ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ସମ୍ବଲପୁର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାରେ ମଙ୍ଗଳବାର ପୋଲିସ ବିଭିନ୍ନ
ସ୍ଥାନରେ ଚଢ଼ାଉ କରି ବୋମା ଓ ଗୁଳି ସହ ୬ ଜଣଙ୍କୁ ଗିରଫ କରିଛି ।
ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୪ଟି ବୋମା ଜବତ କରିଥିବା ବେଳେ ରେଙ୍ଗାଲି ଅଂଚଳରୁ ଗିରଫ କରିଥିବା ୪ ଜଣଙ୍କଠାରୁ ୬ ରାଉଣ୍ଡ ଜୀବନ୍ତ ଗୁଳୁ ଜବତ କରିଛି ।
ଓଏସ୍ଏପିଦ୍ୱିତୀୟ ବାଟାଲିୟନ୍ ଫାୟାରିଂ ରେଞ୍ଜ ନିକଟରେ ଥିବା ଗୋଟିଏ ଘରୁ ପୋଲିସ ଚାରୋଟି ହାତ ତିଆରି ଜୀବନ୍ତ ବୋମା ଉଦ୍ଧାର କରିବା ସହ ଏଠାରେ ରହୁଥିବା ଦୁଇ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ।
ଓଡ଼ିଶା ଲିବରେସନ୍ ଟାଇଗର ବ୍ୟାନରରେ ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିବା ଏହି ଯୁବକମାନେ ଡକାୟତି ମାମଲାରେ ସଂପୃକ୍ତ ବୋଲି ପୋଲିସ କହିଛି ।
ଓଡ଼ିଶା ଡ଼ଟ୍ କମ୍