ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର ,ସେପ୍ଟେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍)-ସିବିଆଇ ଓଡିଶାରେ କୋଇଲା ବ୍ଲକ ପାଇଥିବା ଏକ କଂପାନୀ ବିରୋଧରେ ମାମଲା ଦାଏର୍ କରି ଚଢଉ କରିଛି ।
ସେ କଂପାନୀ ହେଲା ନବଭାରତ ଷ୍ଟିଲ । ଗତ ଜୁନ୍ ମାସରେ ଏହି ଦୁର୍ନିତିର ତଦନ୍ତ ଆରମ୍ଭ କରିଥିବା ସିବିଆଇ ନବଭାରତ ବିରୋଧରେ ଭୁଲ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ଆଣିଛି ।
ଢେଙ୍କାନାଳର ମେରାମୁଣ୍ଡଳି ଠାରେ ୧୦୫୦ ମେଗାୱଟ୍ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା ଲାଗି ନବଭାରତ ଓଡିଶା ସହିତ ଏମ୍ଓୟୁ ସ୍ୱାକ୍ଷର କରିଥିଲା ।
ଓଡ଼ିଶା ଡ଼ଟ୍ କମ୍