ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବ୍ରହ୍ମପୁର, ଫେବୃୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଅଙ୍ଗାରଗାଁ ପଂଚାୟତର ନୂଆଗଡ଼ରେ ବେଆଇନ ଭାବେ ଚାଲିଥିବା ଏକ ଦେଶୀ ବନ୍ଧୁକ କାରଖାନା ଗୁରୁବାର ପୋଲିସ ଠାବ କରିବା ସହ ଜଣେ ବ୍ୟକ୍ତିଙ୍କଚ ଗିରଫ କରିଛି ।
ପୋଲିସ ଉକ୍ତ କାରଖାନାରୁ ପାଂଚଟି ଦେଶୀ ବନ୍ଧୁକ ଏବଂ ବନ୍ଧୁକ ତିଆରି ବିଭିନ୍ନ ସାମଗ୍ରୀ ଜବତ କରିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।
ପୋଲିସ କୌଣସି ସୂତ୍ରରୁ ଖବର ପାଇ ବୁଧବାର ରାତିରେ ଜଣେ ବ୍ୟକ୍ତିଙ୍କ ଘର ଉପରେ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା ।
ସଂପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା ସମୟରେ ସେ ଏହି କାରଖାନା ସଂପର୍କରେ ସୂଚନା ଦେବାରୁ ପୋଲିସ ସେଠାରେ ଚଢାଉ କରିଥିଲା ।
ଓଡ଼ିଶା ଡ଼ଟ୍ କମ୍