ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବ୍ରହ୍ମପୁର, ଜୁନ୍ ୨୪(ଓଡ଼ିଶା ଡ଼ଟ୍ କମ୍) ବ୍ରହ୍ମପୁର ସହରରେ ରବିବାର ଜଣେ ପୋଲିସ କର୍ମଚାରୀ ନିଜ ସର୍ଭିସ ରିଭଲଭରରୁ ଗୁଳିକରି ଆତ୍ମହତ୍ୟା କରିଥିବା ପୋଲିସ କହିଛି ।
ସ୍ଥାନୀୟ ରାମଲିଙ୍ଗମ୍ ବନ୍ଧ ନିକଟସ୍ଥ ଏକ ହୋଟେଲରୁ ତାଙ୍କର ଗୁଳିବିଦ୍ଧ ଶବ ଉଦ୍ଧାର କରାଯାଇଛି । ଗତ ୨୧ରୁ ସେ ଏହି ହୋଟେଲରେ ରହୁଥିଲେ ।
ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ କୋଠରୀ ଭିତରୁ ବନ୍ଦ ଥିବା ଦେଖି ହୋଟେଲ କର୍ମଚାରୀ ପୋଲିସକୁ ଖବରେଇଥିଲେ ଏବଂ ପୋଲିସ ସେଠାରେ ପହଂଚି ସଂପୃକ୍ତ ବ୍ୟକ୍ତିଙ୍କ ଡାହାଣ କାନମୁଣ୍ଡାରୁ ରକ୍ତ ଝରୁଥିବା ଖେିଥିଲା ।
ଓଡ଼ିଶା ଡ଼ଟ୍ କମ୍