ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଉମରକୋଟ୍, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ସୁବାସ ଗଣ୍ଡ ବିଜୟୀ ହୋଇଛନ୍ତି ।
ରବିବାର ସକାଳୁ ଭୋଟ୍ ଗଣତି ହୋଇଥିବା ବେଳେ ସୁବାସ ତାଙ୍କର ନିକଟତମ ପ୍ରତି୍ୱନ୍ଦି ବିଜେପି ପ୍ରାର୍ଥୀ ଧର୍ମୁ ଗଣ୍ଡଙ୍କ ଠାରୁ ୨୧୦୬୧ ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି ।
ସୁବାସଙ୍କୁ ୫୪୭୧୩ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଧର୍ମୁଙ୍କୁ ୩୩୬୫୨ ଏବଂ କଂଗ୍ରେସ ପ୍ରାର୍ଥୀ ଯତୀନ୍ଦ୍ର ଗଣ୍ଡଙ୍କୁ ୩୨୮୭୭ ଭୋଟ୍ ମିଳିଛି ।
ବିଜେଡ଼ି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟା ପରେ ଏହି ଆସନ ପାଇଁ ଗତ ୩୦ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ଓଡ଼ିଶା ଡ଼ଟ୍ କମ୍