ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁଲାଇ ୫(ଓଡ଼ିଶା ଡ଼ଟ୍ କମ୍) ମହିଳା ଚେସ୍ ଖେଳାଳି ପ୍ମିନୀ ରାଉତଙ୍କୁ ତୃତୀୟ ଅନ୍ତର୍ଜାତୀୟ ମାଷ୍ଟର(ଆଇଏମ୍) ନର୍ମ ମିଳିଥିବା ବେଳେ ସେ ରାଜ୍ୟର ପ୍ରଥମ ମହିଳା ଆଇଏମ୍ ହେବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।
ଆମେରିକାର ଫିଲାଡ଼େଲ୍ଫିଆ ଠାରେ ଚାଲିଥିବା ନବମ ଫିଲାଡେଲ୍ଫିଆ ଓପନ ଚେସ୍ ଚାମ୍ପିୟନ୍ଶିପ୍ର ଶେଷ ରାଉଣ୍ଡରେ ମଙ୍ଗଳବାର ସେ ଗ୍ରାଣ୍ଡମାଷ୍ଟର ଦୀପକ ଚକ୍ରବର୍ତୀଙ୍କ ସହ ମ୍ୟାଚ ଡ଼୍ର ରଖି ଆବଶ୍ୟକ ପଏଣ୍ଟ ହାସଲ କରିଥିଲେ ।
ଏହାପୂର୍ବରୁ ୨୦୧୧ରେ ତାଙ୍କୁ ପ୍ରଥମ ନର୍ମ ଔରଙ୍ଗାବାରେ ଅନୁଷ୍ଠିତ ନ୍ୟାସନାଲ ପ୍ରିମିୟର ଚେସ୍ ଟୁର୍ଣ୍ଣାମେଣ୍ଟରେ ଏବଂ ଦ୍ୱିତୀୟ ନର୍ମ ମୁମ୍ବାଇରେ ଅନୁଷ୍ଠିତ ମେୟର୍ସ କପ୍ ଅନ୍ତର୍ଜାତୀୟ ଚେସ୍ ଟୁର୍ଣ୍ଣାମେଣ୍ଟରେ ମିଳିଥିଲା ।
ପ୍ମିନୀଙ୍କ ପୂର୍ବରୁ ରାଜ୍ୟର ପାଞ୍ଚ ଜଣ ପୁରୁଷ ଖେଳାଳି ଏହି ଟାଇଟଲ ପାଇଛନ୍ତି । ସେମାନେ ହେଲେ ଦୋଖର ଚନ୍ଦ୍ର ସାହୁ, ସ୍ୱୟଂଶୁ ସତ୍ୟପ୍ରଜ୍ଞ, ବୋଶିଷ ଦାସ, ଅନ୍ୱେଷ ଉପାଧ୍ୟାୟ ଓ ସ୍ୱୟମ୍ବ ମିଶ୍ର ।
ଓଡ଼ିଶା ଡ଼ଟ୍ କମ୍