ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୪(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୩୦ରେ ଓଡ଼ିଶାର ତିନୋଟି ଆସନ ସମେତ ୧୫ଟି ରାଜ୍ୟର ୫୮ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ନିମନ୍ତେ ଘୋଷଣା କରାଯାଇଛି ।
ନିର୍ବାଚନ କମିଶନ ପକ୍ଷରୁ ଶନିବାର ଏହି ଘୋଷଣା କରାଯାଇଥିବା ବେଳେ ଆସନ୍ତା ୧୨ରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ନିର୍ବାଚନ ପାଇଁ ୧୯ରେ ନାମାଙ୍କନ ପତ୍ର ଦାଖଲ ଏବଂ ୨୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ।
ବିଜେଡ଼ି ରାଜ୍ୟସଭା ସଦସ୍ୟ କିଶୋର ମହାନ୍ତି, କଂଗ୍ରେସର ସୁଶୀଳା ତିରିଆ ଏବଂ ବିଜେପିର ରୁଦ୍ର ପାଣିଙ୍କ କାର୍ଯ୍ୟକାଳ ଅପ୍ରେଲ ୨ରେ ଶେଷ ହେଉଥିବାରୁ ଏହି ଆସନ ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ ।
ଓଡ଼ିଶା ଡ଼ଟ୍ କମ୍