ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଫୁଲବାଣୀ, ଜୁଲାଇ ୮(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଳ୍ଲାରେ ଏକ ବେଆଇନ ବନ୍ଧୁକ ତିଆରି କାରଖାନାକୁ ଠାବ କରିବା ସହ ଏଥିରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ପୋଲିସ ରବିବାର କହିଛି ।
କାରଖାନାରେ ତିଆରି ହେଉଥିବା ବନ୍ଧୁକ ମାଓବାଦୀମଙ୍କୁ ଯୋଗାଯାଉଥିବା ପୋଲିସ ସନ୍ଦେହ କରୁଛି । ରାଲିଗୁଡ଼ା ଗ୍ରାମରେ ଚାଲୁଥିବା ଏହି କାରଖାନାକୁ ପୋଲିସ ଓ ସିଆରପିଏଫର ମିଳିତ ଚଢ଼ଉ ବେଳେ ଠାବ କରାଯାଇଛି ।
ଗିରଫ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ବନ୍ଧୁକ ତିଆରି ସାମଗ୍ରୀ ଜବତ ହୋଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍