ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୬(ଓଡ଼ିଶା ଡ଼ଟ୍ କମ୍) ଗତ ଏକ ସପ୍ତାହ ଧରି ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ମଙ୍ଗଳବାର ରାଷ୍ଟ୍ରବାୀ କଂଗ୍ରେସ ପାର୍ଟି(ଏନ୍ସିପି)ର ଚାରି ଜଣ ବିଧାୟକ ବିଜେଡ଼ିରେ ଯୋଗ ଦେଇଛନ୍ତି ।
ଗତ ୨୦୦୯ ସାଧାରଣ ନିର୍ବାଚନରେ ଏନ୍ସିପି ବିଜେଡ଼ି ସହ ମିଶି ନିର୍ବାଚନ ଲଢିଥିଲା । ଚାରି ଜଣ ବିଧାୟକ ହେଲେ ପ୍ରଶାନ୍ତ ନନ୍ଦ, ଅମର ପ୍ରସା ଶତପଥୀ, ନବୀନ ନନ୍ଦ ଏବଂ ରାମଚନ୍ଦ୍ର ହାଁସା ।
ଏନ୍ସିପିର ଚାରି ଜଣ ବରିଷ୍ଠ ବିଧାୟକ ବିଜେଡ଼ିରେ ଯୋଗ ଦେଇଥିବାରୁ ସେ ଆନନ୍ଦିତ ବୋଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା ବୋଲି ଅମର ଶତପଥୀ କହିଛନ୍ତି ।
ପ୍ରଶାନ୍ତ ପୂର୍ବରୁ ବିଜେପି ବିଧାୟକ ଭାବେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇ ପରବର୍ତୀ ସମୟରେ ଏନ୍ସିପିରେ ଯୋଗ ଦେଇଥିଲେ ଓ ନବୀନ, ଅମର ପୂର୍ବରୁ ବିଜେଡ଼ିରେ ଥିଲେ ।
ତେବେ ଏହି ବିଧାୟକଙ୍କ ଯୋଗଦାନ ପରେ ବିଧାନସଭାରେ ବିଜେଡ଼ିର ସଦସ୍ୟ ସଂଖ୍ୟା ୧୦୮ରେ ପହଂଚିଛି ।
ଓଡ଼ିଶା ଡ଼ଟ୍ କମ୍