ଓଡିଶା ଡଟ୍ କମ୍ ସମ୍ବାଦଦାତା
କୋଣାର୍କ, ଫେବୃୟାରୀ ୧୦ (ଓଡିଶା ଡଟ୍ କମ୍) ପବିତ୍ର ମାଘ ସପ୍ତମୀ ଉପଲକ୍ଷେ ଗୁରୁବାର କୋଣାର୍କ ସ୍ଥିତ ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତ ବୁଡ ପକାଇବା ସହ ସୂର୍ଯ୍ୟ ପୂଜା କରିଛନ୍ତି ।
ସକାଳୁ ସକାଳୁ ଛୋଟ ପିଲା ଓ ବୟସ୍କ ମହିଳା, ପୁରୁଷମାନେ ଚନ୍ଦ୍ରଭାଗାରେ ବୁଡ ପକାଇବା ପାଇଁ ଭିଡ ଜମାଇଥିଲେ । ପ୍ରାୟ ଚାରି ଲକ୍ଷ ଶ୍ରଦ୍ଧାଳୁ ଭୋର ତିନିଟାରେ କଡ଼ା ସୁରକ୍ଷା ମଧ୍ୟରେ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ।
ଏହି ଦିନ ଚନ୍ଦ୍ରଭାଗାରେ ବୁଡ ପକାଇ ସୂର୍ଯ୍ୟଦେବତାଙ୍କୁ ପୂଜା କଲେ ସମସ୍ତ ପାପ ଧୋଇହୋଇଯିବା ସହ ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା କୂଳରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।
ଲୋକମାନେ ଲାଇନ୍ରେ ଯାଇ ସୁରକ୍ଷିତ ଭାବେ ସମୁଦ୍ରରେ ବୁଡ ପକାଇବାକୁ ବ୍ୟାରିକେଡ୍ ନିର୍ମାଣ କରାଯିବା ସହ ସୁରକ୍ଷା ଦୃଷ୍ଟିରୁ ଚନ୍ଦ୍ରଭାଗା କୂଳରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି ।
ଓଡିଶା ଡଟ୍ କମ୍
Leave a Reply