• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବରଗଡ଼: କାରଖାନା କର୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

June 16, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁନ୍ ୧୬(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ଥିବା ସିମେଣ୍ଟ କାରଖାନା କର୍ତୃପକ୍ଷ ଶ୍ରମିକ ମାନଙ୍କୁ ଅତ୍ୟାଚାର କରୁଥିବା ତଥା ପ୍ରଦୂଷଣ କରୁଥିବା ଅଭିଯୋଗ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ଦାବି କରିଛି ।

ସଂଘର ସଭାପତି ବ୍ରହ୍ମାନନ୍ଦ ମହାକୁଡ଼ ଶନିବାର ଜିଲ୍ଲାପାଳଙ୍କୁ ଏସଂପର୍କରେ ଏକ ପତ୍ର ପ୍ରଦାନ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ କାରଖାନାକୁ ଅର୍ଥନୈତିକ ଓ ସାମାଜିକ ଅବରୋଧ ପାଇଁ ଚେତାବନୀ ଦେଇଛନ୍ତି ।

କାରଖାନାର ପ୍ରଦୂଷଣ ଯୋଗୁଁ ୯୦ ପ୍ରତିଶତ ଶିଶୁ ଶ୍ୱାସ ଓ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ସଂଘ ଏହି ପତ୍ରରେ ଉଲ୍ଲେଖ କରିଛି ।

ଏହାସହ ଶ୍ରମିକ ମାନଙ୍କୁ ସିମେଣ୍ଟ ୱେଜ ବୋର୍ଡ଼ର ଆର୍ବିଟ୍ରେସନ୍ ଅନୁସାରେ ଦରମା ଦିଆଯିବା କଥା କିନ୍ତୁ ଠିକା ଶ୍ରମିକ ମାନଙ୍କୁ ଠକି ରାଜ୍ୟ ସରକାରଙ୍କ ଅନୁସାରେ ଦରମା ଦିଆଯାଉଛି ।

କର୍ତୃପକ୍ଷ କାରଖାନାର ନିରାପଦ ଓ ଇକ୍ୟୁପମେଣ୍ଟ ପ୍ରତି ଜାଣି ଶୁଣି ଅବହେଳା କରୁଥିବାରୁ ଶ୍ରମିକମାନେ ବାରମ୍ବାର ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି ।

ଉକ୍ତ କାରଖାନା ଖଲିଆପାଲି ଗ୍ରାମର ମାତ୍ର ତିନି ଶହ ମିଟର ମଧ୍ୟରେ ପାୱାର ପ୍ଳାଣ୍ଟ ସ୍ଥାପନ କରି ଆଖାପାଖ ଅଞ୍ଚଳ ତଥା ବରଗଡ଼ ସହରକୁ ପ୍ରଦୂଷିତ କରୁଛି । ପ୍ଳାଣ୍ଟର ଫ୍ଲାଇଆଶ୍କୁ ଆସ୍ପଣ୍ଡରେ ନପକାଇ ସେ ଗୁଡ଼ିକୁ ଖୋଲା ସ୍ଥାନରେ ପକାଉଥିବାରୁ ଏହା ସମଗ୍ର ଅଞ୍ଚଳ ପ୍ରଦୂଷିତ କରୁଛି ବୋଲି ସଂଘ ଅଭିଯୋଗ କରିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପ୍ରଦୂଷଣ, ବରଗଡ଼, ରାଉରକେଲା ଇସ୍ପାତ କାରଖାନା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version