ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଜୁନ୍ ୧୨(ଓଡ଼ିଶା ଡ଼ଟ୍ କମ୍) କଟକ ସହରରେ ମଙ୍ଗଳବାର ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ।
ସିଡ଼ିଏ ନିକଟସ୍ଥ ନୂଆଁସାହି ବସ୍ତି ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଉଚ୍ଛେଦ ଆରମ୍ଭ କରିବା ବେଳେ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିଥିଲେ । ଫଳରେ ଉତ୍ତେଜନା ଦେଖାଦେଇଥିଲା ।
ଏହାକୁ ବିରୋଧ କରି ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପ୍ରଶାସନ ପୋଲିସ ସହାୟତାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି ।
ଏକ ରାସ୍ତା ନିର୍ମାଣ ନିମନ୍ତେ ୪୦ ବର୍ଷ ପୁରୁଣା ଏହି ବସ୍ତି ଉଚ୍ଛେଦ ପାଇଁ ପୂର୍ବରୁ ବାରଙ୍ଗ ତହସିଲଦାର ନୋଟିସ୍ ଜାରି କରିଥିଲେ । ତେବେ ଦୀର୍ଘଦିନ ଧରି ଏଠାରେ ରହିଆସୁଥିବାରୁ ପ୍ରଶାସନର ଏଭଳି ଉଚ୍ଛେଦ ବେଆଇନ ବୋଲି ବସ୍ତିବାସିନ୍ଦା କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍