ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
ରେଢାଖୋଲ, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ବନ୍ଧୁକ ସଫା କରୁଥିବା ବେଳେ ସୋମବାର ରେଢାଖୋଲ ଠାରେ ଗୁଳି ଫୁଟି ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।
ଆଇଆର୍ବି ବାଟାଲିଅନର ଯବାନ ବିନୋଦ ତିର୍କୀ ଅନ୍ୟ ଯବାନଙ୍କ ସହ ବନ୍ଧୁକ ସଫା କରୁଥିବା ବେଳେ ହଠାତ୍ ସେଥିରୁ ଗୁଳି ବାହାରି ତାଙ୍କ ମୁଣ୍ଡରେ ବାଜିଥିଲା ।
ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ଓଡିଶା ଡଟ୍ କମ୍
Leave a Reply