ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ଇଚ୍ଛାଧୀନ କୋଟାରେ ଜମି ଓ ଗୃହ ଆବଂଟନ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସମସ୍ତ ଉନ୍ନୟନ କର୍ତୃପକ୍ଷ ଓ ରାଜ୍ୟ ହାଉସିଂ ବୋର୍ଡ଼କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ କହିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଭୁବନେଶ୍ୱରରେ ଜମି ପାଇଁ କୌଣସି କୋଟା ନାହିଁ । ଇଷ୍ଟେଟ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୧୯୯୮ରୁ ଗଠିତ କମିଟିର ସୁପାରିସ ଅନୁସାରେ ଜମି ଆବଂଟନ କରାଯାଇଥାଏ ।
ତେବେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ସହ ଅର୍ଥ ବିଭାଗର ପ୍ରମୁଖ
ସଚିବ, ଆଇନ ସଚିବ, ରାଜସ୍ୱ ସଚିବ, ଗୃହ ନଗର ଉନ୍ନୟନ ବିଭାଗ ସଚିବ ଏବଂ ସାଧାରଣ
ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଏଥିରେ ସଦସ୍ୟ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଏଣିକି ଭୁବନେଶ୍ୱରରେ ଜମି ବା ଗୃହ ଆବଂଟନ ତଥା ଇଡ଼୍କୋ ଜମି ପ୍ରଦାନ ପାଇଁ ପ୍ରସ୍ତାବ ଉପରେ ଏହି କମିଟି ଯାଂଚ କରିବ ।
ଓଡ଼ିଶା ଡ଼ଟ୍ କମ୍