ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଫେବୃୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ ଦ୍ୱାରା ପ୍ରଦାନ କରାଯାଇଥିବା ଅର୍ଥର ପରିଚାଳନାଗତ ତୃଟି ପାଇଁ ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।
ଭେଡ଼େନ ବ୍ଲକ ଅନ୍ତର୍ଗତ ଖଡ଼ଗପୁର ସ୍କୁଲର ଶିକ୍ଷକ ସାଗର ବନ୍ଛୋର ଓ ବ୍କଟୀ ସ୍କୁଲର ରାମ ବାରିକଙ୍କୁ ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁବୋଧ ପଣ୍ଡା ନିଲମ୍ବିତ କରିଛନ୍ତି ।
ସେହିପରି ଜନଗଣନା କାର୍ଯ୍ୟରେ ଅସହଯୋଗ ଯୋଗୁଁ ଶିକ୍ଷକ ପ୍ରଶାନ୍ତ ମହାପାତ୍ରଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବିତ କରାଯାଇଛି ।
ଓଡ଼ି ଶା ଡ଼ଟ୍ କମ୍
Leave a Reply