ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁଲାଇ ୧୪(ଓଡ଼ିଶା ଡ଼ଟ୍ କମ୍): ପୂର୍ବତଟ ରେଲବାଇ ପକ୍ଷରୁ ଶନିବାର ଭୁବନେଶ୍ୱର ରେଳ ଷ୍ଟେସନ୍ ଠାରୁ ଭୁବନେଶ୍ୱର-ତିରୁପତି ସାପ୍ତାହିକ ସୁପରଫାଷ୍ଟ୍ ଏକ୍ସପ୍ରେସ୍ର ଶୁଭାରମ୍ଭ କରାଯାଇଛି ।
ଏହି ଏକ୍ସପ୍ରେସ୍ ପ୍ରତି ଶନିବାର ଭୁବନେଶ୍ୱରରୁଦିନ ୧୨ଟା ବେଳେ ତିରୁପତି ଅଭିମୁଖେ ଯାତ୍ରା ଆରମ୍ଭ କରିବ ।
ଭୁବନେଶ୍ୱରୁଠାରୁ ବାହାରି ପ୍ରଥମେ ଖୋର୍ଦ୍ଧାରୋଡ଼, ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁର, ସୋମପେଟ୍ଟା, ପଲାସା, ଶ୍ରୀକାକୁଲମ୍ରୋଡ଼, ସମଲକୋଟ୍, ରାଜମହେନ୍ଦ୍ରି, ଏଲୁରୁ, ନେଲ୍ଲୋର ସ୍ଥାନରେ ରହୁଥିବାବେଳେ ବିଜୟନଗରମ୍, ବିଶାଖାପାଟଣା, ବିଜୟୱାଡ଼ା, ଗୁୁର୍ ଓ ଶେଷରେ ତିରୁପତି ଷ୍ଟେସନ୍ ରେ ପହଂଚିବ ।
ଏହା ରବିବାର ସକାଳ ୮ଟା ୧୫ମିନିଟ୍ରେ ପହଂଚିବ ଓ ସେଠାରୁଦିନ ୧ଟାରେ ବାହାରି ଭୁବନେଶ୍ୱର ଅଭିମୁଖେ ଯାତ୍ରାକରିଦିନ ୧୦ଟା ବେଳେ ପହଂଚିବ ।
ପୂର୍ବତଟ ରେଳବାଇ ପକ୍ଷରୁ ଆୟୋଜିତ ଉତ୍ସବରେ ସାଂସଦ ପ୍ୟାରୀମୋହନ ମହାପାତ୍ର, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଓ ସାଂସଦ ବୈଷ୍ଣବଚରଣ ପରିଡ଼ା ଅତିଥି ଭାବରେ ଯୋଗେଇ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍