ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅଗଷ୍ଟ ୧(ଓଡ଼ିଶା ଡ଼ଟ୍ କମ୍) ପ୍ରଫେସର ଗୋପୀନାଥ ପ୍ରଧାନ ପ୍ରଥମ ଓଡ଼ିଆ ଭାବେ ଇନ୍ଦିରାଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
୬୦ ବର୍ଷ ବୟସ୍କ ପ୍ରଧାନ ୧୯୭୫ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏମ୍ଏ ଓ ୧୯୮୪ରେ ପିଏଚ୍ଡ଼ି ଡ଼ିଗ୍ରୀ ହାସଲ କରିବା ପରେ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ୍ ପଲିସରେ କାର୍ଯ୍ୟ କରିଥିଲେ ।
୨୦୧୦ରୁ ଇଗ୍ନୋ ସ୍କୁଲ୍ ଅଫ୍ ସୋସିଆଲ ସାଇନ୍ସର ନିଦେ୍ର୍ଧଶକ ଭାବେ କାର୍ଯ୍ୟ କରୁଥିବା ପ୍ରଧାନ ଆମେରିକାର ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ସ୍କଲାର ଭାବେ ଯୋଗ ଦେଇ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସଂପୃକ୍ତ ଥିଲେ ।
ଓଡ଼ିଶା ଡ଼ଟ୍ କମ୍