ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍) ଉତ୍କଳ ବିପନ୍ନ ସହାୟତା ସମିତିର ରାଜ୍ୟସ୍ତରୀୟ ସମ୍ମିଳନୀ ସ୍ଥାନୀୟ ମଞ୍ଚେଶ୍ୱର ସ୍ଥିତ କାର୍ଯ୍ୟାଳୟ ପରିସରରେ ବୁଧବାରଦିନ ଅନୁଷ୍ଠିତ ହୋଇଯାଇଛି ।
ସମାଜସେବୀ ନବ କିଶୋର ଜୟସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରକାଶ ବେତାଲା ଅତିଥି ଅଧିକାରୀମାନଙ୍କର ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ।
କାର୍ଯ୍ୟାଳୟ ସଂପାଦକ ସୁଶାନ୍ତ କୁମାର କହଁର ଗତ ୨୦୧୧-୧୨ ବର୍ଷର ଆୟ ବ୍ୟୟ ହିସାବ ପ୍ରଦାନ କରିଥିବା ବେଳେ ମନସୁଖଲାଲ ସେଠିଆ ୨୦୧୨-୧୩ ନିମନ୍ତେ ଦେଇଥିବା ଆୟ-ବ୍ୟୟ ଅଟକଳ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରା ଯାଇଥିଲା । ଏହି ଅବସରରେ ସମିତିର ନୂତନ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ସଂଘଚାଳକ ତଥା ସମିତିର ସଂରକ୍ଷକ ବିପିନ ବିହାରୀ ନନ୍ଦ ନିର୍ବାଚନ ଅଧିକାରୀ ରୂପେ ଯୋଗେଇ ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ ।
ପ୍ରକାଶ ବେତାଲା-ସଭାପତି, ବିନୋଦ ଦାଶ-ଉପସଭାପତି, ମନସୁଖଲାଲ ସେଠିଆ-ସଂପାଦକ, କୈଳାସ ଚନ୍ଦ୍ର ସେନାପତି-ଯୁଗ୍ମ ସଂପାଦକ, ଇନ୍ଦ୍ରମଣି ସେଣ୍ଢ-କୋଷାଧ୍ୟକ୍ଷ, ନିରଜଂନ ତରାଇ-ସଂଗଠନ ସଂପାଦକ, ବିପିନ ବିହାରୀ ପାଢୀ, ଡା.ପ୍ରଭାସ ରଂଜନ ତ୍ରିପାଠୀ, ସୁକାନ୍ତ ମିଶ୍ର, ଜୟନାରାୟଣ ବାବୁ ଓ ରାମଚନ୍ଦ୍ର ସାହୁ ସଦସ୍ୟ ରୂପେ ନବନିର୍ବାଚିତ ହୋଇଛନ୍ତି ।
ଆରଏସ୍ଏସ୍ ର ପ୍ରାନ୍ତକାର୍ଯ୍ୟବାହ ଦୁର୍ଗାପ୍ରସାଦ ସାହୁ ଓ ପ୍ରାନ୍ତ ପ୍ରଚାରକ ଜଗଦୀଶ ପ୍ରସାଦ ଖାଡଙ୍ଗା ପୂର୍ଣ୍ଣ ସମୟ ଉପସ୍ଥିତରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସଭା ଶେଷରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଗାନ ସହ ସଭାସାଙ୍ଗ କରାଯାଇଥିଲା ବୋଲି ସମିତିର ମିଡିଆସେଲ ସଂପାଦକ ଅଶୋକ ସାହୁ ଜଣାଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍