ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା
ଭୁବନେଶ୍ୱର, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ଯୋଗ୍ୟ ବିବେଚିତ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ୟୁଜିସି ହାରରେ ଦରମା ଦେବା ପାଇଁ ରାଜ୍ୟ ସରକାର ଆଗ୍ରହୀ କିନ୍ତୁ କେନ୍ଦ୍ର ସରକାରଙ୍କୁ ମଗା ଯାଇଥିବା ସହାୟତା ମିଳିବା ପରେ ଏହି ହାରରେ ଦରମା ଆଯିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଶନିବାର ବିଧାନସଭାରେ କହିଛନ୍ତି ।
ଏହି ବାବଦରେ କେନ୍ଦ୍ର ସରକାରଙ୍କୁ ୩୦୦ କୋଟି ଟଙ୍କା ମଗାଯାଇଛି । ଷଷ୍ଠ ବେତନ କମିଶନଙ୍କ ସୁପାରିଶକୁ ଆଧାର କରି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟଙ୍କ ଦ୍ଵାରା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କୁ ଗତ ୨୦୦୮ ଡ଼ିସେମ୍ବର ୩୧ରେ ଏସଂପର୍କରେ ଜଣାଇ ଦିଆଯାଇଛି ।
ନିଦ୍ଦେଶାବଳୀ ଅନୁସାରେ ରାଜ୍ୟରେ ଅବସ୍ଥିତ ସମସ୍ତ ବିଶ୍ୱବିଦ୍ୟାଳୟ ସରକାରୀ ମହାବିଦ୍ୟାଳୟ ଓ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଥିବା ୟୁଜିସି ବେତନଧାରୀ ଶିକ୍ଷକ ମାନଙ୍କୁ ସଂଶୋଧିତ ହାରରେ ବେତନ ପ୍ରଦାନ କରିବା ନିମନ୍ତେ ସରକାର ରିଜୋଲ୍ୟୁସନ କରିଥିଲେ, ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଫିଟ୍ମେଣ୍ଟ କମିଟି ରାଜ୍ୟର କେତେକ ଶିକ୍ଷକ ସଂଘ ସହ ଆଲୋଚନା କରି ଏହି ବେତନ ଦେବା
ନିମନ୍ତେ ସରକାରଙ୍କୁ ସୁପାରିଶ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply