ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ମନ୍ତ୍ରୀମଣ୍ଡଳରୁ ଅନଙ୍ଗ ଉଦୟ ସିଂଦେଓ
ଇସ୍ତଫା ଦେବାପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ମନ୍ତ୍ରୀଙ୍କ ବିଭାଗରେ ସାମାନ୍ୟ
ଅଦଳବଦଳ କରିଛନ୍ତି ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱରେ ଥିବା ସାରା ନାୟକଙ୍କୁ ଅବକାରୀ
ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।
ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ ଏବଂ ବିଜ୍ଞାନ ଓ କାରିଗରୀବିଦ୍ୟା ବିଭାଗ ମନ୍ତ୍ରୀ ଉଷା ଦେବୀଙ୍କୁ
ଯୋଜନା ଓ ସମନ୍ୱୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେଖାଦ୍ୟ ଯୋଗାଣ ଏବଂ ଖାଉଟୀ କଲ୍ୟାଣ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଓଡ଼ିଶା ଡ଼ଟ୍ କମ୍ ।