• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା ଡଟ କମ

ଓଡ଼ିଶାର ସର୍ବସାଧାରଣ ଜମି ଜଳବାୟୁ ପରିବର୍ତନ ସମସ୍ୟା ମୁକାବିଲା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ

December 1, 2024 by ଓଡିଶା ଡଟ କମ Leave a Comment

ଓଡ଼ିଶାର ସର୍ବସାଧାରଣ ଜମିର ଆକଳିତ ବାର୍ଷିକ ମୂଲ୍ୟ ୩୬,୮୯୦ କୋଟି ଟଙ୍କା ଯାହା, ଜଳବାୟୁ ପରିବର୍ତନ ସମସ୍ୟା ମୁକାବିଲା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ : ସଂକ୍ଷିପ୍ତରେ ଅର୍ଥନୀତି ଏବଂ ପରିବେଶ ଦିଗରେ ପ୍ରମୂଖ ଭୂମକିର ଏକ ନୂତନ ଦିଗ ଉପରେ ଆଲୋକପାତ

ଭୂବନେଶ୍ୱର, ଓଡ଼ିଶା – ଫାଉଣ୍ଡେସନ ଫର ଉକୋଲୋଜିକାଲ ସିକ୍ୟୁରିଟି (ଏଫ୍‌ଇଏସ୍‌), ଇଂଟରନେସନାଲ ଫୁଡ଼୍ ପଲିସି ରିସର୍ଚ୍ଚ ଇନଷ୍ଟିଚଟୁ (ଆଇଏଫ୍‌ପିଆରଆଇ), ଫେଡେରେସନ ୟୁନଭିରସିଟ,ି ଅଷ୍ଟ୍ରେଲଅିା଼ ଏବଂ କମନ୍ ଗ୍ରାଉଣ୍ଡଙ୍କ ମିଳିତ ଉଦ୍ୟମରେ ନିକଟରେ ପ୍ରସ୍ତୁତ କରାଯାଇଥିବା “ଓଡ଼ିଶାର ସର୍ବସାଧାରଣ ଜମିର ଅର୍ଥନୈତକି ମୂଲ୍ୟବୋଧ” ସନ୍ଦର୍ଭର ମୁଖ୍ୟାଂଶ ଅନୁଯାୟୀ ଓଡ଼଼ିଶାରେ ପ୍ରାୟ ୫ ନିୟୁତ ହେକ୍ଟର ସର୍ବସାଧାରଣ ଜମି ରହିଛି ଯାହାର ମୂଲ୍ୟ ପ୍ରାୟ ୩୬,୮୯୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ସର୍ବସାଧାରଣ ଜମି ସମସ୍ତ ଗୋଷ୍ଠୀ / ସମ୍ପ୍ରଦାୟ / ବର୍ଗର ସଦସ୍ୟମାନେ ବ୍ୟବହାର କରାଯାଇଥାଏ । ଜଙ୍ଗଲ, ଗୋଚର ଏବଂ ପତିତ ଜମି ଆଦିକୁ ସର୍ବସାଧାରଣ ଜମି ରୂପେ ଗଣନା କରାଯାଇଥାଏ । ଏହା ବିଶ୍ୱସ୍ତରରେ କୋଟି କୋଟି ଜନତାଙ୍କର ଜୀବନଜୀବିକାରେ ସହାୟତା ପ୍ରଦାନ ସ୍ୱରୂପ ଗୁରୁତ୍ୱପୂର୍ଣ୍ଣ ପାରିପାଶ୍ୱିର୍କ ସେବା ଯୋଗାଇଥାଏ ।

ବିଶେଷତଃ ଏହିପରି ସର୍ବସାଧାରଣ ସମ୍ବଳ ଏବଂ ତାହର ମୂଲ୍ୟାୟନ ଅଂଚଳର ସଂପ୍ରଦାୟ / ଗୋଷ୍ଠୀ / ଅଧିବାସୀମାନଙ୍କର ପ୍ରଚଳିତ ପରିଚାଳନା ବ୍ୟବସ୍ଥା ଏବଂ ଚିରନ୍ତନୀ ବ୍ୟବହାର ପ୍ରଣାଳୀ ଉପରେ ନିର୍ଭର କରିଥାଏ । ଆଦିବାସୀ ବହୁଳ ଅଂଚଳରେ ଏହା ଏକ ପ୍ରଥା ରୂପେ ପରିଗଣିତ ହୋଇଆସୁଛି ।

ଏହି ସ୍ୱ-ପରିଚାଳନା ବ୍ୟବସ୍ଥାର ତୃଣମୂଣ ଗଣତନ୍ତ୍ରିକ ବ୍ୟବସ୍ଥାରେ ସାମିଲୀକରଣ ଓ ପ୍ରତିନିଧିତ୍ୱ ଦିଗରେ ଏକ ପ୍ରମୂଖ ଭୁମିକା ରହିଛି । ବିଶେଷଭାବରେ ଯେଉଁଠି ସମ୍ବଳ ପରିଚାଳନା ନିମନ୍ତେ ପାରମ୍ପରିକ ପ୍ରଥା ନିୟନ୍ତ୍ରିତ କରୁଛି ସେ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ।

ଓଡ଼ିଶା ଅର୍ଥନୀତି ଏବଂ ସାମାଜିକ ବ୍ୟବସ୍ଥାରେ ସର୍ସାଧାରଣ ଜମିର ଯୋଗଦାନ / ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ମୂଲ୍ୟାୟନ ଏକ ପରିମାଣାତ୍ମକ ଆଧାର ରୂପେ ପରିଗଣିତ ହୋଇଥାଏ । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ବଳଗୁଡି଼କର ସ୍ଥାୟୀ ପରିଚାଳନା ଏବଂ ସୁରକ୍ଷାକୁ ସୁନଶ୍ଚିିତ କରିବା ନିମନ୍ତେ ସର୍ବସାଧାରଣ ଜମିର ଅଥିର୍କ ମୂଲ୍ୟକୁ ନୀତି-ପ୍ରଣୟନ ଓ ଜମି ଅଧିଗ୍ରହଣ ପ୍ରକ୍ରୟିାରେ ଅର୍ନ୍ତଭୁକ୍ତ କରିବା ଜରୁରୀ ହୋଇଯାଇଛି ।

କୃଷି ଏବଂ ପ୍ରାକୃତକି ସମ୍ବଳ ଉପରେ ନିର୍ଭର କରୁଥବିା ଓଡ଼ିଶା ବର୍ତମାନ ଜଳବାୟୁ ପରିବର୍ତନ ଦ୍ୱାରା ପ୍ରଭାବିତ ହେଉଥିବା ଦେଶର ସମ୍ବେଦନଶୀଳ ଆଠଟି ରାଜ୍ୟ ମଧ୍ୟରୁ ଅନ୍ୟତମ ରାଜ୍ୟ ଭାବେ ଚିହି୍ନତ । ରାଜ୍ୟର ଅର୍ଥନୀତି ଏବଂ ସାମାଜିକ ସ୍ଥିତି କୃଷି ଓ ଜଙ୍ଗଲ ପରି ପ୍ରାକୃତକି ସମ୍ବଳ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ହୋଇଥିଲା ବେଳେ ଏହା ପ୍ରାୟ ୨୬ଟି ଜିଲ୍ଲାର ୩୬ଲକ୍ଷ ଲୋକଙ୍କର ଆବାସ ସ୍ଥଳୀ ଯାହା ବନ୍ୟା, ବାତ୍ୟା ଏବଂ ମରୁଡି଼ ପ୍ରବଣ ଅଟେ ।

ଏଥିରେ ଦିଆଯାଇଥିବା ତଥ୍ୟ ଏବଂ ବିବରଣୀ ହର୍‌ପନ୍ଦିର ସନ୍ଧୁ ଓ ଅନ୍ୟମାନଙ୍କ ଦ୍ୱାରା ଏନଭାରମେଂଟ ରିସର୍ଚ୍ଚ ଲେଟରସ “ଭ୍ୟାଲୁଇଙ୍ଗ ଇକୋସିଷ୍ଟମ ସରଭିସେସ୍ ପ୍ରୋଭାଇଡେଡ଼଼ ବାଏ ଲ୍ୟାଣ୍ଡ କମନ୍ସ ଇନ୍ ଇଣ୍ଡିଆ: ଇମ୍ପ୍ଲିକେସନ୍ସ ଫର ରିସର୍ଚ୍ଚ ଆଣ୍ଡ ପଲିସି” , ନାମକ ଗବେଷଣା ସନ୍ଦର୍ଭ (ପେପର)ରୁ ଉଦ୍ଧୃତ ହୋଇଅଛି ।

ଏହି ସଂକ୍ଷିପ୍ତ ବିବରଣୀରୁ ମିଳିଥବିା ପ୍ରମୁଖ୍ୟ ତଥ୍ୟଗୁଡି଼କ ନିମ୍େନର ପ୍ରଦାନ କରାଯାଇଛି

ସମୁଦାୟ ସର୍ବସାଧାରଣ ଜମି: ଓଡ଼଼ିଶାରେ ପ୍ରାୟ ୫ଲକ୍ଷ ହେକ୍ଟର ସର୍ବସାଧାରଣ ଜମି ରହିଛି ଯାହା ଗ୍ରାମୀଣ ଅର୍ଥନୀତି ଏବଂ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେଉଛି ।  ବାର୍ଷିକ ଅର୍ଥନୈତିକ ମୂଲ୍ୟ: ଓଡ଼଼ଶିାରେ ଥିବା ଏହି ସମସ୍ତ ସର୍ବସାଧାରଣ ଜମିର ସମୁଦାୟ ଆର୍ଥକି ମୂଲ୍ୟ ବାର୍ଷିକ ୩୬,୮୯୦ କୋଟି ଟଙ୍କା (୫ ନିୟୁତ ଡ଼ଲାର) ବୋଲି ହିସାବ କରାଯାଇଛି ଯାହା ବିଭନି୍ନ ପରିପାଶ୍ୱିର୍କ ସେବାକୁ ଗଣନା କରାଯାଇ ବାହାର କରାଯାଇଛି ।

ସାରା ଭାରତବର୍ଷ ନିମନ୍ତେ ପାରିପାଶ୍ୱର୍ିକ ସେବାଗୁଡି଼କର ବର୍ଗୀକରଣ: ୧. ଯୋଗାଣ ସେବା (ପରିବେଶରୁ ମିଳୁଥବିା ନିତ୍ୟ ବ୍ୟବହାର୍ଯ୍ୟ ଉତ୍ପାଦ ଏହି ସେବାର ଅନ୍ତର୍ଗତ)- ଯାହାର ମୂଲ୍ୟ ହେକ୍ଟର ପ୍ରତି ବାର୍ଷିକ ୬୫,୪୧୧ଟଙ୍କା (୮୯୧.୮୧ ଡ଼ଲାର) ।

୨. ନିୟନ୍ତ୍ରଣାତ୍ମକ ସେବା (ଏହା ପରିବେଶର ବିଭିନ୍ନ ପ୍ରକ୍ରିୟାର ନିୟନ୍ତ୍‌ଣ ନିମନ୍ତେ ଲାଭଦାୟକ ସେବାକୁ ବୁଝାଇଥାଏ ଯେପରି ଜଳବାୟୁ ନିୟନ୍ତ୍‌ଣ, ମୃତକିା ଉର୍ବରତା ଏବଂ ଜଳ ବିଶଦ୍ଧୁକିରଣ ଆଦି ) – ଏହାର ହେକ୍ଟର ପ୍ରତି ବାର୍ଷିକ ମୂଲ୍ୟ ୬୦,୬୯୮ଟଙ୍କା (୮୨୭.୭୪ ଡ଼ଲାର) ।

୩. ସହାୟତା ସେବା (ମୃତିକା ପ୍ରସ୍ତୁତ,ି ବସତି ବ୍ୟବସ୍ଥା ଭଳି ଅଅବଶ୍ୟକୀୟ ସେବାକୁ ଦର୍ଶାଏ) -ହେକ୍ଟର ପ୍ରତି ଏହାର ବାର୍ଷିକ ମୂଲ୍ୟ ୨୪,୦୭୮ଟଙ୍କା (୩୨୮.୨୭ ଡ଼ଲାର)

୪. ସାଂସ୍କୃତିକ ସେବା (ଲୋକମାନଙ୍କୁ ପରିବେଶରୁ ମିଳୁଥବିା ବିଭନି୍ନ ଅବସ୍ତୁବାଦୀ ଲାଭକୁ ଏହା ବୁଝାଇଥାଏ ଯାହାଦ୍ୱାରା ଆଧ୍ୟାତ୍ମିକ ଗୁଣବତାର ଅଭ୍ୟୁଦୟ ଓ ସକରାତ୍ମକ ସଜ୍ଞାନର ବିକାଶ ହୋଇଥାଏ )- ହେକ୍ଟର ପ୍ରତି ଏହାର ବାର୍ଷିକ ମୂଲ୍ୟ ୪,୪୫୬ଟଙ୍କା (୬୦.୭୯ ଡ଼ଲାର) ।

ଏହି ବିବରଣୀ ସର୍ବସାଧାରଣ ଜମିଗୁଡ଼କି ନିମନ୍ତେ କିପରି ଅତ୍ୟଧିକ ବ୍ୟବହାର, ହ୍ରାସ, ଜବରଦଖଲ ଏବଂ ଅନୁପଯୁକ୍ତ ପ୍ରଶାସନିକ ବ୍ୟବସ୍ଥା ଆଦି ଅନେକ ସମସ୍ୟା ରହିଛି ସେ ଦିଗରେ ଆଲୋକପାତ କରିଛି । ଏହି ସମସ୍ତ ସମସ୍ୟା ହେତୁ ମୂଲ୍ୟବାନ ପାରିପାଶ୍ୱର୍ିକ ସେବା କ୍ଷତିଗ୍ରସ୍ତ ହେଉଛି ଯାହା ଫଳରେ ଏହା ଉପରେ ନିର୍ଭର କରୁଥବିା ଲକ୍ଷ ଲକ୍ଷ ଲୋକଙ୍କର ଜୀବନଜୀବିକା ପ୍ରଭାବିତ ହେଉଛି ।

ସର୍ବସାଧରଣ ଜମିର ସଂରକ୍ଷଣ ନିମନ୍ତେ ନୀତିଗତ ଏବଂ ଆନୁଷ୍ଠାନିକ ଢ଼ାଂଚାରେ ପରିବର୍ତନ ତଥା ଚିରନ୍ତନୀ (ଅବିରାମ) ପରିଚାଳନା ବ୍ୟବସ୍ଥା ଏବଂ ଗୋଷ୍ଠୀ ଭିତତ୍‌ିଜ ପରିଚାଳନା ଉପରେ ଏହା ଗୁରୁତ୍ୱାରୋପ କରିଛି ।

ପୁନଶ୍ଚ, ଏହି ବିବରଣୀ ସର୍ବସାଧରଣ ଜମିର ଅର୍ଥନୈତକି ମୂଲ୍ୟବୋଧକୁ ରାଜ୍ୟ କୋଷରେ ସମନ୍ୱୟ କରିବା ଏବଂ ଚିରନ୍ତନୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଯୋଗଦାନ ଉଦ୍ଦେଶ୍ୟରେ ନୀତିଗତ ନିଷ୍ପତି ପ୍ରକ୍ରିୟାରେ ସାମିଲ କରିବା ନିମନ୍ତେ ମଧ୍ୟ ଓଳିଲାତି କରେ / ଯୁକ୍ତି ବାଢ଼େ ।

ଏଥିରେ ଉତ୍‌ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥ ବାତାବରଣ, ମର୍ଯ୍ୟଦାପୂର୍ଣ୍ଣ କାର୍ଯ୍ୟ ଏବଂ ଅର୍ଥନୈତକି ଅଭିବୃଦ୍ଧ,ି ଅସମାନତାର ହ୍ରାସ, ଦାୟିତପ୍ୱୂର୍ଣ୍ଣ ଉତ୍ପାଦନ ଏବଂ ଉପଯେଜନ, ସର୍ବୋପରେ ଭବିଷ୍ୟତ ବଂଶଧରମାନଙ୍କର ନିମନ୍ତେ ସୁସ୍ଥ ବାତାବରଣ ନିଶ୍ଚିତ କରିବା ଆଦି ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି ।

ଏହି ବିବରଣୀ ନୀତି ପ୍ରଣୟନକାରୀ, ପରିବେଶବିତ୍ ଏବଂ ସଂପ୍ରଦାୟର ନେତୃତ୍ୱ ନେଉଥିବା ଲୋକମାନଙ୍କ ନିମନ୍ତେ ଏକ ମୂଲ୍ୟବାନ ସମ୍ବଳ ହେବ ଯଦ୍ୱାରା ସେମାନେ ଓଡ଼ିଶାର ସର୍ବସାଧାରଣ ଜମିର ମୂଲ୍ୟକୁ ବୁଝପିାରିବେ ଓ ସାମାଜିକ-ପାରିପାଶ୍ୱର୍ିକ ସ୍ଥିତିର ସୁରକ୍ଷା ନିମନ୍ତେ ଆଗଭର ହେବେ ।

ଏହି ସଂକ୍ଷିପ୍ତ ବିବରଣୀରେ ପ୍ରଦାନ କରାଯାଇଥିବା ତଥ୍ୟ ୨୦୨୩ ରେ ଏନଭାରମେଂଟ ରିସର୍ଚ୍ଚ ଲେକ୍‌ଚର ୧୮ ୦୧୩୦୦୧ରେ ହର୍‌ପିନ୍ଦର ସନ୍ଧୁ ଓ ଅନ୍ୟମାନଙ୍କ ଦ୍ୱାରା “ଭ୍ୟାଲୁଇଙ୍ଗ ଇକୋସିଷ୍ଟମ ସରଭିସେସ୍ ପ୍ରୋଭାଇଡେଡ଼଼ ବାଏ ଲ୍ୟାଣ୍ଡ କମନ୍ସ ଇନ୍ ଇଣ୍ଡିଆ: ଇମ୍ପ୍ଲିକେସନ୍ସ ଫର ରିସର୍ଚ୍ଚ ଆଣ୍ଡ ପଲିସି”, ନାମକ ଗବେଷଣା ସନ୍ଦର୍ଭ (ପେପର)ରୁ ଉଦ୍ଧୃତ ହୋଇଅଛି ।

ହ୍ରଷ୍ଟବ୍ୟ: ହର୍‌ପିନ୍ଦର ସନ୍ଧୁ ଓ ଅନ୍ୟମାନଙ୍କ ଦ୍ୱାରା ୨୦୨୩ ଏନଭାରମେଂଟ ରିସର୍ଚ୍ଚ ଲେକ୍‌ଚର ରେ “ଭ୍ୟାଲୁଇଙ୍ଗ ଇକୋସିଷ୍ଟମ ସରଭିସେସ୍ ପ୍ରୋଭାଇଡେଡ଼଼ ବାଏ ଲ୍ୟାଣ୍ଡ କମନ୍ସ ଇନ୍ ଇଣ୍ଡିଆ: ଇମ୍ପ୍ଲେିକସନ୍ସ ଫର ରିସର୍ଚ୍ଚ ଆଣ୍ଡ ପଲିସି”, ଗବେଷଣା ସନ୍ଦର୍ଭ (ପେପର)ରୁ ଉଦ୍ଧୃତ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ୧ ଅମେରିକୀୟ ଡ଼ଲାରର ମୂଲ୍ୟ ବଦଳରେ ୭୩.୩୪ଟଙ୍କା ମୂଲ୍ୟାଙ୍କନ/ ହିସାବ କରିବା ନିମନ୍ତେ ବ୍ୟବହାର କରାଯାଇଛି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପରିବେଶ Tagged With: ଓଡିଶା

ସ୍ୱାଧିନତା ସଂଗ୍ରାମୀ ତଥା ବିପ୍ଳବୀ କବି ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ

April 19, 2024 by ଓଡିଶା ଡଟ କମ Leave a Comment

ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ନାମ ହିଁ ଥିଲା ଏକ ଅଦମ୍ୟ ସାହସ ର ପ୍ରତିକ । ସେ ସେହି ବ୍ୟକ୍ତି ଥିଲେ ଯେ କି ସାନ୍ତାଳରୁ ରାଂଚି ପର୍ଯ୍ୟନ୍ତ ବ୍ରିଟିସ ମାନଙ୍କୁ ନାକେଦମ୍ କରି ରଖିଥିଲେ । ଯେଉଁଥିପାଇଁ ତାଙ୍କୁ ୧୫ ବର୍ଷ ବୟଷ ରୁ କାରାବାସ ସହ ଶାରିରୀକ ନିର୍ଯ୍ୟାତନା ଯୋଗୁଁ ତାଙ୍କର ଅଧା ଆଖି ହରାଇବାକୁ ପଡ଼ିଥିଲା ।

ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିବା ଉଭୟ ପିତା ଭାଗିରଥି ପଟ୍ଟନାୟକ ଓ ମାତା ଜମ୍ବୋବତି ପଟ୍ଟନାୟକ ଙ୍କ ପୁତ୍ର ବୋଲି ସେ ସ୍ୱାଧିନତା ସଂଗ୍ରାମୀ ହେବା ସହ ଏକ ସୁଯୋଗ୍ୟ ପୁତ୍ର ହେବାର ଏକ ବିରଳ ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ ।

ତାଙ୍କର ପ୍ରକୃତ ଜନ୍ମସ୍ଥାନ ତତକାଳୀନ ଅଭିଭକ୍ତ ସମ୍ବଲପୁର ଜିଲ୍ଲା ତଥା ବର୍ତମାନ ବରଗଡ଼ ଜିଲ୍ଲାର ବରପାଲି ସହରରେ । ୧ ଜାନୁୟାରୀ ୧୯୧୭ ଜନ୍ମଗ୍ରହଣ କରିଥିଲେ, ମାତ୍ର ତାଙ୍କର କର୍ମକ୍ଷେତ୍ର ଥିଲା ସୁଦୂର ଝାରଖଣ୍ଡ ଅଂଚଳ । ପିତା ଭାଗିରଥି ପଟ୍ଟନାୟକ ଥିଲେ ଜଣେ ଗାନ୍ଧୀବାଦୀ ସ୍ୱାଧିନତା ସଂଗ୍ରମୀ ଓ ସେତେବେଳେ ତାଙ୍କୁ ପଶ୍ଚିମ ଓଡ଼ିଶାର ଗାନ୍ଧୀ ମଧ୍ୟ କୁହାଯାଉଥିଲା ।

ତାଙ୍କ ଅନୁରୋଧକ୍ରମେ ମହାତ୍ମାଗାନ୍ଧୀ ବହୁଥର ଓଡ଼ିଶା ମଧ୍ୟ ଆସିଥିବାର ନଜିର ରହିଛି । କେବଳ ସେ ନିଜେ ନୁହେଁ ତାଙ୍କର ପତ୍ନୀ ଜମ୍ବୋବତୀ ପଟ୍ଟନାୟକ ମଧ୍ୟ ସାନ୍ତାଳ ପରଗନାରେ ଦେଶର ସ୍ୱାଧିନତା ସଂଗ୍ରମ ପାଇଁ ପର୍ଯ୍ୟାୟକ୍ରମେ ତାଙ୍କ ସ୍ୱାମୀଙ୍କ ସହ ପାଦକୁ ପାଦ ମିଶାଇ ଚାଲୁଥିଲେ । ମାତ୍ର ପୁଅ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ଥିଲେ ତାଙ୍କ ମାତା ପିତାଙ୍କ ଠିକ୍ ଓଲଟା ଓ ଅହିଂସା ମାର୍ଗକୁ ତିଳେ ମାତ୍ର ବିଶ୍ୱାସ କରୁନଥିଲେ ।

ପ୍ରଥମେ ସେ ୧୬ ଫେବୃୟାରୀ ୧୯୩୦ ରେ ବରଗଡ଼ ଠାରେ ଏକ ବିଶାଳ ସମାବେଶ କୁ ସମ୍ବାଧିତ କରି ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଉତେଜିତ ଭାଷଣ ପାଇଁ ଅଂଚଳର ସ୍ୱାଧିନତା ସଂଗ୍ରାମୀ ମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ । ଜାନୁୟାରୀ ୧୯୩୨ ମସିହାରେ ତାଙ୍କୁ କଟକ ରୁ ଗିରଫ କରାଯାଇ ୧୦ ବେତ ବାଡ଼ିରେ ମାଡ଼ ଖାଇବା ର ଦଣ୍ଡରେ ଦଣ୍ଡିତ କରାଯାଇଥିଲ । ପୁଣି ଥରେ ୨୬ ଜାନୁୟାରୀ ଦିନ ବରଗଡ଼ ଠାରେ ଗିରଫ ହୋଇ ୬ ମାସ ସମ୍ବଲପୁର ଜେଲରେ କାରାଦଣ୍ଡ ଭୋଗିଥିଲେ ।

ଜେଲରୁ ବାହାରିବା ପରେ ସେ ପୁଣି ସ୍ୱାଧିନତା ଆନ୍ଦୋଳନରେ ଭାଗ ନେବାରୁ ପୁଣିଥରେ ତାଙ୍କୁ ଗିରଫ କରାଯାଇ ବିହାର ର ପାଟନା ଜେଲକୁ ୬ ମାସ କାରାଦଣ୍ଡ ଭୋଗିବା ପାଇଁ ପଠାଇ ଦିଆଯାଇଥିଲା । ପୁଣିଥରେ ସେଠାରୁ ବାହାରିବା ପରେ ସତ୍ୟାଗ୍ରହରେ ଯୋଗଦେବା ଯୋଗୁଁ ତାଙ୍କୁ ପୁଣି ଗିରଫ କରାଯାଇ ୪ ମାସ ପାଟଣା ର କ୍ୟାମ୍ପ ଜେଲରେ ରଖାଯାଇଥିଲା ।

ସେ ଝାରଖଣ୍ଡର ସାନ୍ତାଳ ପରଗନାରେ ପାଂଚଶହରୁ ଉର୍ଦ୍ଧ୍ୱ ପାହାଡ଼ିଆ ଓ ସାନ୍ତାଳ ଯୁବକଙ୍କୁ ନେଇ ଏକ ଦଳ ଗଠନ କରି ଗରିଲା ଯୁଦ୍ଧ ଜାରି ରଖିଥିଲେ । ତାଙ୍କର ମାତା ପିତାଙ୍କ ଚିନ୍ତାଧାରା ଓ କାର୍ଯ୍ୟଶୈଳି ସହ କିଛି ମେଳ ନ ଥିଲେ ମଧ୍ୟ ତାଙ୍କର ସଂଗ୍ରାମୀ ହେବା ପ୍ରେରଣାର ମୂଳଉତ୍ସ ଥିଲେ ତାଙ୍କ ପିତା ଓ ମାତା ଏବଂ ସେଥିପାଇଁ ସେ ମାତ୍ର ୧୪ ବର୍ଷ ବୟସ ରୁ ହିଁ ସ୍ୱାଧିନତା ସଂଗ୍ରମରେ ଝାସ ଦେବାପାଇଁ ଘରୁ ପାଦ କାଢ଼ିଥିଲେ । ସେଥିଯୋଗୁଁ ତାଙ୍କୁ ମାତ୍ର ୧୫ ବର୍ଷ ବୟସରଙ୍କ ତାଙ୍କୁ କାରାବାସ ଭୋଗିବାକୁ ପଡ଼ିଥିଲା ।

ଆନ୍ଦୋଳନ ସମୟରେ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କ କାର୍ଯ୍ୟକ୍ଷେତ୍ର ସାନ୍ତାଳ ପରଗନା ଉପରେ ରାମଦୟାଲ ପାଣ୍ଡେ ଲେଖିଥିଲେ, ସେ ମୋତିଲାଲ କେଜ୍ରିୱାଲଙ୍କ ସହ ୧୯୪୨ ମସିହାରେ ହଜାର ହଜାର ଆଦିବାସୀଙ୍କ ନେତୃତ୍ୱ ନେଇ ସାହସର ସହିତ ଲଢ଼େଇ କରିବା ଭଳି ଦଃୁସାହସିକ କାର୍ଯ୍ୟ କରିବା ପାଇଁ କେବେବି ପଛଘୁଂଚା ଦେଇନଥିଲେ ।

ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ଯୋଗୁଁ ବ୍ରିଟିଶ ସରକାର ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆଘାତ କରିଥିଲେ ଯାଦ୍ୱାରା ତାଙ୍କର ଆଖି ପାଖାପାଖି ୫୦ ପ୍ରତିଶତ ଖରାପ ହୋଇ ଅଧାଅଧି ଦୃଷ୍ଟିଶକ୍ତି ହରାଇଥିଲେ । ଏପରିକି ଜେଲରେ ମଧ୍ୟ ତାଙ୍କୁ ଏକ ସ୍ୱତନ୍ତ୍ର କୋଠରୀରେ ରଖାଯିବା ସହ ତାଙ୍କୁ କଠୋର ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିଲା ।

୧୯୪୨ ମସିହାରେ ଯେତେବେଳେ ସେ ସେ ୨୧ବର୍ଷ କାଳ ପାଇଁ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ, ସେତେବେଳେ ସମଗ୍ର ଦେଶରେ ଭାରତ ଛାଡ଼ ଆନ୍ଦୋଳନ ଚରମ ସୀମାରେ ଥିବାବେଳେ ଏହା ସାନ୍ତାଳ ପରଗନାରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଖୁରାକ ଯୋଗାଇଥିଲା । ଏହି ସମୟରେ ତାଙ୍କର ପିତା ଭାଗିରଥି ପଟ୍ଟନାୟକ ସ୍ୱାଧିନତା ଆନ୍ଦୋଳନର ଅନ୍ୟତମ ପେଣ୍ଠସ୍ଥଳୀ କୁହାଯାଉଥିବା ସାନ୍ତାଳ ପରଗନାର ଡ଼ୁମ୍କା କୁ ଆସି ମୋତିଲାଲ କେଜ୍ରିୱାଲଙ୍କ ଗାନ୍ଧୀ ଆଶ୍ରମରେ ରହିବାକୁ ଲାଗିଲେ ।

ଜେଲ୍ ରୁ ବହାରିବା ପରେ ପ୍ରଫୁଲ୍ଲ ପୁଣି ପାହାଡ଼ି ଓ ସାନ୍ତାଳ ଜନଜାତି ଙ୍କ ସହ ମିଶି ବ୍ରିଟିସ୍ ସାଶନ ବିରୁଦ୍ଧରେ ଲଢ଼େଇ କରିବା ଆରମ୍ଭ କରିବାରୁ ପରିସ୍ଥିତି ଏଭଳି ହେଲା ଯେ, ତାଙ୍କୁ ଜୀବିତ କିମ୍ବା ମୃତ ଧରାଇବା ପାଇଁ ବ୍ରିଟିସ ସରକାର ୫୦୦ ଟଙ୍କା ପୁରସ୍କାର ଘୋଷଣା ମଧ୍ୟ ରିଥିଲେ । ଶେଷରେ ସାନ୍ତାଳ ପରଗନା ର କମିଶନର ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ଓ ତାଙ୍କ ପିତା ସ୍ୱାଧୀନତା ସଂଗ୍ରାମୀ ଭାଗୀରଥି ପଟ୍ଟନାୟକଙ୍କୁ ଗୁଳି କରି ମାରିଦିଆଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ମାତ୍ର ସ୍ୱାଧିନତା ସଂଗ୍ରାମ ପରେ ଉକ୍ତ କମିଶନରଙ୍କୁ ରାଂଚି ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ପ୍ରଫୁଲ୍ଲ ତାଙ୍କୁ ଭେଟି ସଂଗ୍ରାମ ବେଳର ଘଟଣା ଗୁଡ଼ିକ ତଥା ଗୁଳିଚାଳନା ନିର୍ଦ୍ଦେଶ ଘଟଣାର ସ୍ମୃତିଚାରଣ କରାଇଥିଲେ ।

୧୯୪୫-୪୬ ମସିହାରେ ଯେତେବେଳେ ଆନ୍ଦୋଳନକାରୀ ମାନଙ୍କୁ ଜେଲରୁ ମୁକ୍ତ କରାଯାଇଥିବା ବେଳେ ତତ୍କାଳୀନ ରାଜ୍ୟପାଳ ଥୋମାସ ଜର୍ଜ ରାଉଟରଫୋର୍ଡ଼ ପ୍ରଫୁଲ୍ଲ ପଟ୍ଟନାୟକଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ମନା କରିଦେଇଥିଲେ । ମାତ୍ର ବିହାରର ମଧ୍ୟବର୍ତୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ଼କ୍ଟର ଶ୍ରୀକୃଷ୍ଣ ସିଂ ଇସ୍ତାଫା ଦେବେ ବୋଲି ଧମକ ଦେବାପରେ ପ୍ରଫୁଲ୍ଲ ଚନ୍ଦ୍ର ଙ୍କୁ ୨୯ ଜାନୁୟାରୀ ୧୯୪୭ ମସିହାରେ ଭାଗଲପୁର କେନ୍ଦ୍ରୀୟ ଜେଲରୁ ମୁକ୍ତ କରାଯାଇଥିଲା ।

ସେଠାରୁ ଓଡ଼ିଶାକୁ ଆସିବା ପରେ ସେ ଏତେ ଲୋକପ୍ରିୟ ଓ ପ୍ରଶଂସିତ ହୋଇ ଯାଇଥିଲେ ଯେ, ଏଠାକାର ତତ୍କାଳୀନ ନେତାମାନଙ୍କୁ ନିଜର ସିଂହାସନ ହରାଇବାର ଭୟ ଲାଗିରହିଥିଲା । ଏହି ସମୟରେ ବିହାର ରୁ ପଣ୍ଡିତ ବିନୋବାନନ୍ଦ ଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ଡ଼ାକରା ଆସିଥିବା ଖବର ପାଇବା ପରେ ଓଡ଼ିଶାର ନେତାଙ୍କ ଉଦାସୀନତା ଦେଖି ସେ ପୁଣି ବିହାରରେ ପହଂଚି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ସେତେବେଳେ ତାଙ୍କ ସମ୍ମୁଖରେ ଦୁଇଟି ବିକଳ୍ପ ରାଜନୀତି କିମ୍ବା ସମାଜସେବା ରଖାଯାଇଥିଲା ।

ଏହି ପରିସ୍ଥିତିରେ ସେ ସମାଜସେବାରେ ଆଗ୍ରହ ପ୍ରକାଶ କରିବାରୁ ତାଙ୍କୁ ଦେଓଘର ହିନ୍ଦୀ ବିଦ୍ୟାପୀଠରେ ସହ ସଂପାଦକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ସେଠାରେ ଡ଼ଃ ରାଜେନ୍ଦ୍ର ପ୍ରସାଦ ସମ୍ପାଦକ କାର୍ଯ୍ୟ କରୁଥିଲେ ଓ ତାଙ୍କ ସହ କାର୍ଯ୍ୟ କରିବା ପାଇଁ ସେ ଗର୍ବ ମଧ୍ୟ ଅନୁଭବ କରିଥିଲେ । ଏହି ଆନ୍ଦୋଳନ ସମୟରେ ସେ ବିନୋବାନନ୍ଦ ଝା, ଅନୁପଲାଲ ଝା, ଶ୍ରୀକୃଷ୍ଣ ପ୍ରସାଦ ଗୁପ୍ତା, ଜୈନେନ୍ଦ୍ର ବର୍ମା, ରାମାନନ୍ଦ ପ୍ରସାଦ ବର୍ମା, କୃଷ୍ଣାନନ୍ଦ ଶାସ୍ତ୍ରୀ, ପଂଚାନନ୍ଦ ମିଶ୍ର, ସୀତାରାମ ତିୱାରୀ, କର୍ପୁରୀ ଠାକୁର, ଅନୁଗ୍ରହ ନାରାୟଣ ଓ ରାମଚରିତ୍ର ଙ୍କ ସହ ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ ।

ଏଥିସହ ମହାତ୍ମା ଗାନ୍ଧୀ, ବିନୋବା ଭାବେ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ ଓ ଦୟାନନ୍ଦ ଶତପଥୀ ଆଦି ଙ୍କ ସହ ମଧ୍ୟ କାମ କରିବାର ସୁଯୋଗ ଲାଭ କରିଥିବାରୁ ନିଜକୁ ଗୋରବାନ୍ୱିତ ମନେକରୁଥିଲେ । ପରବର୍ତୀ କାଳରେ ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଆପାତକାଳୀନ ପରିସ୍ଥିତି ଲଗାଇଥିଲେ ଫ୍ରଫୁଲ୍ଲ ପଟ୍ଟନାୟକ ତାର ତୀବ୍ର ବିରୋଧ କରିବାକୁ ପଛଘୁଂଚା ଦେଇନଥିବା ବେଳେ, ଉକ୍ତ ମର୍ମରେ ସେ ସ୍ୱାଧୀନତା ସଂଗ୍ରାମୀ ଭାବରେ ପାଇଥିବା ତାମ୍ବ୍ରପତ୍ର ମଧ୍ୟ ଫେରାଇ ଦେଇଥିଲେ ।

ଦେଶର ସ୍ୱାଧିନତା ପରେ ସେ ସମାଜ କଲ୍ୟାଣ ବିଭାଗରେ ନିଯୁକ୍ତି ପାଇ କାର୍ଯ୍ୟରତ ଥିବାବେଳେ ବିନୋଭା ଭାବେଙ୍କୁ ଭୂଦାନ ଆନ୍ଦୋଳନରେ ମଧ୍ୟ ସହଯୋଗ କରିଥିଲେ । ଉକ୍ତ ସମୟରେ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରଣୟନ ଦିଗରେ ମଧ୍ୟ ତାଙ୍କର ଥିଲା ଅତୁଳନୀୟ ଅବଦାନ । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ପରେ ସେ ଫେବୃୟାରୀ ୧୯୭୮ ମସିହାରେ ବିହାର ସରକାରଙ୍କ ସେବାରୁ ଅବସର ନେଇ ନିଜ ଜନ୍ମମାଟି ବରପାଲି କୁ ଫେରି ଆସିଥିଲେ ଏବଂ ଏଠାରେ ମଧ୍ୟ ସେ ତାଙ୍କର ସମାଜ ସେବା କାର୍ଯ୍ୟ ଜାରୀ ରଖିଥିଲେ ।

ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ କେବଳ ଜଣେ ସ୍ୱାଧିନତା ସଂଗ୍ରାମୀ ନଥିଲେ, ସେ ଥିଲେ ଜଣେ ଉଚ୍ଚକୋଟୀର କବି ଓ ସାହିତ୍ୟକାର । ବରପାଲି ମାଟିରେ ସେ ତାଙ୍କର ପ୍ରାଥମିକ ଶିକ୍ଷା ଶେଷ କରିଥିଲେ । ୧୯୩୬ ମସିହାରେ ସେ ମାଟ୍ରିକ ପଢ଼ି ସାରି ଉକ୍ତ ବର୍ଷ ବେଗୁସରାଇ ର ହିନ୍ଦୀ ସାହିତ୍ୟ ସମ୍ମେଳନରେ ହିନ୍ଦୀରେ କବିତା ଲେଖି ସ୍ୱର୍ଣ୍ଣ ପଦକ ମଧ୍ୟ ପାଇଥିଲେ ।

ଏହାପରେ ୧୯୩୯-୪୦ ମସିହାରେ ସେ ଓଡ଼ିଶାର ପ୍ରସିଦ୍ଧ ସାହିତ୍ୟ ପତ୍ରିକା ସାହାକାର ରେ ମଧ୍ୟ ଅନେକ ବିପ୍ଳବୀ ପ୍ରବନ୍ଧ ଲେଖି ପ୍ରଶଂସିତ ହୋଇଥିଲେ । ୧୯୪୦ ମସିହାରେ ସେ ଦେଓଘର ର ହିନ୍ଦୀ ବିଦ୍ୟାପୀଠରୁ ପ୍ରଥମ ଶ୍ରେଣୀରେ ଉନ୍ନିତ ହୋଇ ସ୍ୱର୍ଣ୍ଣ ପଦକ ସହ ସାହତ୍ୟାଳଙ୍କାର ଉପାଧି ମଧ୍ୟ ପାଇଥିଲେ । କବିତା ଲେଖିବା ପ୍ରତି ବହୁତ ଆଗ୍ରହ ରହିଥିବାବେଳେ ତାଙ୍କର ହିନ୍ଦୀ, ବଙ୍ଗଳା ଓ ଓଡ଼ିଆ ଭାଷାରେ ରହିଥିଲା ଅଗାଧ ଜ୍ଞାନ । ସେତେବେଳେ ରାମଧାରୀ ସିଂ ଡ଼ିଙ୍କାର ନାମକ ଜଣେ ସାହିତ୍ୟକାର ତାଙ୍କର କବିତା ସଂକଳନ ଗୁଡ଼ିକୁ ମଧ୍ୟ ଲିପିବଦ୍ଧ କରି ରଖିଥିଲେ ।

ତୁଳସୀଦାସ, କବୀର, ରବିନ୍ଦ୍ରନାଥ ଟାଗୋର, ରାମଧ୍‌ାରୀ ସିଂ ଡ଼ିଙ୍କାର ଓ ସ୍ୱଭାବକବି ଗଙ୍ଗାଧର ମେହେର ଥିଲେ ତାଙ୍କର ପ୍ରିୟ କବି । ଗାନ୍ଧୀଙ୍କ ପୁନର୍ଜନ୍ମ ଓ ସ୍ୱର୍ଣ୍ଣ କୁଣ୍ଡଳ ସହ ତାଙ୍କର ଚାରୋଟି କବିତା ସଂକଳନ ଓ ଗଦ୍ୟ ରଚନା ମଧ୍ୟ ପ୍ରକାଶିତ ହୋଇଥିଲା । ସେଥି ମଧ୍ୟରୁ ମାଟି ନାମକ କବିତା ସଂକଳନ ସବୁଠାରୁ ବେଶୀ ଆଦୃତ ହୋଇଥିଲା । ଯାହା ବିଷୟରେ ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ଶ୍ରୀ ରାମଧାରୀ ସିଂ ଡ଼ିଙ୍କାର ଲେଖିଛନ୍ତି- ମୁଁ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ଭିତରେ ଜ୍ୱଳନ୍ତ ଅଗ୍ନି ଦେଖିଛି, ଯାହା ପାଖରେ କିଛି କାକର ଓ ଫୁଲ ମଧ୍ୟ ରହିଛି ।

ଯାହାଦ୍ୱାରା ପ୍ରଫୁଲ୍ଲ ହିନ୍ଦୀ ସାହିତ୍ୟ ଜଗତରେ ଜଣେ ଉଜ୍ୱଳ ତାରକା ଭାବରେ ୁଦୀୟମାନ ହେଉଛି । କହିବାକୁ ଗଲେ ପୃଥିବୀ ପୃଷ୍ଠରେ ଏକ ମେଘ ଉଠୁଛି, ଯେଉଁଠି ଉଭୟ ରସ ଓ ବିଦ୍ୟୁତ ର ସମାହାର ରହିଥାଏ । ଏପରିକି ସେ ଏହାବି କହିବାକୁ ପଛାଇ ନଥିଲେ ଯେ, ଏଭଳି ଏକ ଦିନ ଆସିବ ଯେ, କବିଙ୍କ ଗୋଟଏ କାନ୍ଧରେ ହଳାହଳ ଓ ଅନ୍ୟ କାନ୍ଧରେ ଅମୃତ କଳସ ରହିବ ।

ପ୍ରଫୁଲ୍ଲ ଙ୍କର ଅନ୍ୟ ଏକ ବିଶେଷତ୍ୱ ହେଲା ସେ ଜନ୍ମରୁ ଓଡ଼ିଆ ହୋଇମଧ୍ୟ ହିନ୍ଦୀ ଭାଷା ପ୍ରତି ତାଙ୍କର ଆଗ୍ରହ ଓ ଅଗାଧ ଜ୍ଞାନ ଆହରଣ ଓ ପରିପ୍ରକାଶ କରିବାର ବିରଳ ଉଦାହରଣ ସୃଷ୍ଟି କରି ପାରିଥିଲେ । ମାତ୍ର ବିଡ଼ମ୍ବନାର ବିଷୟ ଯେ, ଏହି ବିପ୍ଳବୀ କବିଙ୍କୁ ବର୍ତମାନର ଝାଡ଼ଖଣ୍ଡ, ବିହାର କିମ୍ବା ଓଡ଼ିଶାରେ ତାଙ୍କର ଅବିସ୍ମରଣୀୟ ଅବଦାନ କୁ ପ୍ରକୃତ ସମ୍ମାନ ମିଳି ପାରିଲାନାହିଁ ।

ତାଙ୍କର ଜୀବନୀ ଓଡ଼ିଆରେ ପ୍ରକାଶିତ ହୋଇଥିବା ବେଳେ ବହୁ ପ୍ରଚେଷ୍ଟା ପରେ ମଧ୍ୟ ଆମକୁ ହିନ୍ଦୀରେ ତାଙ୍କଦ୍ୱାରା ରଚିତ ପ୍ରବନ୍ଦ ଗୁଡ଼ିକ ସହ ହିନ୍ଦୀରେ ତାଙ୍କର ଚାରିଗୋଟି କବିତା ସଂକଳନ ମଧ୍ୟ ଆମ୍ଭର ହସ୍ତଗତ ହୋଇ ପାରିଲା ନାହିଁ ।

ତାଙ୍କ ଦ୍ୱାରା ରଚିତ ମିଟ୍ଟି ବୁଲା ରହି ହେ ହିନ୍ଦୀ କବିତାର କିଛି ଅଂଶ-
ପୂଜା ଅର୍ଘ୍ୟ
ମିଟ୍ଟି ଆଜ ପୂକାର ରହି ହେ, ପୂଜା ଅର୍ଘ୍ୟ ଚଢ଼ାନା ହୋଗା
ଆଜ ଶିଖର ପର ଚଢ଼ନା ହୋଗା, କଂଟକ ପଥପର ଚଲନା ହୋଗା
ଆଜ ଗରଲ ପି ପିକର ସାଥୀ, ଅନଲ ଶିଖା ପର ଜଲନା ହୋଗା
ତିଲ ତିଲକର କଣ କଣକର ସାଥୀ, ତଡ଼ପ ତଡ଼ପ କର ମିଟନା ହୋଗା
ଋହ ନ ଯାଏ କୁଛ ଶେଷ କି ଏସା, ପିଘଲ ପିଘଲ କର ବନନା ହୋଗା …

ଫ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ତାଙ୍କ ଜୀବନର ଅନ୍ତିମ ସମୟ ନିଜ ଜନ୍ମସ୍ଥାନ ବରପାଲି ଠାରେ ହିଁ ବିତାଇଥିଲେ । ତାଙ୍କ ନାତି ନିତିନ ପଟ୍ଟନାୟକ ଙ୍କ କହିବା ଅନୁସାରେ, ତାଙ୍କ ପିଠିର ହାଡ଼ ଭାଙ୍ଗିବା ଯୋଗୁଁ ଜୀବନର ଶେଷ କିଛି ବର୍ଷ ଶଯ୍ୟାଶାୟୀ ଥିବାବେଳେ ତାଙ୍କର ପତ୍ନୀଙ୍କର ମଧ୍ୟ ଦେହାନ୍ତ ହୋଇ ଯାଇଥିଲା, ମାତ୍ର ତାଙ୍କୁ ପରିବାର ଲୋକେ ଅବଗତ କରାଇ ନଥିଲେ ।

ଶେଷରେ ୧୪ ଜାନୁୟାରୀ ୨୦୨୩ ମସିହାରେ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ତାଙ୍କ ବରପାଲି ସ୍ଥିତ ବାସଭବନରେ ଇହଧାମ ତ୍ୟାଗ କରିଥିଲେ ।

ସଂଗ୍ରହ : ସଚ୍ଚିଦାନନ୍ଦ ପାତ୍ର
ସାମ୍ବାଦିକ, ବରଗଡ଼

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ Tagged With: featured

ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା

December 23, 2019 by ଓଡିଶା ଡଟ କମ Leave a Comment

ଆପଣ ଯଦି ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ସଂପର୍କରେ ଗୁଗୁଲରେ ଖୋଜିବା ଆରମ୍ଭ କରିବେ, ତେବେ ନିଶ୍ଚୟ ସେ ଆପଣଙ୍କୁ ବୌଦ୍ଧ ନିକଟରେ ପହଞ୍ଚାଇଦେବ।

କନ୍ଧମାଳଠାରୁ ଅଲଗା ହୋଇ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିବା ବୌଦ୍ଧ ଜିଲ୍ଲା ଓଡ଼ିଶାର ଅନ୍ୟତମ ଛୋଟିଆ ଜିଲ୍ଲା (ଲୋକସଂଖ୍ୟା ତୁଳନାରେ ଦେବଗଡ଼ ପରେ)।

ମୁଁ ବଲାଙ୍ଗିର ଜିଲ୍ଲାପାଳ ଥିବା ସମୟରେ ଅନେକ ଥର ବୌଦ୍ଧ ରାସ୍ତା ଦେଇ ଯାଇଛି, ହେଲେ କେବେ ଏଠାରେ ଅଟକି ଏହାକୁ ନିରୀକ୍ଷଣ କରିନାହିଁ।

ତେବେ ମୁଁ ଜଳସଂପଦ ବିଭାଗ ସଚିବ ଥିବା ସମୟରେ ଏହି ଜିଲ୍ଲାରେ ବାଘ୍ ଜଳସେଚନ ପ୍ରକଳ୍ପ ହୋଇଥିଲା ଏବଂ ମୋତେ ବୌଦ୍ଧଠାରେ ଗୋଟେ ରାତି କଟାଇବାକୁ ପଡ଼ିଥିଲା।

ଗୌତମ ବୁଦ୍ଧଙ୍କ ନାମରେ ନାମିତ ଏହି ଜିଲ୍ଲାରେ ତିନିଟି ଉଚ୍ଚ ବୌଦ୍ଧ ମୂର୍ତ୍ତି ସମେତ ପଥର ଓ ବାଲିପଥରରେ ନିର୍ମିତ ଅନେକ ଗନ୍ଧର୍ବ ମୂର୍ତ୍ତି ଏଠି ସେଠି ରହିଛି।

ବୌଦ୍ଧ ସହର ଭିତରେ ଏଥିରୁ ଗୋଟିଏ ବିରାଟ ବୁଦ୍ଧ ମୂର୍ତ୍ତି ରହିଥିବାବେଳେ ଅନ୍ୟ ଦୁଇଟି ଶ୍ୟାମସୁନ୍ଦରପୁର ଓ ପ୍ରଗଲପୁରଠାରେ ରହିଛି।

ତିନିଟି ଉଲ୍ଲେଖନୀୟ ବୁଦ୍ଧ ମୂର୍ତ୍ତି ଥିବାରୁ ଏହି ଜିଲ୍ଲାର ବୌଦ୍ଧ ସଂସ୍କୃତି ସହ ସଂପୃକ୍ତ ଥିବାର ପ୍ରମାଣ ମିଳେ।

ସେହିପରି ବୌଦ୍ଧ ସହରରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ରାମେଶ୍ବର ବା ରାମନାଥ ମନ୍ଦିର ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଐତିହାସିକମାନେ କହନ୍ତି।

ବୌଦ୍ଧ ସହରର ଆଉ ଏକ ଆକର୍ଷଣ ହେଉଛି ଏଠାକାର ଯୋଗିନ୍ଦ୍ର ଭିଲ୍ଲା ପେଲେସ୍, ଯାହା ସ୍ଥାନୀୟ ଲୋକଙ୍କ ମୁହଁରେ ରାଜବାଟୀ ଭାବେ ପରିଚିତ।

ଜଣେ ଉଦାର ଓ ଦାନଶୀଳ ରାଜା ଭାବେ ପରିଚିତ ରାଜା ଯୋଗେନ୍ଦ୍ର ଦେବ ତାଙ୍କ ଶାସନ କାଳରେ ଏହାକୁ ନିର୍ମାଣ କରିଥିଲେ।

ଏହି ରାଜବାଟୀ ନିକଟରୁ ଆପଣ ମହାନଦୀକୁ ସଂପୂର୍ଣ୍ଣ ଦେଖିପାରିବେ।

ସେହିପରି ଏହି ରାଜବାଟୀ ଭିତରେ ଭୈରବୀ ଓ ମଦନମୋହନ ମନ୍ଦିରରେ ଠାକୁରଙ୍କୁ ଦର୍ଶନ ମଧ୍ୟ କରିପାରିବେ।

ସେହିପରି ବୌଦ୍ଧ ସହରଠାରୁ ୧୬ କିଲୋମିଟର ଦୂର ଗନ୍ଧରାଡ଼ି ଗାଁ ନିକଟରେ ରହିଛି ଜଗତି।

ଏଠାରେ ନୀଳମାଧବ ଓ ସିଦ୍ଧେଶ୍ବର ମନ୍ଦିର ଅବସ୍ଥିତ।

ନବମ ଶତାବ୍ଦୀରେ ଖିଞ୍ଜଳି ମଣ୍ଡଳର ଭଂଜ ରାଜାମାନେ ଏହାକୁ ନିର୍ମାଣ କରିଥିବା ଐତିହାସିକମାନେ ମତ ଦିଅନ୍ତି।

ଏହି ଦୁଇଟି ମନ୍ଦିର ଦେଖିବାକୁ ଏକାଭଳି, ତେବେ ବାମ ପଟରେ ଥିବା ମନ୍ଦିର ଶିବ (ସିଦ୍ଧେଶ୍ବର)ଙ୍କର
ହୋଇଥିବାବେଳେ ଅନ୍ୟଟି ବିଷ୍ଣୁ (ନୀଳମାଧବ)ଙ୍କର।

ସିଦ୍ଧେଶ୍ବର ମନ୍ଦିରର ଶିଖର ଶିବଲିଙ୍ଗ ଆକୃତିର ଓ ନୀଳମାଧବ ମନ୍ଦିରର ଶିଖର ବ୍ଲୁ କ୍ଲୋରାଇଟରେ ନିର୍ମିତ ଏକ ଚକ୍ରାକୃତିର।

ମହାନଦୀ ଭିତରେ ଥିବା ହନୁମାନ ମନ୍ଦିର ମଧ୍ୟ ଏକ ଆକର୍ଷଣ।

ସେପଟେ ମହାନଦୀ ଭିତରେ ଥିବା ଚନ୍ଦ୍ରଚୂଡ଼ ଓ ମାତଙ୍ଗେଶ୍ବର ମନ୍ଦିର ସେମାନଙ୍କର ଆକୃତି ଓ କାରୁକାର୍ଯ୍ୟ ପାଇଁ
ଯେକୌଣସି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରନ୍ତି।

ଏହି ଦୁଇଟିଯାକ ହେଉଛି ଶିବ ମନ୍ଦିର।

ବୌଦ୍ଧ ସହରରେ ବି ରହିଛି ପୁରାତନ ଜଗନ୍ନାଥ ମନ୍ଦିର।

ବୌଦ୍ଧ ଜିଲ୍ଲା ବୁଲିବା ବେଳେ ଯଦି ଆପଣଙ୍କ ହାତରେ ସମୟ ଥାଏ, ତେବେ ଆପଣ ନାୟକପଡ଼ା ଗୁମ୍ଫା ଓ ପଦ୍ମତୋଳା ଅଭୟାରଣ୍ୟ ମଧ୍ୟ ବୁଲିବାକୁ ଯାଇପାରିବେ।

ଡମ୍ବରୁଗଡ଼ା ପାହାଡ଼ ଉପରେ ଚଢ଼ି ଆପଣ ମହାନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।

ସେହିପରି ମହାନଦୀର ଅପରପାର୍ଶ୍ବରେ ଅବସ୍ଥିତ ମାର୍ଜାକୁଦ ଦ୍ବୀପ ମଧ୍ୟ ଆପଣଙ୍କୁ ନିଶ୍ଚୟ ଆକର୍ଷିତ କରିବ।

ଆପଣ ଭୁବନେଶ୍ବର, ପୁରୀ, କୋଣାର୍କ ଓ ଚିଲିକା ବାରମ୍ବାର ଦେଖିସାରିବା ପରେ ରାଜ୍ୟର ଏହି ପଶ୍ଚିମ ପ୍ରାନ୍ତକୁ ଆସି ଏଠାକାର ପର୍ଯ୍ୟଟନସ୍ଥଳୀର ମଜା ନେଇପାରିବେ।

( ଲେଖକ ୧୯୮୫ ବ୍ୟାଚର ଓଡିଶା କ୍ୟାଡର ଆଇ.ଏ.ଏସ୍. ଅଫିସର । ଏବେ ସେ କେନ୍ଦ୍ର ସରକାରଙ୍କ ଜଳସଂପଦ ମନ୍ତ୍ରାଳୟର ସଚିବ ଭାବେ ଅବସ୍ଥାପିତ)


ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ପର୍ଯଟନ, ବିଶେଷ ଖବର Tagged With: ପର୍ଯଟନ, ବୌଦ୍ଧ

ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ

December 22, 2019 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ଡିସେମ୍ବର ୨୨(ଲୋକାଲ ୱାୟାର): ଭୁବନେଶ୍ୱରର ଜନତା ମୈଦାନରେ ଚାଲିଥିବା ତୋଷାଳି ମେଳାରେ ରବିବାର ହସ୍ତତନ୍ତ ପୋଷାକ ପ୍ରତି ଲୋକଙ୍କ ଜାଗରିକତା ସୃଷ୍ଟି ନିମନ୍ତେ ବୟନିକା ପକ୍ଷରୁ ଅନୁଷ୍ଠିତ ଫେସନ ସୋ ଲୋକଙ୍କ ମନ ମୋହିଥିଲା ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଏନଆଇଏଫଟି, ସିଡାକ୍ ଦ୍ୱାରା ପ୍ରାୟୋଜିତ ତଥା ବୟନିକା ପକ୍ଷରୁ ଆୟୋଜିତ ଫେସନ ସୋ’ରେ ୧୩ ଜଣ ମଡେଲ ବୟନିକା ପ୍ରସ୍ତୁତ ଇକତ୍, ବୋମକାଇ, ଖଣ୍ଡୁଆ, କୋଟପାଡ଼ ଓ ଡଙ୍ଗରିଆ, ଟସର ଶାଢ଼ି ପରିଧାନପୂର୍ବର୍କ ର‌୍ୟାମ୍ପରେ ଅଂଶ ଗ୍ରହଣ କରିଥିଲେ ।

ବୟନିକା ଓ ଏନଆଇଏଫଟି ଆଲମୁନିଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନର ପୋଷାକ ପରିଧାନ କରି ଏହି ମଡେଲ ମାନେ ଓଡ଼ିଶା ହସ୍ତତନ୍ତର ଡିଜାଇନ ପୋଷାକ ଦର୍ଶକମାନଙ୍କ ନିକଟରେ ପ୍ରଦର୍ଶନ କରିଥିଲେ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ତାଙ୍କ ଟିମ୍ ଏହି ଫେସନ୍ ସୋ’ର ପରିକଳ୍ପନା କରିଥିଲେ ।


ପାରମ୍ପରିକ ଓ ଆଧୁନିକ ତଥା ଭାରତୀୟ ଏବଂ ପାଶ୍ଚାତ୍ୟ ଶୈଳୀରେ ପ୍ରସ୍ତୁତ ଏହି ପୋଷାକ ଗୁଡ଼ିକୁ ବିଶ୍ୱବ୍ୟାପୀ ପରିଚିତି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଫେସନ ସୋ’ କୁ ଶୁଭମ ଓ ଜାଗୃତି ଉପସ୍ଥାପନ କରିଥିବା ବେଳେ ପ୍ରଶାନ୍ତ ଏହାର କୋରିଓଗ୍ରାଫି କରିଥିଲେ ।

ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୟନ ଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।

ଫେସନ ସୋ’ର କଳାକାର, କୋରିଓଗ୍ରାଫର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀଙ୍କୁ ଉତ୍ତରୀୟ ଏବଂ ବୃକ୍ଷ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ଲୋକାଲ ୱାୟାର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, କଳା ଓ ସଂସ୍କୃତି, ମନୋରଞ୍ଜନ Tagged With: ଭୁବନେଶ୍ୱର, ମନୋରଞ୍ଜନ

ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ

December 9, 2019 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ଡିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍): ସହରୀକରଣ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସବୁଜ ବଳୟ ନଷ୍ଟ ହୋଇ ସାରିଥିବା ବେଳେ କ୍ୱଚିତ ଲୋକ ଏହାର ରକ୍ଷା ପାଇଁ ଆଗେଇ ଆସୁଛନ୍ତି ।

ଜଗତସିଂହପୁର ଜିଲ୍ଲାର ନୂଆଗାଁ, ଗଡକୁଜଙ୍ଗ ଓ ଢିଙ୍କିଆ ଅଞ୍ଚଳର ଜଙ୍ଗଲ ଜମି ଯେଉଁଠି ଶହ ଶହ ବର୍ଷ ଧରି ଲୋକେ ପାନ ଚାଷ ଓ ମାଛ ଧରି ଲୋକେ ଜୀବିକା ନିର୍ବାହ କରୁଥିଲେ ସେସବୁ ଅଞ୍ଚଳକୁ ସରକାର ପୋସ୍କୋ ପ୍ରକଳ୍ପ ପାଇଁ ଅଧିଗ୍ରହଣ କରି ପରେ ଗ୍ରାମବାସୀଙ୍କୁ ହସ୍ତାନ୍ତର କଲେ ।

ସେହିପରି କୋରାପୁଟ ଜିଲ୍ଲାର କୋଟପାଡର ଜଙ୍ଗଲ ଜମିରେ ଇଲେକ୍ଟ୍ରି ପ୍ଲାଣ୍ଟ ସ୍ଥାପନ ପାଇଁ ସବୁଜ ବଳୟ ନଷ୍ଟ କରାଯାଉଛି ।

ପିଲାବେଳୁ ନିଜ ଗାଁର ପ୍ରାକୃତିକ ଶୋଭାରାଜିରେ ବିମୋହିତ ଯୁବ ଚିତ୍ରଶିଳ୍ପୀ ଓ ଅଙ୍ଗାର ଶିଳ୍ପୀ ଶୁଭମୟ ବିଶ୍ୱାଳଙ୍କ ‘ଟଙ୍କା ପାଇଁ ପ୍ରକୃତିର ବିନାଶ’ ଶୀର୍ଷକରେ ଚିତ୍ରକଳା ପ୍ରଦର୍ଶନୀ ନୂଆଦିଲ୍ଲୀର ଏଆଇଏଫଏସିଏସ ଗ୍ୟାଲେରିରେ ଚଳିତ ବର୍ଷ ଡିସେମ୍ବରରେ ଆୟୋଜିତ ହେବ ।

ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢ଼ି ଚାଲିଥିବା ପରିପ୍ରେକ୍ଷୀରେ ୱାଟରକଲର, ଆକ୍ରିଲିକ ଓ ଅଏଲ କଲରକୁ ନେଇ ଆୟୋଜିତ ଏହି ପ୍ରଦର୍ଶନୀ ଲୋକଙ୍କୁ ଦୈନନ୍ଦିନ କର୍ମଜଞ୍ଜାଳରୁ ବହୁ ପ୍ରତୀକ୍ଷିତ ବିରତି ଦେବ ।

ଅଙ୍ଗାରରେ ତାଙ୍କ ପ୍ରତିବେଦନରୁ ପ୍ରାଚୀନ ଭାରତୀୟ କଳାର ପ୍ରଭାବ ବାରି ହୋଇପଡ଼େ । ତାଙ୍କ ପ୍ରମୁଖ କଳାକୃତିଗୁଡ଼ିକରେ ନ୍ୟୁନତମ ଶୈଳୀ ଓ ପ୍ରକୃତି ପ୍ରତି ଆକର୍ଷଣ ପ୍ରମୁଖତା ପାଏ ।

ପ୍ରତ୍ୟେକ ଚିତ୍ରକଳାରେ ପ୍ରତିଭାର ଝଲକ ସାଙ୍ଗକୁ ଏହାର ବାର୍ତ୍ତା ବିଶ୍ୱାଳଙ୍କ ପାଇଁ ନୂଆ ପ୍ରଶଂସକ ସୃଷ୍ଟି କରିଥାଏ । ନୀରବ ବିପ୍ଳବୀ ଶୁଭମୟ ସହସ୍ରାବ୍ଦୀର ସ୍ପନ୍ଦନକୁ ବୁଝି ପାରନ୍ତି ଓ ନିଜ ଗାଁର ସବୁଜ ପରିବର୍ତ୍ତନ ବିପ୍ଲବରେ ବେଶ ଲୋକପ୍ରିୟ ।

ଲୋକାଲ ୱାୟାର ସହ ବାର୍ତ୍ତାଳାପ ବେଳେ ଶୁଭମୟ କହିଥିଲେ ସବୁଜ ବଳୟ ବଞ୍ଚାଇ ରଖିବାକୁ ମୋ ଅଭିଯାନକୁ ବିରୋଧ କରୁଥିବା ବ୍ୟକ୍ତିମାନେ ମୋତେ ଅନେକ ସମୟରେ ଧମକଚମକ ଦିଅନ୍ତି । ତେବେ ଏଥର ମୁଁ ମୋ ଚିତ୍ରକଳା ମାଧ୍ୟମରେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନୂଆଦିଲ୍ଲୀର ଏଆଇଏଫଏସିଏସ ଗ୍ୟାଲେରିରେ ପ୍ରଦର୍ଶନ କରିବି ।

ପୂର୍ବରୁ ମଧ୍ୟ ଅନେକ ଓଡ଼ିଆ ଚିତ୍ରଶିଳ୍ପୀ ସେଠାରେ ଏକକ ପ୍ରଦର୍ଶନୀ କରିଛନ୍ତି । ତେବେ ମୁଁ ୱାଟର କଲର, ଆକ୍ରିଲିକ ଓ ତୈଳ ଚିତ୍ର ମାଧ୍ୟମରେ ମୋ କଳା ପ୍ରଦର୍ଶନ କରିବି ।

ଶୁୁୁଭମୟଙ୍କ ଗୁରୁ ଓ ପ୍ରସିଦ୍ଧ ଭାରତୀୟ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ କହିଛନ୍ତି, ଏତେ କମ ବୟସରେ ଏକକ ଚିତ୍ରକଳା ପ୍ରଦର୍ଶନୀ କରିବା ପ୍ରତ୍ୟେକ ଚିତ୍ରଶିଳ୍ପୀ ପାଇଁ ଏକ ଗର୍ବର ମୁହୂର୍ତ୍ତ ଓ ଓଡିଶାର କଳା ଓ ସଂସ୍କୃତି ତାଙ୍କ ପ୍ରୟୋଗାତ୍ମକ ଶୈଳୀର ଭିତ୍ତି । ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଧାରିତ ଏହି ପ୍ରଦର୍ଶନୀ ମାଧ୍ୟମରେ ଲୋକେ ତାଙ୍କ ନିଆରା ସୃଜନଶୀଳତାକୁ ନିଶ୍ଚିତ ଭାବରେ ପରଖି ପାରିବେ ।

ଧଉଳି କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସର ଡିନ ପଞ୍ଚାନନ ସାମଲ କହିଛନ୍ତି ଓଡ଼ିଶା ଚିତ୍ରଶିଳ୍ପୀମାନେ ଖୁବ ଅର୍ଥପୂର୍ଣ୍ଣ, ତେବେ ଦୁଃଖର କଥା ଖୁବ କମ୍ ଚିତ୍ରଶିଳ୍ପୀ ଅନେକ ପ୍ରଖ୍ୟାତ ଶିଳ୍ପୀଙ୍କ କଳାକୃତି ସ୍ଥାନ ପାଇଥିବା ଦିଲ୍ଲୀର ଏଆଇଏଫଏସିଏସ ଗ୍ୟାଲେରିରେ ଏକକ ପ୍ରଦର୍ଶନୀ କରିଛନ୍ତି ।

ୱାଟର କଲର, ଆକ୍ରିଲିକ ଓ ଅଏଲ କଲର ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଶୁଭମୟଙ୍କ ସଦ୍ୟତମ ଚିତ୍ରକଳାଗୁଡ଼ିକ ମତେ ଓ ଓଡ଼ିଶାର ଅନେକ ବରିଷ୍ଠ ଶିଳ୍ପୀଙ୍କୁ ଅଭିଭୂତ କରିଛି । ନିଜ ଗାଁ ଜଗନ୍ନାଥପୁରର ସବୁଜିମା ରକ୍ଷା କରିବା ପାଇଁ ସେ ଉଲ୍ଲେଖନୀୟ କାମ କରି ସାରିଛନ୍ତି ।
ଆଗାମୀ ଦିନରେ ଶୁଭମୟ ବିଶ୍ୱାଳ ୨୦ରୁ ଅଧିକ ଚିତ୍ରକଳା ପ୍ରଦର୍ଶନ କରିବେ । ନିକଟରେ ସେ ଡେରାସରେ କରିଥିବା ୱାଟରକଲର କ୍ୟାମ୍ପ୍ ପାଇଁ ବେଶ ପ୍ରଶଂସିତ ହେବା ସହ କଳାକାର ଭାବେ ବିଶ୍ୱସନୀୟତା ହାସଲ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପରିବେଶ, ସୌନ୍ଦର୍ଯ୍ୟ ଚର୍ଚା Tagged With: କୋରାପୁଟ, ଭୁବନେଶ୍ୱର

ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

December 8, 2019 by ଓଡିଶା ଡଟ କମ Leave a Comment

ନୂଆପଡ଼ା, ଡିସେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍) : ବାପା ମାନସିକ ଅନଗ୍ରସର ଆଉ ମା ଜଣେ ଦାଦନ ଶ୍ରମିକ, ଏଭଳି ଏକ ପରିବାରର ଜଣେ ଦିବ୍ୟାଙ୍ଗ ପୁଅ ରବି ଶବରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।

ନିଜ ଶାରୀରିକ ଅନଗ୍ରସରତାକୁ ପଛରେ ପକାଇ ଦିବ୍ୟାଙ୍ଗଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିବା ନୂଆପଡ଼ା ଜିଲ୍ଲାର ଏକ ଅଖ୍ୟାତ ଗାଁର ରବି ଗତ ୩ ତାରିଖ ଭିନ୍ନକ୍ଷମ ଦିବସ ଅବସରରେ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି।

ରବିଙ୍କୁ ରାଜ୍ୟ ପୁରସ୍କାର ବାବଦରେ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି ଓ ଏହାପରେ ସାମ୍ନାକୁ ଆସିଛି ନୂଆପଡ଼ାରେ ଥିବା ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ସ୍ବତନ୍ତ୍ର ବିଦ୍ୟାଳୟର ନାଁ।

ଏଯାଏ ସରକାରୀ ଅନୁଦାନ ପାଇନଥିବା ଏହି ସ୍କୁଲ୍ ଏବେ ନୂଆପଡ଼ା ଭଳି ଏକ ଉପାନ୍ତ ଜିଲ୍ଲାର ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଆଶାର କିରଣ ପାଲଟିଛି।

୨୦୦୦ ମସିହା ଡିସେମ୍ବର ୩ ତାରିଖ ଭିନ୍ନକ୍ଷମ ଦିବସରେ ତତ୍କାଳୀନ ନୂଆପଡ଼ା ଜିଲ୍ଲାପାଳ ବିଷ୍ଣୁପଦ ସେଠୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ବିଦ୍ୟାଳୟ।

ରେଡକ୍ରସ୍ ସୋସାଇଟି ଏଥିପାଇଁ ସହଯୋଗର ହାତ ବଢ଼ାଇଥିଲା।

ସେହିଦିନଠାରୁ ଏହି ବିଦ୍ୟାଳୟ ରେଡକ୍ରସ ପକ୍ଷରୁ ହିଁ ପରିଚାଳିତ ହେଉଛି ଆଉ ଏଥିପାଇଁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିଆସୁଛନ୍ତି।

ଏହି ସ୍କୁଲର ବିଶେଷତ୍ବ ହେଲା, ଏଠାରେ ୬ରୁ ୧୮ ବର୍ଷ ବୟସର ପିଲା ଶିକ୍ଷାଗ୍ରହଣ କରନ୍ତି।

ସ୍କୁଲ ଛାଡ଼ିଲା ପରେ ସେମାନେ କିଭଳି ଅନ୍ୟର ସହଯୋଗ ନଲୋଡ଼ି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ, ତାରି ଉପରେ ଏଠାରେ ଗୁରୁତ୍ବ ଦିଆଯାଏ ବୋଲି କହନ୍ତି ଏହାର ଅଧ୍ୟକ୍ଷା ରାଜେଶ୍ବରୀ ସାମନ୍ତ।

ରାଜେଶ୍ବରୀ କହିଛନ୍ତି ଯେ, ସ୍କୁଲ୍ ଆରମ୍ଭ ହେବା ସମୟରୁ ହିଁ ପିଲାମାନେ କାଗଜ ବ୍ୟାଗ ଓ ଠୁଙ୍ଗା ତିଆରି ସମେତ ଗୋପାଳନ ଶିଖୁଥିଲେ ଆଉ ଏବେ ଏହି ସ୍କୁଲରେ ୫୦ ଜଣ ପିଲା ଅଛନ୍ତି ଓ ସେମାନଙ୍କୁ ଚକଖଡ଼ି ତିଆରି ସମେତ ବଗିଚା କାମ ତଥା ଚାଷବାସ ଲାଗି ପ୍ରଶିଷଣ ଦିଆଯାଉଛି।

ସବୁଠାରୁ ବଡ଼କଥା ହେଉଛି, ଏଠାକୁ ଆସୁଥିବା ପିଲାମାନେ ମାନସିକ ଭାବେ କିଭଳି ଦୃଢ଼ ହେବେ ଓ ତାକୁ ପୁଞ୍ଜି କରି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ, ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି।

ଏମାନଙ୍କୁ ପ୍ରାୟ ପ୍ରତିଦିନ ମନସ୍ତତ୍ତ୍ବବିତଙ୍କ ପରାମର୍ଶ ଦିଆଯାଉଛି।

ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ଏହି ସ୍କୁଲପିଲାଙ୍କର କୃତିତ୍ବ ବି କମ୍ ନୁହେଁ।

ଏଠାକାର ପିଲାମାନେ ରାଜ୍ୟ ତଥା ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ଆଣିଛନ୍ତି।

କେବଳ ଏତିକି ନୁହେଁ, ୧୮ ବର୍ଷ ପରେ ଅନାଥ ପିଲାମାନଙ୍କୁ ଏଠାରେ ଆଶ୍ରୟ ଦିଆଯିବା ସହ ସେମାନେ ନିଜ ଉଦ୍ୟମରେ ଏହି ସ୍କୁଲ ପରିସରରେ କିଛି ନା କାମ କରୁଛନ୍ତି।

ଏହିଭଳି ୧୨ ଜଣ ଅନାଥ ପିଲା ଏବେ ସ୍କୁଲରେ ହିଁ ରହୁଛନ୍ତି।

ଯେଉଁ ପିଲାମାନେ ଏହି ସ୍କୁଲରୁ ବାହାରୁ ଯାଇଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ କିଛି ନା କାମ କରି ଗୁଜୁରାଣ ମେଣ୍ଟାଉଥିବା ରାଜେଶ୍ବରୀ ସୂଚନା ଦେଇଛନ୍ତି।

ନୂଆପଡ଼ା ଭଳି ଜାଗାରେ ବିନା ସରକାରୀ ଅନୁଦାନରେ ଭିନ୍ନକ୍ଷମଙ୍କ ଲାଗି ଏଭଳି ଏକ ସ୍କୁଲ୍ ଚଳାଇବା କମ୍ କଷ୍ଟକର କଥା ନୁହେଁ, ତେବେ ତାକୁ କରି ଦେଖାଇଛନ୍ତି ଏହି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିଚାଳକମାନେ।

ସେମାନଙ୍କ ଆଶା, ଦିନେ ନା ଦିନେ ସ୍କୁଲ୍ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିବ।

ଲୋକାଲ ୱାୟାର ସୌଜନ୍ୟରୁ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା, ଶିକ୍ଷା

ଆଶା କରୁଛି ଭବିଷ୍ୟତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ: ରାଷ୍ଟ୍ରପତି

December 8, 2019 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ଡିସେମ୍ବର ୮(ଓଡ଼ିଶା ଡ଼ଟ୍ କମ୍: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ବାଣୀବିହାର ପରିସରରେ ଅନୁଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଭବିଷ୍ୟତରେ ଏହି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ ବୋଲି ଆଶା ପ୍ର୍ରକାଶ କରିଥିଲେ ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ବାରିଷ୍ଟର ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ସମେତ ଓଡ଼ିଶାର ଅନେକ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଉଦବୋଧନ ଆରମ୍ଭ କରିଥିଲେ ।

ସେ କହିଥିଲେ ବିଗତ ୭୫ ବର୍ଷ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅନେକ ଗୁଣୀଜନଙ୍କୁ ସୃଷ୍ଟି କରିପାରିଛି ।

ଏଥିରୁ ଅନେକ ଦେଶକୁ ଗୌରବମୟ କରିପାରିଛନ୍ତି ଏବଂ କେତେକ ଏଠାରେ ମଧ୍ୟ ଉପସ୍ଥିତ ଅଛନ୍ତି ।

ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସମ୍ମୁଖୀନ ହୋଇ ଏହା ଏକ ଜ୍ଞାନଭିତ୍ତିକ ସମାଜ ଗଠନରେ ସଫଳ ହୋଇପାରିବ ବୋଲି ମୁଁ ଆଶା କରୁଛି ।

ଉତ୍କର୍ଷତା ପାଇଁ ବିଦେଶର ଦୁଇଟି ବିଶ୍ୱବିଦ୍ୟାଳୟ ସହ ଉତ୍କଳର ବୁଝାମଣା ହେବା ଖୁସିର ବିଷୟ ।

ଗାନ୍ଧୀଜୀଙ୍କ ସ୍ମୃତିରେ ବିଶ୍ୱବିଦ୍ୟାଳୟ ପରିସରରେ ଅହିଂସା ସ୍ଥଳ ପାର୍କ ପ୍ରତିଷ୍ଠା ହୋଇଥିବା ଜାଣି ଅତ୍ୟନ୍ତ ଖୁସି ବୋଲି ସେ କହିଥିଲେ ।

ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହି ଉତ୍ସବକୁ ସ୍ମରଣୀୟ କରିଛି ।

ଶିକ୍ଷାର ପ୍ରକୃତ ଅର୍ଥ ନୂତନ ଚିନ୍ତାଧାରାର ସୃଷ୍ଟି, ନେତୃତ୍ୱ ନେବାର ଦକ୍ଷତା ଏବଂ ଜ୍ଞାନର ପରିସୀମା ବୃଦ୍ଧି, ଯଦ୍ୱାରାକି ଏହା ମାନବତାର ମଙ୍ଗଳରେ ସହାୟକ ହୋଇପାରିବ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଉକ୍ରଳ ବିଶ୍ୱବିଦ୍ୟାଳୟ ଗରିବ ଘରର ପିଲାଙ୍କୁ ଉଚ୍ଚଶିକ୍ଷିତ କରିବାର ପ୍ରୟୋଗଶାଳା ହେଉ ।

ଓଡ଼ିଆ ଲୋକ ଚାହିଁଲେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରର ହୋଇପାରିବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଭାରତର ପ୍ରଥମ ମହିଳା ସବିତା କୋବିନ୍ଦ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ଜଣା ଅଜଣା

ରାସ୍ତାକଡ଼ରେ ଗଛ ଲଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ

June 30, 2019 by ଓଡିଶା ଡଟ କମ Leave a Comment

ପଲ୍ଲୀଶ୍ରୀ ସେଣ୍ଢ

ଭୁବନେଶ୍ୱର, ଜୁନ ୨୭ (ଲୋକାଲ ୱାୟାର) ଗତ ସାତ ବର୍ଷ ମଧ୍ୟରେ ରାଜଧାନୀ ଭୁବନେଶ୍ବରର ରାସ୍ତା କଡରେ ବହୁ ସଂଖ୍ୟକ ଗଛ ଲଗାଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ ପବିତ୍ର କୁମାର ପଣ୍ଡା ।

ଖାଲି ସେତିକି ନୁହେଁ ଗଛ ଗୁଡ଼ିକର ଦେଖାରେଖା କରିବା ପାଇଁ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଶ୍ରୀ ପଣ୍ଡା ନିଜେ ମଧ୍ୟ ପାଲଟିଛନ୍ତି ଜଣେ ମାଳି ।

୨୦୦୧ରେ ଅବସରଗ୍ରହଣ କରିବା ପରେ କିପରି ପରିବେଶର ସୁରକ୍ଷା ହେବ ସେ ନେଇ ତାଙ୍କର ଆଗ୍ରହ ଥିଲା ଓ ସେହି ବର୍ଷ ସେ ଗଛ ଲଗାଇବା ଆରମ୍ଭ କରିଥିଲେ।

ଚନ୍ଦ୍ରଶେଖରପୁରରୁ ନିଳାଦ୍ରୀବିହାର, ବିଡିଏ ଏବଂ ଅନେକ ସ୍ଥାନର ରାସ୍ତା କଡ଼ରେ ଓ ରାସ୍ତାର ଡିଭାଡରରେ ଗଛ ଲଗାଇବା, ପ୍ରତ୍ୟକ ଦିନ ପାଣି ଦେବା, ଉର୍ବରକ ଦେବା, ଗଛ ମୂଳରୁ ଘାସ ଓପାଡ଼ିବା ଆଦି କାମ ସେ ଗତ ସାତ ବର୍ଷ ଧରି କରିଆସୁଛନ୍ତି।

ଛୋଟ ବଡ଼ କରି ଏକ ହଜାରରୁ ଉର୍ଦ୍ଧ୍ଵ ଗଛ ଲଗାଇଥିବା ସେ ଲୋକାଲ ୱାୟାରକୁ କହିଛନ୍ତି।

ସେ ଗଛରେ ଯେଉଁ ପାଣି ଦିଅନ୍ତି ତାହା କୋଣସି ପାଇପ ଯୋଗେ ଆଣି ନୁହେଁ ବରଂ ନିଜେ ହାତରେ ବୋହି ଆଣିଥାନ୍ତି।

ସକାଳୁ ସକାଳୁ ଅତି ସାଧାରଣ ପୋଷାକ ସହିତ ମୁଣ୍ଡରେ ଏକ ଗାମୁଛା ପକାଇ ଦୁଇ ହାତରେ ଦୁଇ ବାଲଟି ପାଣି ଧରି ଗଛ ପାଖରେ ପହଞ୍ଚିଥାନ୍ତି ।

ମୁ କାହାଠାରୁ କିଛି ଆଶା ରଖିନି । ମୁ ମୋ କାମ କରୁଛି, ସେ କହନ୍ତି।

ଦେଶ ପାଇଁ କିଛି କରିବାର ଇଚ୍ଛା ଆଜି ମୋତେ ଏହା କରିବା ପାଇଁ ପ୍ରେରଣା ଦେଇଛି। ମୋତେ ଦେଖି ସ୍ଥାନୀୟ କିଛି ଲୋକ ମଧ୍ୟ ସାହାଯ୍ୟ କରିବାକୁ ଆଗଭର ହୋଇଥାନ୍ତି।

ଚନ୍ଦ୍ରଶେଖରପୁରର କାଟୋ ଜିମ ଓ ସନସାଇନ କ୍ଲବର ସଦସ୍ୟମାନଙ୍କ ସମେତ ଅନ୍ୟ କିଛି ଲୋକ ତାଙ୍କୁ ଗଛ ଲଗାଇବାରେ ସାହାଯ୍ୟ କରିଥିବା ସେ କହିଛନ୍ତି ।

ଗୋଟିଏ ବିଷୟ ଭାବି ମୁ ବେଳେ ଆଶ୍ଚର୍ଯ୍ୟ ହୁଏ । ଲୋକମାନେ ଭଲ କାମକୁ ପସନ୍ଦ କରନ୍ତି ଓ ଭଲ କାମ କରୁଥିବା ଲୋକକୁ ପ୍ରଶଂସା କରନ୍ତି କିନ୍ତୁ ସେହି ଭଲ କାମ କରିବାକୁ ନିଜେ ଆଗଭର ହୁଅନ୍ତୁ ନାହିଁ ।

ସରକାରଙ୍କ ଠାରୁ କୌଣସି ସାହାଯ୍ୟ ମିଳିଛି କି ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ସେ ଯାହା କରିଛି ନିଜ ଚେଷ୍ଟାରେ କରିଛନ୍ତି।

ସରକାରଙ୍କଠାରୁ କ’ଣ ଆଶା କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଅତି ସାଧାରଣ ଭାବେ ଉତ୍ତର ଦେଇ କହନ୍ତି ମୋତେ କିଛି ସାହାଯ୍ୟ ଦରକାର ନାହିଁ ।

ରାସ୍ତାକଡ଼ରେ ଲାଗିଥିବା ଗଛ ଗୁଡ଼ିକରେ ଖରାଦିନେ ଗୋଟିଏ ବେଳା ପାଣି ପକାଇବାର ସୁବିଧା କରି ଦିଅନ୍ତୁ । ସେତିକିରେ ପାଣି ଅଭାବରୁ ମରିଯାଉଥିବା ଗଛଗୁଡ଼ିକ ବଞ୍ଚିରହିବେ ।

କୌଣସି ସ୍ଵେଚ୍ଛାସେବୀ ସଂଗଠନ ହେଉ ଅଥବା କୌଣସି କ୍ଲବ ହେଉ ସେମାନଙ୍କୁ ଏହି ଦାୟିତ୍ଵ ଦେଲେ ସେମାନେ ଗଛଗୁଡ଼ିକର ସଠିକ ଯତ୍ନ ନେଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଶେଷରେ ବ୍ୟସ୍ତବହୁଳ ଜୀବନରୁ ଟିକେ ସମୟ କାଢ଼ି ତାଙ୍କ ଭଳି ଗଛ ଲଗାଇ ନିଜ ପରିବେଶକୁ ରକ୍ଷା କରବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ସୌଜନ୍ୟ : ଲୋକାଲ ୱାୟାର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଓଡିଶା

ବଡ଼ଦାଣ୍ଡରେ ରଥକାଠ ଅନୁକୂଳ, ମହାପ୍ରଭୁଙ୍କ ରଥ ନିର୍ମାଣର ପ୍ରଥମ ପରମ୍ପରା

February 10, 2019 by ଓଡିଶା ଡଟ କମ Leave a Comment

ପୁରୀ, ଫେବ୍ରୁଆରୀ ୧୦: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରବିବାର ଶ୍ରୀପଞ୍ଚମୀ ଅବସରରେ ବଡ଼ଦାଣ୍ଡରେ ରଥ ନିର୍ମାଣର ପ୍ରଥମ ପରମ୍ପରା ସ୍ୱରୂପ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।

ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ୩ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହୋଇଥିଲା ।

ଚୂନପାଣିରେ ରଥଖଳାକୁ ପବିତ୍ର କରିବା ପରେ କାଠ ୩ଟିକୁ ମାଜଣା କରାଯାଇଥିଲା ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜଗୁରୁ ଓ ପୁରୋହିତ ପୂଜାର୍ଚ୍ଚନା କରିଥିଲେ ।

ଉଲ୍ଲେଖଯୋଗ୍ୟ, ଶ୍ରୀପଞ୍ଚମୀ ଅବସରରେ ରଥ ନିର୍ମାଣର ପ୍ରଥମ ପରମ୍ପରା ଆରମ୍ଭ ହୋଇଥାଏ । ନୟାଗଡ଼ ବନଖଣ୍ଡରୁ ପ୍ରଥମ ଦଫାରେ ଏହି କାଠ ସମେତ ମୋଟ ୫୭ଖଣ୍ଡ କାଠ ଆସିଥିଲା ।

କାଠ ଅନୁକୂଳ ଅବସରରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ଡ଼ା ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ସମେତ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: କଳା ଓ ସଂସ୍କୃତି, ଧର୍ମ Tagged With: ପୁରୀ

ସାମ୍ବାଦିକ ଶାନ୍ତନୁ ବିଶ୍ଵାଳଙ୍କ ବିୟୋଗରେ ଆମେ ମର୍ମାହତ

September 12, 2018 by ଓଡିଶା ଡଟ କମ Leave a Comment

ଲୋକପ୍ରିୟ ସାମ୍ବାଦିକ ଶାନ୍ତନୁ ବିଶ୍ଵାଳଙ୍କ ବିୟୋଗରେ ଓଡିଶା ଡଟ କମ ପରିବାର ମର୍ମାହତ ।

ଛାତ୍ର ରାଜନୀତି ପରେ ସାମ୍ବାଦିକତାକୁ ଆଦରିନେଇ ଥିବା ବିଶ୍ଵାଳ ଅନେକ ଦଶନ୍ଧି ଧରି ନିର୍ଭୀକତାର ସହ ପଶ୍ଚିମ ଓଡିଶାର ବିଭିନ୍ନ ଘଟଣାବଳୀ ସମ୍ପର୍କରେ ଲେଖି ଆସୁଥିଲେ ଓ ଅନେକ ଯୁବ ସାମ୍ବାଦିକଙ୍କ ପାଇଁ ପ୍ରେରଣାର ଉତ୍ସ ରହିଥିଲେ।  ଓଡିଶା ଡଟ କମ ପ୍ରତି ତାଙ୍କର ଅବଦାନ ବେଶ ଗୁରୁତ୍ଵପୂର୍ଣ ।

ତାଙ୍କର ବିୟୋଗ କେବଳ ଓଡିଶା ଡଟ କମ ପାଇଁ ନୁହେଁ, ସମଗ୍ର ଓଡିଶା ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ଅକାଳ ବିୟୋଗରେ ଆମେ ଗଭୀର ଶୋକବ୍ୟକ୍ତ କରୁଛି ଓ ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଉଛୁ ।

ଓଡିଶା ଡଟ କମ ପରିବାର

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ସାମ୍ବାଦିକ

  • Page 1
  • Page 2
  • Page 3
  • Interim pages omitted …
  • Page 177
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ