ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ଓଡିଶା ବନ୍ଦ ଡାକରାରେ କଂଗ୍ରେସ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ମୋଟର ସାଇକେଲ ର୍ୟାଲି, ଧାରଣା, ବିକ୍ଷୋଭ ଓ ପିକେଟିଂ କରା ଯାଇଥିଲା । ବନ୍ଦ ଯୋଗୁଁ ଜୀବନ ଯାତ୍ରା ଠପ୍ ହୋଇ ପଡିଥିଲା ।
ଯାନବାହନ ଚଳାଚଳ ,ଦୋକାନ ବଜାର,ସ୍କୁଲକଲେଜ ବନ୍ଦ ରହିଥିଲା । କଂଗ୍ରେସ କର୍ମୀଙ୍କ ପିକେଟିଂ ଓ ପୋଲିସ ପଇଁନ୍ତରା ଦେଉଥିବା ବେଳେ ସହର ପୁରା ନିସ୍ତବ ଲାଗୁଥିଲା ।
କ୍ୟାପିଟାଲ ହାଇସ୍କୁଲ, ରାମ ମନ୍ଦରି ନିକଟରେ ଏକ ଘରୋଇ ଇଂଜିନୟର କଲେଜ ବସ୍ ରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ମାଷ୍ଟ୍ରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଥିଲେ । ବିରୋଧି ଦଳ ନେତା ଭୂପିନ୍ଦର ସିଂଙ୍କ ନେତୃତ୍ୱରେ ଭୁବନେଶ୍ୱର ଷ୍ଟେସନରେ ରେଳରୋକ କରାଯାଇଥିଲା ।
ଫଳରେ ପ୍ରଶାନ୍ତି, କରମଣ୍ଡଳ, ପୁରୀ-ହାଓଡା ଓ ୩ଟି ମାଲବାହୀ ଟ୍ରେନ ଅଟକି ରହିଥିଲା ଛାତ୍ର କଂଗ୍ରେସ ପକ୍ଷରୁ ଏକ ଶୋଭା ଯାତ୍ରା ମହର୍ଷି କଲେଜ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଆନ୍ଦୋଳନକାରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରିଥିଲେ ।
ସେଠାରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ମାଷ୍ଟ୍ରକ୍ୟାଣ୍ଟିନ ଠାରେ ସୁରେଶ ରାଉତରାୟଙ୍କ ସମେତ ୧୫ ଜଣଙ୍କୁ ଗିରଫ କରା ଯାଇଥିଲା । ସାରା ଭୁବନେଶ୍ୱରରୁ ୨୦୦ରୁ ଉର୍ଦ୍ଧ କର୍ମୀଙ୍କୁ ଗିରଫ କରା ଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍