ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୨୬(ଓଡ଼ିଶା ଡ଼ଟ୍ କମ୍) ଚାରି ଚକିଆ ଗାଡ଼ରୁ କଳା କାଚ ହଟାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ମଙ୍ଗଳବାର ଠାରୁ ସଚେତନନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ସାତଦିନ ସଚେତନ କରିବା ପରେ ଗାଡ଼ି ଚାଳକଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନିଷ୍ପତି ନିଆଯାଇଛି । ଗତ ଅପ୍ରେଲ ମାସରେ ସୁପ୍ରିମକୋର୍ଟ ଏସଂପର୍କରେ କଟକଣା ଜାରି କରିବା ସହ ଗତ ମଇ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ନିଦେ୍ର୍ଦଶ େଇଥିଲେ ।
କଳାକାଚ ଲଗା ଗାଡ଼ିରେ ଅପରାଧୀ ସହରରେ ଘୂରି ବୁଲୁଛନ୍ତି ଏବଂ ଅପରାଧ ମଧ୍ୟ ଘଟାଉଛନ୍ତି । ସବୁ ୃଷ୍ଟି ଆଢ଼ୁଆଳରେ ହେଉଥିବା ମନେହେଉଥିଲେ ମଧ୍ୟ ଅପରାଧ ବଢ଼ି ଚାଲିଛି । ତେଣୁ ଗାଡ଼ିରୁ କଳାକାଚ ହଟିଲେ ଅପରାଧନିୟନ୍ତ୍ରଣରେ ସହାୟକ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
କୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ ଗାଡ଼ିର କାଚରେ କୌଣସି ଫିଲ୍ମ ଲାଗିପାରିବ ନାହିଁ । ଦୁଇ କଡ଼ରେ ୫୦ ଭାଗ ୃଶ୍ୟମାନ ହେଉଥିବା କାଚ ଲାଗିପାରିବ । ସେହିପରି ପଛ ୭୦ ଭାଗ ୃଶ୍ୟମାନ ହେଉଥିବା କାଚ ବ୍ୟବହାର କରିପାରିବେ ।
ଓଡ଼ିଶା ଡ଼ଟ୍ କମ୍