ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଗୁରୁବାର ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ କରିଥିବା ବେଳେ ୧୯୮୭ ବ୍ୟାଚ୍ ରେ ସୁନୀଲ ରାୟଙ୍କୁ କଟକ-ଭୁବନେଶ୍ୱର ପୋଲିସ କମିଶନର ଭାବେ ଅବସ୍ଥାପିତ କରିଛନ୍ତି ।
ପୋଲିସ କମିଶନର ଥିବା ବିଜୟ ଶର୍ମାଙ୍କୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡ଼ିଜି, ସୁରେନ୍ଦ୍ର ପନୱରଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ, ସତ୍ୟଜିତ ମହାନ୍ତିଙ୍କୁ ରାଜ୍ୟ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଏବଂ ଗୋପବନ୍ଧୁ ମଲ୍ଲିକଙ୍କୁ ଏଚ୍ଆର୍ପିସି ଅତିରିକ୍ତ ଡ଼ିଜି ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି ଅଭୟଙ୍କୁ ଅତିରିକ୍ତ ଡ଼ିଜି ଆଇନ ଶୃଙ୍ଖଳା, ଅରୁଣ ରାୟଙ୍କୁ କେନ୍ଦ୍ରାଞ୍ଚଳ ଆଇଜି, ଅରୁଣ ଷଡ଼ଙ୍ଗୀ ଆଇଜି ଅପରେଶନ, ୱାଇ.ବି ଖୁରାନିଆଙ୍କୁ ଆଇଜି ତାଲିମ ଭାବେ ବଦଳି କରାଯାଇଛି ।
ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଡ଼ିଆଇଜି ଅପରେଶନ, ଏସ୍.ବେତ୍ତ ସିଂଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି, ସଂଜୀବ ପଣ୍ଡା ଡ଼ିଆଇଜି ମୁଖ୍ୟାଳୟ, ଡ଼ିଏସ୍ କୁଟ୍ଟେଙ୍କୁ ଡ଼ିଆଇଜି ଏସ୍ଆଇଡ଼ି ଭାବେ ଅବସ୍ଥାପିତ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍