ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା
ବାଲେଶ୍ୱର,ଫେବୃୟାରୀ ୨୫(ଓଡ଼ିଶା ଡଟ୍ କମ୍) ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ପାଂଚ ବର୍ଷ ତଳେ ହୋଇଥିବା ଏକ ହତ୍ୟା ମାମଲାର ବିଚାର କରି ସ୍ଥାନୀୟ ଅଦାଲତ ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଫାଷ୍ଟଟ୍ରାକ୍ କୋର୍ଟ-୨ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରାଜ କୁମାର ସାହୁ ଶୁକ୍ରବାର ଅଭିଯୁକ୍ତ ରଞ୍ଜନ ସିଂକୁ ଫାଶୀ ଦଣ୍ଡାଶେ ଶୁଣାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ନିର୍ଦ୍ଦେଶରେ ଖଲାସ କରିଦେଇଛନ୍ତି ।
ଗତ ୨୦୦୭ ଅଗଷ୍ଟ ମାସରେ ନୀଳଗିରି ଥାନା ପ୍ରତାପପୁର ଗ୍ରାମର କୋହ୍ଲା ସାହିରେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ଚାରିଜଣଙ୍କୁ ହତ୍ୟା କରାଯାଇଥିଲା ।
ସେପ୍ଟେମ୍ବର ୧ରେ ଏକ ବସ୍ତାରେ ବନ୍ଧା ହୋଇଥିବା ଏହି ଚାରୋଟି ମୁଣ୍ଡକୁ ପୋଲିସ ସୋମ ନଦୀରୁ ଗଳିତ ଅବସ୍ଥାରେ ଉଦ୍ଧାର କରିଥିଲା ।
ଓଡ଼ିଶା ଡ଼ଟ୍ କମ୍