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜାଓ ରଥପୂଜା ଆଜି କାର୍ଯ୍ୟକ୍ରମ ନୀତି ନିର୍ଘନ୍ଟ ଅନୁସାରେ ସଂପନ୍ନ ହେବା ପରେ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କ ଅପରାହ୍ନ ୩ଟାରେ ଛେରାପହଁରା କାର୍ଯ୍ୟ ସଂପାିତ କରିଥିଲେ ।
ପରେ ଅପରାହ୍ନ ୪ଟାରେ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥ ଓ ବଳଭ୍ରଙ୍କ ରଥକୁ ଟାଣିଥିଲେ । ତିନି ରଥଙ୍କୁ ଶିଖରଚଣ୍ଡି ମନ୍ଦିର ନିକଟରେ ନିର୍ମିତ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟଣାଯାଇଥିଲା ।
ଏଠାରେ ମା’ ସୁଭ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି । ପାଗ ଅନୁକୂଳ ଥିବାରୁ ଘୋଷଯାତ୍ରା ଖେିବା ପାଇଁ ସ୍ଥାନୀୟ ଅଂଚଳର ୩୦ହଜାରରୁ ଊଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହୋଇଥିଲା ।
ଏଠାରେ ରଥ ନିର୍ମାଣ ପାଇଁ ପୁରୀରୁ ସ୍ୱତନ୍ତ୍ର କଳାକାର, ବିନ୍ଧାଣୀ ଓ ମହାରଣା ନିଯୁକ୍ତ ହୋଇଥାନ୍ତି । ଶ୍ରୀବାଣୀ କ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ଠାରୁ ଆରମ୍ଭ କରି ଏଠାରେ ସମସ୍ତ ପୂଜାର୍ଚ୍ଚନା ଓ ରଥଯାତ୍ରା ପୁରୀ ଗଜପତି ମହାରାଜ ଶ୍ରୀିବ୍ୟସିଂହବେଙ୍କ ପରାମର୍ଶ ଅନୁସାରେ ସଂପନ୍ନ କରାଯାଇଥାଏ ।
ଓଡ଼ିଶା ଡ଼ଟ୍ କମ୍