ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୦(ଓଡ଼ିଶା ଡ଼ଟ୍ କମ୍) ପେଟ୍ରୋଲ ମୂଲ୍ୟ ବୃଦ୍ଧି ସଂପୂର୍ଣ୍ଣ ପ୍ରତ୍ୟାହାର ଦ।ବିରେ ଆସନ୍ତା ୧୯ରେ ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶାରେ ଜେଲ ଭରୋ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯାଇଛି ।
ରବିବାର ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତା ରାମଲାଲ ଓ ସନ୍ତୋଷ ଗଙ୍ଗୱାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।
ଜିଲ୍ଲା ଏବଂ ସବ୍ ଡ଼ିଭିଜନ୍ରେ ହେବାକୁ ଥିବା ଏହି ଆନ୍ଦୋଳନରେ ପ୍ରାୟ ୫୦ ହଜାର ଦଳୀୟ କର୍ମୀ ଓ ନେତା ସାମିଲ ହେବେ ଓ ଏଥିପାଇଁ ଖୁବ୍ ଶୀଘ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି ।
ଏହି ବୈଠକରେ ରାଜ୍ୟର ବର୍ତମାନ ରାଜନୈତିକ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍