ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବର୍ତମାନ ସୁଦ୍ଧା ଅଂଶୁଘାତରେ ୩୨ ଜଣଙ୍କ ମୃତ୍ୟୁ ହୋଇଛି ।
ଉପକୂଳବର୍ତୀ ଅଂଚଳରେ ତାପମାତ୍ରାରେ କିଛି ପରିମାଣରେ ହ୍ରାସ ପାଇଥିବା ବେଳେ ୧୪ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି ।
ସୁନ୍ଦରଗଡ଼ର ସର୍ବାଧିକ ତାପମାତ୍ରା ୪୫.୦ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିବା ବେଳେ ତାଳଚେର ୪୪.୫, ହୀରାକୁ ୪୪.୨, ଭୁବନେଶ୍ୱର ଓ ସମ୍ବଲପୁର ୪୪.୧, ଝାରସୁଗୁଡ଼ା ୪୩.୨, ଅନୁଗୁଳ ୪୨.୯, ବଲାଙ୍ଗୀର ଓ କଟକ ୪୨.୦ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିବା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ରାଜ୍ୟର ଗୋଟିଏଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ଆସନ୍ତା ୪୮ ଘଂଟା ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍