ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୮(ଓଡ଼ିଶା ଡ଼ଟ୍ କମ୍) ଚଳିତ ବର୍ଷ ଡେଙ୍ଗୁ ଜ୍ୱର ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଦେ୍ର୍ଦଶ ିଆଯାଇଛି ।
ଗତ ବର୍ଷ ଯେଉଁ ସବୁ ଅଂଚଳରେ ଡେଙ୍ଗୁର ପା୍ରୁର୍ଭାବ ଅଧିକ ହୋଇଥିଲା ଏବଂ ବହୁ ଲୋକ ଆକ୍ରାନ୍ତ ହୋଇଥିଲେ ବର୍ତମାନ ଠାରୁ ସେହି ସବୁ ଅଂଚଳ ପ୍ରତି ଅଧିକ ସତର୍କ ରହିବା ସହିତ ଆଗୁଆ ପକ୍ଷେପ ନେବାକୁ ବିଭାଗୀୟ ସଚିବ ପ୍ରୀପ୍ତ କୁମାର ମହାପାତ୍ର ସୋମବାର ଏକ ସମୀକ୍ଷା ବୈଠକରେ କହିଛନ୍ତି ।
ଗତ ବର୍ଷ ୨୫ଟି ଜିଲ୍ଲାରେ ଡେଙ୍ଗୁ ଚିହ୍ନଟ ହୋଇଥିଲା ଏବଂ ଏଥିରେ ମୋଟ୍ ୧୮୩୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୩ ଜଣଙ୍କର ମୃତୁ୍ୟ ହୋଇଥିଲା । ଘଟିଥିଲା । ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୭୨ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଛଅ ଜଣ ଡେଙ୍ଗୁରେ ଆକ୍ତାନ୍ତ ହୋଇଥିବା ଜଣାପଡିଛି ।
ଏଥିରେ କଟକର ୨ ଜଣ , ଅନୁଗୁଳର ୨ ଜଣ ଏବଂ ଯାଜପୁର ଓ କେନ୍ଦ୍ରାପଡାର ଜଣେ ଲେଖା ଆକ୍ତାନ୍ତ ଥିବା ଜଣାପଡ଼ିଛି । ତେବେ ଏମାନେ ସମସ୍ତେ ବର୍ତମାନ ସୁସ୍ଥ ଥିବା କୁହାଯାଇଛି ।
ଡେଙ୍ଗୁ ପ୍ରଭାବିତ ଅଂଚଳରେ ମଶାବଂଶ ବୃଦ୍ଧି ରୋକିବା ପାଇଁ ଘର ନିକଟରେ ପାଣି ଜମିବାକୁ ନବୋ , ପରିବେଶ ସଫାସୁତରା ରଖିବା ଆି କାର୍ଯ୍ୟକ୍ରମ କରାଇବା ପାଇଁ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ବା ସରକାରୀ-ଘରୋଇ ସହଭାଗୀତାରେ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ କେନ୍ଦ୍ରସରକାର ପ୍ରାୟ ୬୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।
ଏଣୁ ତୁରନ୍ତ ସେ ିଗରେ ଆବଶ୍ୟକ କାର୍ଯାନୁଷ୍ଠାନ ଗ୍ରହଣ କରିବା ସହିତ ଯେଉଁ ସବୁ ଅଞ୍ଚଳରେ ଡେଙ୍ଗୁ ଖୋବୋର ସମ୍ଭାବନା ରହିଛି ସେହି ସବୁ ଅଞ୍ଚଳକୁ ଗସ୍ତ କରି ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ସହିତ ଯୋଗାଯୋଗ କରି ଡେଙ୍ଗୁକୁ ପ୍ରତିହତ କରିବା ିଗରେ ଆବଶ୍ୟକତା ଆଗୁଆ ପକ୍ଷେପ ନେବାକୁ ସେ ନିଦେ୍ର୍ଦଶ େଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍