ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଶନିବାର ଆଇପିଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଥିବା ବେଳେ ୧୯୮୬ ବ୍ୟାଚ୍ର ଅଭୟଙ୍କୁ ଅତିରିକ୍ତ ଡିଜି ପର୍ସନେଲ ଭାବେ ଅବସ୍ଥାପିତ କରାଯାଇଛି ।
ସେ ପୂର୍ବରୁ ଅତିରିକ୍ତ ଡିଜି ଆଇନ୍ ଶୃଙ୍ଖଳା ଭାବେ କାର୍ଯ୍ୟ କରୁଥିଲେ । ୧୯୮୬ ବ୍ୟାଚ୍ର ଶ୍ୟାମସୁନ୍ଦର ହାଂସାଙ୍କୁ ରାଜ୍ୟ ଫରେନ୍ସିକ୍ ଲାବୋରେଟୋରୀର ନିର୍ଦ୍ଦେଶକ, ୧୯୮୮ ବ୍ୟାଚ୍ର ଏମ୍. ଅକ୍ଷୟଙ୍କୁ କ୍ରାଇମ ରେକର୍ଡ଼ ବ୍ୟୁରୋର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି ୧୯୯୮ ବ୍ୟାଚର ୟାଲ ଗଙ୍ଗୱାରଙ୍କୁ ଇଣ୍ଡିଆ ରିଜର୍ଭ ବାଟାଲିଅନର କମାଣ୍ଡେନ୍ଟ ଭାବେ ଅବସ୍ଥାପିତ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍