ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବାଲେଶ୍ୱର, ଜୁନ୍ ୨୮(ଓଡ଼ିଶା ଡ଼ଟ୍ କମ୍) କଠିନ ପରିଶ୍ରମ ସହ ମନ େଇ ପାଠ ପଢିଲେ ସଫଳତା ହାସଲ ହୋଇପାରିବ ବୋଲି କହିଛନ୍ତି ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ବାଲେଶ୍ୱର ଜିଲ୍ଲା ଔପା ହାଇସ୍କୁଲ ଛାତ୍ର ିବ୍ୟାଂଶୁ କର ।
କେବଳ କଠିନ ପରିଶ୍ରମ କଲେ ହେବ ନାହିଁ । ଏହାସହ ମନ ଲଗାଇ ପାଠ ପଢିବାକୁ ହେବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପରୀକ୍ଷା ସମୟରେଦିନକୁ ୯ ରୁ ୧୦ ଘଂଟା ପରିଶ୍ରମ କରୁଥିବା ଦିବ୍ୟାଂଶୁ ଭବିଷ୍ୟତରେ ଆଇଆଇଟି ଇଂଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି ।
“ପରୀକ୍ଷାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଆଶା ରଖିଥିଲି କିନ୍ତୁ ଟପ୍ପର ହେବି ବୋଲି ଭାବିନଥିଲି” ସେ କହିଛନ୍ତି । ସଫଳତା ପଛରେ ସ୍କୁଲ ଶିକ୍ଷକ, ଶିକ୍ଷତ୍ରତ୍ରୀ, ବାପା ମା’, ଅଜା ଆଇ ସମସ୍ତଙ୍କ ସହଯୋଗ ରହିଛି, ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍