ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ନିକଟରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ କ୍ରିକେଟର ନଟରାଜ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।
ସ୍ୱରାଷ୍ଟ୍ର ବିପକ୍ଷରେ ନଟରାଜ ଦ୍ୱିଶତକ ହାସଲ କରିଛନ୍ତି । ଜାତୀୟ କ୍ରିଡ଼ାରେ ନଟରାଜ ଓଡ଼ିଶାର ସମ୍ମାନ ବୃଦ୍ଧି କରିଛନ୍ତି । ସେ ଅନ୍ୟ ଯୁବ କ୍ରିକେଟର ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭବିଷ୍ୟତରେ ଆହୁରି ସଫଳତା ହାସଲ କରି ଜାତୀୟ ଓ ଆନ୍ତର୍ଜାତୀୟ କ୍ରିକେଟ୍ରେ ସେ ଓଡ଼ିଶାର ସୁନାମ ବୃଦ୍ଧି କରିବେ, ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍