ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୮(ଓଡ଼ିଶା ଡ଼ଟ୍ କମ୍) ବିଦୁ୍ୟତ୍ ଖୁଂଟରେ କେବୁଲ ତାର ଟାଣିବା ନେଇ ପ୍ରକାଶ ପାଇଥିବା ଟେଣ୍ଡର ଇସ୍ତାହାରକୁ ବନ୍ଦ କରିବା ଉଦେ୍ଦଶ୍ୟରେ ଯୋଜନା କରାଯାଉଥିବାରୁ ଏହାକୁ ରାଜ୍ୟ କେବୁଲ ଟିଭି ମାଲିକ ସଂଘ ପକ୍ଷରୁ ସମାଲୋଚନା କରାଯାଇଛି ।
କୋଲକାତାର ଏକ କେବୁଲ କମ୍ପାନୀ କିଛି ହାତ ଗଣତି କେବୁଲ ଅପରେଟରଙ୍କୁ ଧରି ଏହି ଯୋଜନା ଚଳାଇଥିବା ସଂଘର ସଂପାକ ପ୍ରଣବେଶ ପ୍ରସନ୍ନ ସାହୁ ସୋମବାର ଏକ ସାମ୍ବାିକ ସମ୍ମିଳନୀରେ କହିଛନ୍ତି ।
ଗତ ୨୦୦୧ରେ ଓଡ଼ିଶା ସରକାର ବିଦୁ୍ୟତ୍ ଖୁଂଟରେ କେବୁଲ ତାର ଟାଣିବା ପାଇଁ ଏକ ଆଇନ ପ୍ରଣୟନ କରିଥିଲେ । ଏହା ଗୋଟିଏ ଖୁଂଟରେ ଗୋଟିଏ କେବୁଲ ଯିବା ପାଇଁ ଉଦ୍ଧିଷ୍ଟ ଥିଲା । ଏହି ନିୟମକୁ ଭେରାଇଟି ଏଂଟରଟେନ୍ମେଂଟ ପ୍ରାଇଭେଟ୍ ଲିମିଟେଡ଼୍ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
୨୦୦୯ରେ ଏକ କମିଟି ଦ୍ୱାରାଏହାକୁ ଯାଂଚ କରି ହାଇକୋର୍ଟ ସରକାରଙ୍କୁ ଗୋଟିଏ ଖୁଂଟରେ ତିନୋଟି କେବୁଲ ଟଣାଯିବାର ବ୍ୟବସ୍ଥା ପାଇଁ ଏକ ଗାଇଡ଼ ଲାଇନ ପ୍ରସ୍ତୁତ କରିବାକୁ ନିଦେ୍ର୍ଦଶ େଇଥିଲେ ।
ସରକାରଙ୍କ ଗାଇଡ଼ ଲାଇନର କାର୍ଯ୍ୟକାରିତାକୁ ନେଇ ଓର୍ଟେଲ କମୁ୍ୟନିକେଶନ ଏବଂ ଅନ୍ୟ ସ୍ଥାନୀୟ ଅପରେଟର ହାଇକୋର୍ଟରେ ଚ୍ୟାଲେଂଜ କରିଥିଲେ ।
ଗାଇଡ଼ ଲାଇନ ଅନୁସାରେ ସେସୁ ତାର ବିଦୁ୍ୟତ୍ ଖୁଂଟରେ କେବୁଲ ଟାଣିବା ପାଇଁ ଟେଣ୍ଡର ବିଜ୍ଞାପନ ପ୍ରକାଶ କରିଥିଲା । ଏହି ଟେଣ୍ଡରକୁ କାର୍ଯ୍ୟକାରୀ କରାଇନବୋକୁ କେତେକ ନ୍ୟସ୍ତସ୍ୱାର୍ଥ ସ୍ଥାନୀୟ ଅପରେଟର ଏହି ବାହାର କମ୍ପାନୀ ସହ ହାତ ମିଳାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଅପରେଟରମାନେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ କୌଣସି ବିଭ୍ରାନ୍ତିକର ଖବର ଏବଂ ପ୍ରଚାରରେ ହତୋସôାହିତ ନହେବାକୁ ସେ ରାଜ୍ୟର ସମସ୍ତ କେବୁଲ ଅପରେଟର ମାନଙ୍କୁ ଅନୁରୋଧ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍