ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ବ୍ରହ୍ମପୁର ସହରକୁ ଜଳ ଯୋଗାଣ ପାଇଁ ନିର୍ମାଣଧିନ ଟ୍ରିଟ୍ମେଂଟ ପ୍ଲାଂଟ ଚଳିତ ଅପ୍ରେଲ ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ବୁଧବାର ଏକ ଉଚ୍ଚ ସ୍ତରୀୟ ବୈଠକରେ କୁହାଯାଇଛି ।
ଏହାଦ୍ୱାରାସହରବାସୀଙ୍କୁ ଦୈନିକ ଅଧିକ ୨୦ ମିଲିଅନ ଲିଟର ପାନୀୟ ଜଳ ଯୋଗାଣ ହୋଇ ପାରିବ । ବର୍ତମାନ ସହରବାସୀଙ୍କୁ ବିଭିନ୍ନ ସୂତ୍ରରୁ ଦୈନିକ ୩୭ ମିଲିଅନ ଲିଟର ଜଳ ଯୋଗାଣ କରାଯାଉଛି । ନୂଆ ପ୍ଲାଂଟ କାର୍ଯ୍ୟକ୍ଷମ ହେବାପରେ ଦୈନିକ ୫୭ ମିଲିଅନ ଲିଟର ଜଳ ଯୋଗାଣ କରାଯାଇ ପାରିବ ।
ସହରକୁ ୨୪ ଘଂଟିଆ ଜଳ ଯୋଗାଣ ଭିତ୍ତିଭୂମି ସୁୃଢୀକରଣ ପ୍ରକଳ୍ପ ପାଇଁ ୫୯ କୋଟି ଟଙ୍କା ବିନିଯୋଗ କରିବାକୁ ନିଷ୍ପତି ହୋଇଛି ।
ସେହିପରି ସହରର ଦୀର୍ଘକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ବୃହତ୍ ପ୍ରକଳ୍ପ ପାଇଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଆସନ୍ତା ୩୦ ବର୍ଷର ଆବଶ୍ୟକତା ପାଇଁ ଜାନିଭିଲି ଆନିକଟରୁ ୧୨୫ ମିଲିଅନ ଲିଟର ଜଳ ଉଠାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍