ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୨୬(ଓଡ଼ିଶା ଡ଼ଟ୍ କମ୍) ଜାତୀୟ ଜନସଂଖ୍ୟା ରେଜିଷ୍ଟର ପାଇଁ ମଙ୍ଗଳବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାୟୋମେଟି୍ରକ୍ ତଥ୍ୟ ସଂଗ୍ରହ କରାଯାଇଛି ।
ଏହା ସହିତ ଜାତିଭିତ୍ତିକ ସାମାଜିକ ଓ ଅର୍ଥନୈତିକ ଜନଗଣନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆବଶ୍ୟକ ତଥ୍ୟସଂଗ୍ରହ କରାଯାଇଛି । ଉଲ୍ଲେଯୋଗ୍ୟ ଯେ, ପ୍ରଥମଥର ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ “ଜାତୀୟ ପପୁଲେସନ୍ ରେଜିଷ୍ଟର’ ପ୍ରସ୍ତୁତ କରାଯାଉଛି ।
ଏଥିରେ ନାଗରିକମାନଙ୍କରୟ ବାୟୋମେଟି୍ରକ୍ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ଏହା ସହିତ ଜାତିଭିତ୍ତିକ ସାମାଜିକ ଓ ଅର୍ଥନୈତିକକାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ଏହି ଅବସରରେ ବ୍ୟକ୍ତିଗତ ତଥ୍ୟ ତଥା ସାମାଜିକ ଓ ଅର୍ଥନୈତିକ ତଥ୍ୟ ପ୍ରାନ କ୍ଷେତ୍ରରେ ତଥ୍ୟ ସଂଗ୍ରହକାରୀମାନଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେନ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍