ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କେନ୍ଦୁଝର, ମଇ ୨୫(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ଶୁକ୍ରବାର ଦୁଇ ମହିଳା ମାଓବାଦୀଙ୍କ ସହ ଚାରି ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।
ପଶ୍ଚିମାଞ୍ଚଳ ଡ଼ିଆଇଜି ଯଶବନ୍ତ ଜେଠୱାଙ୍କ ନିକଟରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ଜଣେ ଅଧିକାରୀ କହିଛନ୍ତି । କଳିଙ୍ଗନଗର ଡିଭିଜନର ସଂପୃକ୍ତ ମହିଳା ମାଓବାଦୀ ବନ୍ଧୁକ ଓ ଗୁଳି ସହ ଆତ୍ମସମର୍ପଣ କରିଥିବା ସେ କହିଛନ୍ତି ।
ଏହି ମାଓବାଦୀମାନେ ହେଲେ ଦୈତାରି ଥାନା ରେବଣା ଗ୍ରାମର ସମ୍ବାରି ମୁଣ୍ଡା, ଘସିପୁରା ଥାନା ଅସନବାହାଳି ଗ୍ରାମର ରମ୍ବାତି ହେମ୍ବ୍ରମ, ତେଲକୋଇ ଥାନା ପଙ୍ଗା ଗ୍ରାମର ଆଇବାନ ଟିଉ ଓରଫ ମୁନା ଓ ଟୁଙ୍ଗୁରୁବାହାଳ ଗ୍ରାମର ସିଂ ଓରଫ ଧରଣୀ ।
ସମ୍ବାରି ୨୦୦୮ରୁ ମାଓ ସଂଗଠନରେ ସାମିଲ ହୋଇ କାର୍ଯ୍ୟ କରିଆସୁଥିବା ବେଳେ ରମ୍ବାତି ୩ ବର୍ଷ
ଓ ଆଇବାନ ଏବଂ ଧରଣୀ ୨ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ।
ସମ୍ବାରି ଶିମିଳିପାଳ ଫରେଷ୍ଟ ବିଟ୍ ଆକ୍ରମଣ ଓ ପୋଲିସ ଉପରେ ଚଢ଼ଉ, ସୁନାରାମ ହେମ୍ବ୍ରମ ଆକ୍ରମଣ ଓ ସାଲକୁ ହେମ୍ବ୍ରମ ହତ୍ୟାକାଣ୍ଡ ପରି ଘଟଣାରେ ଜଡିତ ଥିବା ଆତ୍ମସମର୍ପଣ ବେଳେ ପୋଲିସ ନିକଟରେ କହିଛି ।
ଓଡ଼ିଶା ଡ଼ଟ୍ କମ୍