ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍)ପ୍ରସ୍ତାବିତ ସାମ୍ପ୍ରଦାୟିକ ହିଂସା ନିରୋଧ ଅଧିନିୟମ ଯୋଗୁଁ ଦେଶ ବିଭାଜନ ଭଳି ଗୁରୁତର ପରିଣାମ ଦେଖା ଦେଇପାରେ ତେଣୁ ଏହାକୁ ପ୍ରତ୍ୟାହାର କରିବାକୁ ଦ।ବି ହୋଇଛି ।
ଏହି ବିଲ ସାମ୍ପ୍ରାୟିକ ହିଂସାକୁ ରୋକିବାରେ ନୁହେଁ ବୃଦ୍ଧି କରିବା ଦିଗରେ କାମ କରିବ, ତେଣୁ ଏଭଳି କୁତ୍ସିତ ଉଦ୍ଦେଶ୍ୟରେ ପ୍ରସ୍ତୁତ ବିଲ୍କୁ ପ୍ରତ୍ୟାହାର କରି ନିଆଯାଉ ବୋଲି ଆର୍ଏସ୍ଏସ୍ର ସର୍ବଭାରତୀୟ ପ୍ରଚାର ପ୍ରମୁଖ ମନମୋହନ ବୈଦ୍ୟ ସୋମାବର ଏକ ବୁଦ୍ଧିଜୀବୀ ସମ୍ମିଳନୀରେ କହିଛନ୍ତି ।
ସଂପୃକ୍ତ ବିଲ୍ ସମାଜକୁ ଦୁଇ ଭାଗରେ ବିଭାଜନ କରିଦେଉଛି । ନାମର ବିପରୀତ ଏହି ବିଲ୍ ଘୋର ସାଂପ୍ରଦାୟିକ ଚରିତ୍ର ଅଟେ ଏବଂ ହିନ୍ଦୁଙ୍କୁ ଏଥିରେ ଟାର୍ଗେଟ କରାଯାଇଛି ।
ନାମକୁ ମାତ୍ର ଏସ୍ସି ଏସ୍ଟିଙ୍କୁ ଏଥିରେ ସାମିଲ କରାଯାଇଛି କିନ୍ତୁ ସେମାନଙ୍କୁ ସମାଜ ଓ ରାଷ୍ଟ୍ରର ମୁଖ୍ୟ ସ୍ରୋତରୁ ଦୁରେଇ ନେବାକୁ ଚେଷ୍ଟା କରାଯାଉଛି, ସେ କହିଛନ୍ତି ।
ବିଲ୍ ଜରିଆରେ କେନ୍ଦ୍ର ସରକାର କମନ ସିଭିଲ କୋଡ଼୍ ବଳରେ ଅଲଗା ପେନାଲ କୋଡ଼୍ ଆଣିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଏହି ବିଲ୍ ତଥା ଏହାକୁ ପ୍ରସ୍ତୁତ କରିଥିବା ରାଷ୍ଟ୍ରୀୟ ଉପଷ୍ଟୋ ପରିଷଦକୁ ପ୍ରତ୍ୟାହାର କରିବାକୁ ଜୋରଦାର ମତ ଉପସ୍ଥାପନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍