ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଯାଜପୁର, ଜୁନ୍ ୧୭(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ଜିଲ୍ଲା ସ୍ଥିତ ଫେରୋକ୍ରୋମ୍ ଆଣ୍ଡ ଆଲଏଜ୍ ପ୍ଲାଂଟରେ ରବିବାର ଏକ ବିଦୁ୍ୟତ୍ ଟ୍ରାନ୍ସଫର୍ମର ବିସ୍ଫୋରଣ ହେବାରୁ ଚାରି ଜଣ ଗୁରୁତର ଆହତ ହୋଇଥିବା ପୋଲିସ କହିଛି ।
ଆହତ ମାନଙ୍କ ମଧ୍ୟରେ ଜଣେ ବରିଷ୍ଠ ମ୍ୟାନେଜର ଏବଂ ତିନି ଜଣ ଶ୍ରମିକ ଥିବା ବେଳେ ସେମାନଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି ।
ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ପ୍ଲାଂଟ କଲୋନୀରେ ବିଜୁଳି ଯୋଗାଣ ଓ ପାଣି ବନ୍ଦ ହୋଇଯିବାରୁ ସକାଳୁ କର୍ମଚାରୀମାନେ ମରାମତି କରୁଥିବା ସମୟରେ ଟ୍ରାନ୍ସଫର୍ମରଟି ବିସ୍ଫୋରଣ ହୋଇଥିଲା ।
ଓଡ଼ିଶା ଡ଼ଟ୍ କମ୍