ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ମହେଶ୍ୱର ମହାନ୍ତି ସୋମବାର ରାତିରେ ଜଣେ ବ୍ୟକ୍ତିଙ୍କ ଆକ୍ରମଣରେ ଆହତ ହୋଇଥିବା ପୋଲିସ କହିଛି ।
ଚନ୍ଦନପୁର ଥାନା ଅନ୍ତର୍ଗତ ପ୍ରତାପ ପୁରୁଷୋତ୍ତମପୁର ଗ୍ରାମରେ ଦଳୀୟ କର୍ମୀଙ୍କ ସହ ଏକ ସଭାରେ ମହାନ୍ତି ଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି ।
ମହାନ୍ତିଙ୍କୁ ତୁରନ୍ତ ପୁରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ଏବଂ ତାଙ୍କ ମୁଣ୍ଡରେ ସାତଟି ଷ୍ଟିଚ ପଡ଼ିଛି । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି ।
ପୋଲିସ ତୁରନ୍ତ ଆକ୍ରମଣକାରୀ ବ୍ୟକ୍ତିଙ୍କୁ ଅଟକ ରଖିଛି ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି ଡ଼ିଆଇଜି ଡ଼ିଏସ୍ କୁଟ୍ଟେ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍